ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଆୟକର ବିଭାଗ ବାତିଲ କଲେ ଟାଟାସମୂହ ୬ଟି ଟ୍ରଷ୍ଟର ରେଜିଷ୍ଟ୍ରସନ , ଜାଣନ୍ତୁ କାହିଁକି

2/11/2019 at 4:12 PM

ନୂଆଦିଲ୍ଲୀ : ଆୟକର ବିଭାଗ ଟାଟା ସମୂହଙ୍କ ୬ଟି ଟ୍ରଷ୍ଟର ରେଜିଷ୍ଟ୍ରେସନ ବାତିଲ କରିଦେଇଛନ୍ତି। ବାତିଲ ହୋଇଥିବା ଟ୍ରଷ୍ଟଙ୍କ ମଧ୍ୟରେ ଜାମସେତଜୀ ଟାଟା ଟ୍ରଷ୍ଟ, ଆର.ଡି.ଟାଟା ଟ୍ରଷ୍ଟ, ଟାଟା ଏଜୁକେସନ ଟ୍ରଷ୍ଟ, ଟାଟା ସୋସିଆଲ ୱେଲଫେୟାର ଟ୍ରଷ୍ଟ, ସାର୍ବଜନିକ ସେବା ଟ୍ରଷ୍ଟ ଓ ନବଜବାଇ ରତନଟାଟା ଟ୍ରଷ୍ଟ ଆଦି ରହିଛି। ତେବେ ଆୟକର ବିଭାଗଙ୍କ ନିର୍ଦ୍ଦେଶକୁ ନେଇ ଟ୍ରଷ୍ଟମାନେ ଆପତ୍ତି କରିଛନ୍ତି।

୪ବର୍ଷ ପୂର୍ବରୁ ଆୟକର ବିଭାଗ ଏ ଦିଗରେ ପଦକ୍ଷେପ ନେବାର ଥିଲା, କାରଣ ସେତେବେଳେ ଟାଟା ଆଉ ଆୟକର ବିଭାଗଙ୍କ ଲାଭ ନେବାକୁ ଚାହୁଁନଥିଲେ।  ଏଣୁ ୨୦୧୫ ମସିହାରେ ନିଜ ଆଡୁ ଟ୍ରଷ୍ଟମାନଙ୍କର ସରେଣ୍ଡର କରିବାକୁ ଆୟକର ବିଭାଗଙ୍କୁ ନିବେଦନ କରାଯାଇଥିଲା ବୋଲି କୁହାଯାଇଛି।   

ତେବେ ଟାଟାଙ୍କୁ ଫେରାଇବାକୁ ପଡିପାରେ ଶୁଳ୍କ ରିହାତି
ଆୟକର ବିଭାଗ ଆଇନର ଧାରା ୧୧୫ (ଟିଡି) ଅନୁସାରେ ରେଜିଷ୍ଟ୍ରେସନ ରଦ୍ଦ ଲାଗି କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଗୋଟିଏ ପ୍ରକାର ଟ୍ରଷ୍ଟମାନଙ୍କ ଲାଗି ୨୦୧୬ରେ ଆଇଟି ଆକ୍ଟରେ ସଂଶୋଧନ ହୋଇଥିଲା। ଏହି ସଂଶୋଧନର ପ୍ରାବଧାନ ପ୍ରକାରେ କୌଣସିଟ୍ରଷ୍ଟର ରେଜିଷ୍ଟ୍ରେସନ ରଦ୍ଦ ହେଲେ ତାକୁ ସମ୍ପୃକ୍ତ ସଂସ୍ଥାରପୂର୍ବ ବର୍ଷ ଆୟର ଶୁଳ୍କ ପୈଠ କରିବାକୁପଡିବ। ଏହା ଛଡା କୌଣସି ଟ୍ରଷ୍ଟ ଯଦି ନନ ଚାରିଟେବଲ ଟ୍ରଷ୍ଟ ସହ ମର୍ଜର ହୁଅନ୍ତି ତେବେ ସେ କ୍ଷେତ୍ରରେ ଅତିରିକ୍ତ ଶୁଳ୍କ ବି ପୈଠ କରିବାକୁ ପଡିବ।

ତେବେ ଟାଟା ସମୂହଙ୍କ ଟ୍ରଷ୍ଟମାନେ ଏବେ ଆୟକର ବିଭାଗଙ୍କ ନିର୍ଦ୍ଦେଶ ଯାଞ୍ଚ କରୁଥିବା କହିଛନ୍ତି। ଆବଶ୍ୟକତା ଅନୁସାରେ ଆଇନଗତ ପଦକ୍ଷେପ ମଧ୍ୟ ନିଆଯିବ ବୋଲି କୁହାଯାଇଛି। ପୂର୍ବରୁ ଆୟକର ବିଭାଗ କୌଣସି ଡିମାଣ୍ଡ ନୋଟିସ୍ ଜାରି କରିନଥିବା ଟ୍ରଷ୍ଟମାନେ କହିଛନ୍ତି। ଏବେ ହଠାତ ଟ୍ରଷ୍ଟର ସମ୍ପତ୍ତି ଜବତ କରିବା ଲାଗି କାହିଁକି ଧମକ ଦିଆଯାଇଛି ବୋଲି ଟ୍ରଷ୍ଟମାନେ ପ୍ରଶ୍ନ କରିଛନ୍ତି।    

   Related Posts