ଜାରକା ସ୍ଥିତ ଟ୍ରାନ୍ସପୋର୍ଟ କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ଚଢାଉ

Published By : Prameya-News7 Bureau | June 16, 2022 IST

ଚଣ୍ଡିଖୋଲ ୧୬।୬: ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ଚଢାଉ । ଯାଜପୁର ଜିଲ୍ଳା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

ଦୀର୍ଘ ଦିନ ଧରି ଏହି ସ୍ଥାନରେ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟଟି ରହିଥିଲା । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ବିଭିନ୍ନ ଖଣିଜ ପଦାର୍ଥ ପରିବହନ କରିଥାଏ । ତେବେ ଗୁରୁବାର ଅଚାନକ ଆୟକର ବିଭାଗ ପକ୍ଷରୁ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ଅଛନ୍ତି । ଏହି ଚଢ଼ାଉରେ ଆୟକର ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

ତେବେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ସେନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.