ଜୁଲାଇରେ ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରଯାନ-୩, ମିଶନ ସଫଳ ହେଲେ ଭାରତ ପାଲଟିବ ଚତୁର୍ଥ ଦେଶ
2/06/2023 at 11:05 AM

ନୂଆଦିଲ୍ଲୀ ୦୨/୦୬: ଜୁଲାଇରେ ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରଯାନ-୩ । ଯଦି ଏହି ମିଶନ ସଫଳ ହୁଏ ତେବେ ଚନ୍ଦ୍ର ଛୁଇଁବାରେ ଭାରତ ବିଶ୍ବରେ ଚତୁର୍ଥ ଦେଶ ପାଲଟିବ । ମିଶନ ଚନ୍ଦ୍ରଯାନ ନେଇ ଇସ୍ରୋର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୨୦୧୯ରେ ଚନ୍ଦ୍ରଯାନ-୨ ମିଶନ ସଫଳ ହୋଇ ପାରିନଥିଲା ।
ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ବେଳେ ବିକ୍ରମ ଲ୍ୟାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା । ଏବେ ପୁଣି ଥରେ ମିଶନ ଚନ୍ଦ୍ରଯାନ-୩ ଆରମ୍ଭ ହେବ । ସେପଟେ ରୁଷର ମୁନ୍ ଲ୍ୟାଣ୍ଡର ମିଶନ ସ୍ଥଗିତ ହୋଇ ଯାଇଥିବାରୁ ଚନ୍ଦ୍ରରେ ଅବତରଣ କରିବା ଲାଗି ଭାରତ ଲାଗି ପ୍ରଥମେ ସୁଯୋଗ ସୃଷ୍ଟି ହୋଇଛି । ଚନ୍ଦ୍ରଯାନ-୨ର ତ୍ରୁଟିରୁ ଆମେ ଶିଖିଛୁ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍ . ସୋମନାଥ ।
Related Posts
ବେଆଇନ ଗର୍ଭପାତ କରି ଡାକ୍ତର ଗିରଫ; ୯୦୦ରୁ ଅଧିକ କରିଛନ୍ତି ଭୃଣ ହତ୍ୟା
28 November 2023