Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋର ବଡ଼ ଘୋଷଣା, କହିଲା-ନୂଆ ସଫଳତା ପାଇଁ ପ୍ରସ୍ତୁତ

29/05/2023 at 4:13 PM

chandrayaan-3

ନୂଆଦିଲ୍ଲୀ, ୨୯/୦୫: ଚଳିତ ବର୍ଷ ଜୁଲାଇରେ ହିଁ ଲଞ୍ଚ ହେବ ଚନ୍ଦ୍ରଯାନ-୩। ସୋମବାର ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଏହି ସୂଚନା ଦେବା ସହ, ଚନ୍ଦ୍ରଯାନ-୩ର ଲଞ୍ଚ ମହାକାଶ କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ବଡ଼ ସଫଳତା ହେବ ବୋଲି କହିଛନ୍ତି । ସୂଚନାଥାଉକି, ସୋମବାର ସତୀଶ ଧଓ୍ବନ ଅନ୍ତରୀକ୍ଷ କେନ୍ଦ୍ରର ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ରୁ GSLV-F12 ରକେଟ୍ ଏନଭିଏସ-୦୧ ନାଭିଗେସନ୍ ସାଟେଲାଇଟକୁ ସଫଳତାପୂର୍ବକ ଲଞ୍ଚ କରିଛି। ଆଉ ଏହି ଲଞ୍ଚ ପରେ ପ୍ରତିକ୍ରିୟା ରଖିଛନ୍ତି ଏସ ସୋମନାଥ।

FILE

ଅଧିକ ପଢ଼ନ୍ତୁ: ସମୁଦ୍ରରୁ ଭୂପୃଷ୍ଠ, ଭାରତର ସବୁ କୋଣ ଉପରେ ରହିବ ନଜର; ଶ୍ରୀହରି କୋଟାରୁ ନାଭିଗେସନ୍ ସାଟେଲାଇଟ୍ ଲଞ୍ଚ୍

ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି ‘‘ଅସଫଳତା ସାମାନ୍ୟ କଥା। ବାରମ୍ବାର ସଫଳ ହେବ ଜରୁରୀ ନୁହେଁ। କିନ୍ତୁ ବଡ଼ କଥା ହେଉଛି ଆମକୁ ଏଥିରୁ ଶିଖିବାର ଅଛି ଆଉ ଆଗକୁ ବଢ଼ିବାର ଅଛି। ପ୍ରତି କାମରେ ସଫଳତା ଏବଂ ଅସଫଳତା ରହିଛି। ଆମକୁ ଆମ ପ୍ରୟୋଗ ବନ୍ଦ ନକରିବା ଦରକାର।’’

ସୂଚନାଥାଉକି, ଚନ୍ଦ୍ରଯାନ-୩ର ଲଞ୍ଚର ଘୋଷଣା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର-ରୋଭର ଦୁର୍ଘଟଣାଗ୍ରସ୍ତ ହେବାର ଚାରି ବର୍ଷ ପରେ ହୋଇଛି। ଚନ୍ଦ୍ରଯାନ-୩ ମିଶନକୁ ଜୁଲାଇରେ ଶ୍ରୀହରିକୋଟାର ସତୀଶ ଧଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ହେବ। ଚନ୍ଦ୍ରଯାନ-୩ ଚନ୍ଦ୍ରର ସେହି ସ୍ଥାନକୁ ଲଞ୍ଚ କରାଯାଇପାରେ ଯେଉଁଠାକୁ ସୂର୍ଯ୍ୟକିରଣ କମ୍‌ ପଡ଼ୁଛି ବା ଚନ୍ଦ୍ରର ଅଧିକ ଅନ୍ଧକାରମୟ ସ୍ଥାନକୁ ଲଞ୍ଚ ହୋଇପାରେ। ଇସ୍ରୋର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମିଶନ ଏହାର ଶେଷ ପର୍ଯ୍ୟାୟରେ ରହିଛି।

ସୂଚନାଥାଉକି, ଚନ୍ଦ୍ରଯାନ-୨କୁ ୨୦୧୯ରେ ଲଞ୍ଚ କରାଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ ମିଶନର ଲ୍ୟାଣ୍ଡର ଏବଂ ରୋଭର ହଜିଯାଇଥିଲା। କାରଣ ଏହା ଚନ୍ଦ୍ରମାର ସୁଦୂର ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

   Related Posts