ଚନ୍ଦ୍ର ଅଭିମୁଖେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ-୩, ଚତୁର୍ଥ କକ୍ଷ ପଥରେ କଲା ପ୍ରବେଶ

Published By : Prameya-News7 Bureau | July 20, 2023 IST

ନୂଆଦିଲ୍ଲୀ: ଚନ୍ଦ୍ର ଅଭିମୁଖେ ଆଉ ପାଦେ ଆଗକୁ ବଢିଲା ଚନ୍ଦ୍ରଯାନ-୩। ଭାରତୀୟ ମହାକାଶ ଗବେଷଣାକାରୀ ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୩କୁ ତାର ଚତୁର୍ଥ କକ୍ଷ ପଥରେ ଅବସ୍ଥାପିତ କରିବାରେ ସଫଳ ହୋଇଛି। ଗୁରୁବାର ଏହାର ସୂଚନା ଦେଇଛି ଇସ୍ରୋ। ଏଥିସହ ଇସ୍ରୋ ଚନ୍ଦ୍ରଯାନ-୩ ମିଶନରେ ସଫଳତାର ଆଉ ଏକ ପାଦ ଆଗକୁ ବଢିଛି।

wp:heading {"level":4}

Also read- ଫିଲ୍ମ ଆଦିପୁରୁଷ ଠାରୁ ବି କମ୍‌ ଖର୍ଚ୍ଚରେ ହୋଇଛି ଚନ୍ଦ୍ରଯାନ-୩ ! ଇସ୍ରୋର ପରୀକ୍ଷଣକୁ ସିନେମା ସହ ଯୋଡ଼ି ଇଣ୍ଟରନେଟ୍‌ର ମଜା ନେଉଛନ୍ତି ନେଟିଜେନ୍ସ

/wp:heading

ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟ୍ଓ୍ଵର୍କ(ISTRAC)ରୁ ଚନ୍ଦ୍ରଯାନକୁ ତୃତୀୟ କକ୍ଷପଥରୁ ଚତୁର୍ଥ କକ୍ଷପଥକୁ ନିକ୍ଷେପ କରାଯାଇଥିଲା। ଏହି ଉପଲବ୍ଧି ଚନ୍ଦ୍ରଯାନ-୩କୁ ଏହାର ଅନ୍ତିମ ଗନ୍ତବ୍ୟସ୍ଥଳ ଚନ୍ଦ୍ରର ନିକଟତର କରାଇଛି। ଚନ୍ଦ୍ରଯାନ-୩କୁ ଏହାର ପଞ୍ଚମ କକ୍ଷ ପଥରେ ଅବସ୍ଥାପିତ କରିବା ପାଇଁ ୨୦୨୩ ଜୁଲାଇ ୨୫ ତାରିଖ ଅପରାହ୍ନ ୨ଟାରୁ ୩ଟା ସମୟରେ ନିର୍ଦ୍ଧାରିତ କରାଯାଇଛି।

Chandrayaan-3
indiatoday.in

ଚନ୍ଦ୍ରଯାନ-୩ ୨୦୨୩ ଜୁଲାଇ ୧୪ ତାରିଖରେ ଏଲଭିଏମ୩-ଏମ୪ ରକେଟ୍ ଜରିଆରେ ଆନ୍ଧ୍ର ପ୍ରଦେଶର ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଥିଲା। ଉଡାଣର ୧୭ ମିନିଟ୍‌ରେ ଚନ୍ଦ୍ରଯାନ-୩ ନିଜର ପ୍ରଥମ କକ୍ଷ ପଥରେ ପ୍ରବେଶ କରିଥିଲା। ଏହା ପରେ ପର୍ଯ୍ୟାୟକ୍ରମେ ଚନ୍ଦ୍ରଯାନ-୩କୁ ଚତୁର୍ଥ କକ୍ଷପଥରେ ଅବସ୍ଥାପିତ କରାଯାଇଛି।

ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଭୂପୃଷ୍ଠର ବିଭିନ୍ନ ଦିଗକୁ ଅଧ୍ୟୟନ କରିବା ପାଇଁ ଡିଜାଇନ କରାଯାଇଛି। ଏଥିରେ ଚନ୍ଦ୍ର ରେଜୋଲିଥର ଥର୍ମୋଫିଜିକଲ ଗୁଣ, ଚନ୍ଦ୍ରରେ ଭୂକମ୍ପ, ଚନ୍ଦ୍ର ପୃଷ୍ଠର ପ୍ଲାଜମା ବାତାବରଣ ଏବଂ ଚନ୍ଦ୍ରରେ ଅବତରଣ ସ୍ଥଳର ଆଖପାଖର ମୌଳିକ ସରଞ୍ଚନା ବିଷୟରେ ତଥ୍ୟ ପ୍ରଦାନ କରିବ ଚନ୍ଦ୍ରଯାନ-୩।

wp:heading {"level":4}

Also read- ସ୍ୱପ୍ନ ସତ ହେବା ପରି ଥିଲା…ଉଡାଣ ଭରୁଥିଲା ଚନ୍ଦ୍ରଯାନ-୩, ସେପଟେ ବିମାନରେ ବସିଥିବା ଯାତ୍ରୀ ମଝି ଆକାଶରୁ କଲେ ଭିଡିଓ

/wp:heading

ଇସ୍ରୋ ଅନୁସାରେ ଚନ୍ଦ୍ରଯାନ-୩ର ସମସ୍ତ ଉପକରଣ ସଠିକ ଭାବେ କାର୍ଯ୍ୟ କରୁଛି । ବୈଜ୍ଞାନିକଙ୍କ ଅନୁସାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ୪୨ ଦିନର ସମୟ ଲାଗିବ । ଇସ୍ରୋ ମୁଖ୍ୟ ଏସ.ସୋମନାଥଙ୍କ ଅନୁସାରେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ସଂଧ୍ୟା ୫.୪୭ ମିନିଟରେ ଚନ୍ଦ୍ରରେ ଅବତରଣ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.