ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସିକ୍କିମର ନେପାଳୀ ସମୁଦାୟକୁ ପ୍ରବାସୀ କହିବା ପ୍ରସଙ୍ଗ, ସୁପ୍ରିମକୋର୍ଟ ପହଞ୍ଚିଲା ଗୃହ ମନ୍ତ୍ରାଳୟ, ଜାଣନ୍ତୁ କ’ଣ ଏହି ମାମଲା ?

6/02/2023 at 10:12 PM

ନୂଆଦିଲ୍ଳୀ, ୦୬/୦୨: ସିକ୍କିମର ନେପାଳୀ ସମୁଦାୟ ଉପରେ ସୁପ୍ରିମକୋର୍ଟଙ୍କ ଏକ ଟିପ୍ପଣୀକୁ ନେଇ ଏବେ ଅସନ୍ତୋଷ। ଏହାର ବିରୋଧ କରି ସିକ୍କିମରେ ଜାରି ରହିଛି ପ୍ରଦର୍ଶନ। ପ୍ରକୃତରେ ଏହି ଟିପ୍ପଣୀରେ ସିକ୍କିମର ନେପାଳି ସମୁଦାୟକୁ ପ୍ରବାସୀ ବୋଲି କୁହାଯାଇଥିଲା। ଏହି ମାମଲାକୁ ନେଇ ଏବେ ଗୃହ ମନ୍ତ୍ରାଳୟ ସୁପ୍ରିମକୋର୍ଟରେ ପୁର୍ନବିଚାର ଯାଚିକା କରିଛି।

ଗୃହ ମନ୍ତ୍ରାଳୟ ସୋମବାର କହିଛି ଯେ ସିକ୍କିମର ନେପାଳୀ ସମୁଦାୟକୁ ସୁପ୍ରିମକୋର୍ଟଙ୍କ ବିଦେଶୀ କହିବା ଟିପ୍ପଣୀ ଉପରେ ପୁନର୍ବିଚାର କରାଯିବା ଦରକାର। ସୁପ୍ରିମକୋର୍ଟଙ୍କ କିଛି ଟିପ୍ପଣୀ ଏବଂ ‘ସିକ୍କିମୀ’ ଶବ୍ଦର ସ୍ପଷ୍ଟୀକରଣର ଅନୁରୋଧ କରି ଏକ ପୁର୍ନବିଚାର ଯାଚିକା ଦାୟର କରିଛନ୍ତି। ଏହା ସହ ଏହି ପ୍ରସଙ୍ଗରେ ସରକାର ନିଜର ଆଭିମୁଖ୍ୟ ରଖିବା ସହ କହିଛନ୍ତି ଯେ ସିକ୍କିମୀଙ୍କ ପରିଚୟକୁ ସୁରକ୍ଷା ଦେଉଥିବା ସମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରାନଯିବା ଦରକାର।

ସିକ୍କିମରେ ନେପାଳୀ ସମୁଦାୟ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ବିରୋଧରେ ପ୍ରଦର୍ଶନ କରୁଛି। ୧୩ ଜାନୁଆରୀରେ ସୁପ୍ରିମକୋର୍ଟ ସିକ୍କିମର ଅଧିବାସୀଙ୍କ ପାଇଁ ଆୟକର ଛାଡ଼ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ସମୟରେ ନିଜ ଆଦେଶରେ ସିକ୍କିମ ନେପାଳୀଙ୍କୁ ପ୍ରବାସୀ ବୋଲି କହିଦେଇଥିଲେ। କୋର୍ଟ କହିଥିଲେ ଯେ ଏମାନେ ସିକ୍କିମରେ ଆସି ରହିଯାଇଥିଲେ। ଏହାପର ଠାରୁ ସିକ୍କିମର ନେପାଳୀ ସମୁଦାୟ ନାରାଜ ରହିଛି।

ଏହି ମାମଲାରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସିକ୍କିମର ବିଜେପି ଅଧ୍ୟକ୍ଷଙ୍କ ନେତୃତ୍ବାଧୀନ ଏକ ପ୍ରତିନିଧିମଣ୍ଡଳକୁ ଆଶ୍ବାସନା ଦେଇଥିଲେ ଏବଂ ପୁର୍ନବିଚାରର ଆଶ୍ବାସନା ଦେଇଥିଲେ। ଅମିତ ଶାହ ପ୍ରତିନିଧିମଣ୍ଡଳକୁ କହିଥି​‌ଲେ ଯେ ସିକ୍କିମୀ ସମୁଦାୟର ଭାବନାରେ ସମ୍ମାନ କରାଯିବା ଦରକାର। ଏହା ସହ ଗୃହମନ୍ତ୍ରୀ ସିକ୍କିମ ଅଧିବାସୀଙ୍କୁ ଶାନ୍ତି ଏବଂ ସଦଭାବ ବଜାୟ ରଖିବାକୁ ଅପିଲ୍ କରିଛନ୍ତି। ଏବଂ ରାଜନୀତିକ ଦଳଙ୍କୁ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକ ଲାଭ ନଉଠାଇବାକୁ ଅପିଲ୍‌ କରିଛନ୍ତି।

   Related Posts