MT-1 ଉପଗ୍ରହକୁ ଖସାଇଲା ଇସ୍ରୋ, ସଫଳତାର ସହ ପ୍ରଶାନ୍ତ ମହାସାଗରରେ ପଡିଲା
8/03/2023 at 2:46 PM

ନୂଆଦିଲ୍ଲୀ ୦୮।୦୩ : ସଫଳତାର ସହ MT-1 ଉପଗ୍ରହକୁ ଖସାଇଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା। ଇସ୍ରୋ ନିୟନ୍ତ୍ରିତ ଢଙ୍ଗରେ ଏହାର ୧୨ ବର୍ଷ ପୁରୁଣା ଉପଗ୍ରହ ମେଗା ଟ୍ରପିକ୍ସ -୧ MT-1 ସାଟେଲାଇଟକୁ ପ୍ରଶାନ୍ତ ମହାସାଗରରେ ଖସାଇ ଦେଇଛି ।
ଖବର ଅନୁଯାୟୀ, ତିନି ବର୍ଷ ପାଇଁ ପାଣିପାଗ ସୂଚନା ଯୋଗାଇବା ପାଇଁ ଏହି ଉପଗ୍ରହକୁ ନିର୍ମାଣ କରାଯାଇଥିଲା, କିନ୍ତୁ ଏହା ୧୦ ବର୍ଷରୁ ଅଧିକ ସମୟ ପାଇଁ ସେବା ଯୋଗାଇଥିଲା। ଅଗଷ୍ଟ ୨୦୨୨ ଠାରୁ କ୍ରମାଗତ ଭାବେ ପୃଥିବୀ ଠାରୁ ଉପଗ୍ରହର ଦୂରତା ହ୍ରାସ ହେଉଥିଲା। ତେଣୁ ଏହା ଯେପରି ଅନ୍ୟ ସ୍ପେସ୍ ବସ୍ତୁଗୁଡ଼ିକ ସହିତ ଧକ୍କା ନହେବ ସେଥିପାଇଁ ସମସ୍ତ ଯୋଜନା କରାଯାଇଥିଲା। ଯାହାଫଳରେ ଶେଷରେ ଏହି ଉପଗ୍ରହକୁ ଖସାଇବା ନିଷ୍ପତ୍ତି ନେଇଥିଲା ଇସ୍ରୋ ।
ଫ୍ରାନ୍ସର ସ୍ପେସ୍ ଏଜେନ୍ସି CNES ସହଯୋଗରେ ଇସ୍ରୋ ୧୨ ଅକ୍ଟୋବର ୨୦୧୧ ରେ ଏହି ଉପଗ୍ରହକୁ ଉତକ୍ଷେପଣ କରିଥିଲା। ଏବେ ଏହାକୁ ସଫଳତାର ସହ ଖସାଇଛି ଇସ୍ରୋ । ସାଟେଲାଇଟକୁ ପ୍ରଶାନ୍ତ ମହାସାଗରରେ ଖସାଇ ଦେଇଛି ।