vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ଆଜି ପୁଣି ବିଧାନସଭାରେ ପ୍ରସଙ୍ଗ ଉଠାଇପାରନ୍ତି କଂଗ୍ରେସ ଓ ବିଜେଡି

2/08/2019 at 9:55 AM

ଭୁବନେଶ୍ବର ୨|୮: ବିଜେପି ବିଧାୟକ ବିଷ୍ଣୁ ସେଠୀ ବୟାନକୁ ନେଇ ଆଜି ପୁଣି  ବିଧାନସଭାରେ ପ୍ରସଙ୍ଗ ଉଠାଇପାରନ୍ତି କଂଗ୍ରେସ  ଓ ବିଜେଡି ।

ଗତକାଲି  ଟ୍ରିପଲ ତଲାକ୍ ଉପରେ ଗୃହରେ ଆଲୋଚନା ବେଳେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଦେଇଥିବା ବୟାନକୁ ଗଣ୍ଠି କରିଥିଲେ  କଂଗ୍ରେସ ଓ ବିଜେଡି । ବିଷ୍ଣୁ କହିଥିଲେ ଟ୍ରିପଲ ତଲାକ ଭଳି କୁସଂସ୍କାର ଯୋଗୁଁ ବିବାହିତ ମୁସଲିମ୍ ମହିଳା ମାନେ କମ୍ ବୟସରୁ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି। ସ୍ଥିତି ଏମିତି ହେଉଛି ସେମାନେ ରେଡ୍ ଲାଇଟ୍ ଅଞ୍ଚଳରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ବିଭିନ୍ନ ସଂସ୍ଥା ଦ୍ବାରା ହୋଇଥିବା ସର୍ବେକ୍ଷଣ ଓ ଗଣମାଧ୍ୟମ ରିପୋର୍ଟରୁ ଏହା ସ୍ପଷ୍ଟ ବୋଲି ବିଷ୍ଣୁ ଯୁକ୍ତି ବାଢିଥିଲେ ।

ବିଷ୍ଣୁଙ୍କ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ଦାବି କରିଥିଲେ । ବାଚସ୍ପତି ଏହାକୁ ସମୀକ୍ଷା କରିବେ କହିବାରୁ ବିରୋଧି କଂଗ୍ରେସ ଓ ବିଜେଡି ହଟଗୋଳ କରିଥିଲେ ।  ଫଳରେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା ।

   Related Posts