ଗଠନ ହେବ ‘ନିୟୁ ସ୍ପେସ ଇଣ୍ଡିଆ ଲିମିଟେଡ’

Published By : Prameya-News7 Bureau | July 05, 2019 IST

ନୂଆଦିଲ୍ଲୀ ୫|୭: ମହାକାଶ ବିଭାଗ ଅନ୍ତର୍ଗତ ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି ହେବ । ସଂସଦରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବା ବେଳେ ଏହା ପ୍ରକାଶ କରଛନ୍ତି । ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓ ଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁଁ ଆଜି ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି । ବର୍ତ୍ତମାନ ଏହାର ବାଣିଜ୍ୟିକ ଉପଯୋଗ ନିମନ୍ତେ ସମୟ ଆସିଯାଇଛି । ସେ ଦୃଷ୍ଟିରୁ ନୂତନ ଭାରତୀୟ ମହାକାଶ ଲିମିଟେଡ ନାମକ ଏକ ସଂସ୍ଥା ମହାକାଶ ବିଭାଗରେ ସୃଷ୍ଟି କରାଯାଇଛି ।  ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଦ୍ୱାରା କରାଯାଉଥିବା ଗବେଷଣା ଓ ବିକାଶରେ ଏହା ସହାୟକ ହେବ । ବିଭିନ୍ନ ମହାକାଶ ସାମଗ୍ରୀ ଯଥା – ଉତ୍‌କ୍ଷେପଣ ଯାନ, ବୈଷୟିକ ଜ୍ଞାନ ହସ୍ତାନ୍ତରଣ ଭଳି ବାଣିଜ୍ୟିକ ଉପଯୋଗରେ ଏହି କମ୍ପାନୀ କାର୍ଯ୍ୟ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.