IT କମ୍ପାନୀ Wipro ଦେଲା ବଡ ଝଟକା, ୫୦ ପ୍ରତିଶତ ହ୍ରାସ କଲା କର୍ମଚାରୀଙ୍କ ଦରମା, ଜାଣନ୍ତୁ କାହିଁକି…

Published By : Prameya-News7 Bureau | February 22, 2023 IST

ବେଙ୍ଗାଲୁରୁ ୨୨।୦୨ : କର୍ମଚାରୀ ଛଟେଇ ପରେ ଏବେ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଛି ଦେଶର ଅଗ୍ରଣୀ ଆଇଟି କମ୍ପାନୀ ୱିପ୍ରୋ । କର୍ମଚାରୀଙ୍କ ପ୍ରାୟ ୫୦ ପ୍ରତିଶତ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ । ତେବେ ଆଇଟି କର୍ମଚାରୀଙ୍କ ୟୁନିଅନ୍ NITES କମ୍ପାନୀର ଏହି ନିଷ୍ପତ୍ତିକୁ ବିରୋଧ କରିଛି ।  ଅନ୍ୟପଟେ ବିରୋଧ ପରେ ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ କମ୍ପାନୀ କହିଛି ।

କର୍ମାନୀର କିଛି କର୍ମଚାରୀଙ୍କ କହିବା ଅନୁଯାୟୀ, ବେଙ୍ଗାଲୁରୁ ସ୍ଥିତ କମ୍ପାନୀ ନିକଟରେ କମ୍ପାନୀରେ ବାର୍ଷିକ ଦରମା ୬.୫ ଲକ୍ଷ ପାଉଥିବା କର୍ମଚାରୀଙ୍କୁ ୩.୫ ଲକ୍ଷ ଟଙ୍କାର ପ୍ୟାକେଜ୍ ଗ୍ରହଣ କରିବାକୁ ପଚାରିଛି । କହିରଖୁଛୁ କି ଦୀର୍ଘ ସମୟରୁ ନିଯୁକ୍ତିକୁ ଅପେକ୍ଷା କରିଥିଲେ କର୍ମଚାରୀ । ନିଯୁକ୍ତି ପରିବର୍ତ୍ତେ ଦରମା କାଟକୁ ନେଇ ବିରୋଧ କରିଛନ୍ତି । ଯାହାକୁ ନେଇ ବିରୋଧ କରିଛନ୍ତି NITES ଏବଂ ଏହାର ନିଷ୍ପତ୍ତିକୁ ପୁନଃବିଚାର କରିବାକୁ ଦାବି କରିଛି NITES ମ୍ୟାନେଜମେଣ୍ଟ ।

ଅନ୍ୟପଟେ ଦରମା କାଟ ନେଇ ୱିପ୍ରୋ ଏକ ଇ-ମେଲ ଜରିଆରେ ପ୍ରତିକ୍ରିୟା ଦେଇଛି । କମ୍ପାନୀ କହିଛି ଯେ, ବ୍ୟାପକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବ୍ୟବସାୟ ଆବଶ୍ୟକତା ଅନୁଯାୟୀ ଆମର ନିଯୁକ୍ତି ଯୋଜନାକୁ ସଜାଡିବାକୁ ପଡିବ। ତେଣୁ ଏପରି କରିବାକୁ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.