ଇସ୍ରୋର ସବୁଠୁ ଛୋଟ ରକେଟ୍ର ସଫଳ ପରୀକ୍ଷଣ, ବ୍ୟୟବହୁଳ ଲଞ୍ଚିଂରୁ ମିଳିଲା ମୁକ୍ତି
10/02/2023 at 9:52 AM

ନୂଆଦିଲ୍ଲୀ ୧୦/୦୨: ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ) ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ସବୁଠୁ ଛୋଟ ଉପଗ୍ରହ SSLV-D2 ଲଞ୍ଚର ଉତକ୍ଷେପଣ କରିଛି । ସକାଳ ୯ଟା ୧୮ ମିନିଟରେ ଏହାର ଲଞ୍ଚିଂ ହୋଇଥିଲା ।
#WATCH | Andhra Pradesh: ISRO launches Small Satellite Launch Vehicle-SSLV-D2- from Satish Dhawan Space Centre at Sriharikota to put three satellites EOS-07, Janus-1 & AzaadiSAT-2 satellites into a 450 km circular orbit pic.twitter.com/kab5kequYF
— ANI (@ANI) February 10, 2023
ଉତକ୍ଷେପଣ ପରେ ଏହି ଲଞ୍ଚର ଭେଇକିଲ ୧୫ ମିନିଟର ଉଡାଣ ସମୟରେ ଇସ୍ରୋର ଇଓଏସ୍-୦୭, ଆମେରିକା ସ୍ଥିତ ଫର୍ମଆଣ୍ଟାରିସ୍ ଜାନୁସ୍-୧. ସ୍ପେଶ୍ କିଡଜର ଅଜାଦି ସାଟ୍ ୪୫୦ କିଲୋମିଟର ଦୂରରେ ସ୍ଥାପନ କରିବାର ସୂଚନା ରହିଛି ।
ତଥ୍ୟ ଅନୁସାରେ, ଏସଏସଏଲଭି ‘ଲଞ୍ଚ ଅନ୍ ଡିମାଣ୍ଡ’ ଆଧାରରେ ଏହା ପୃଥିବୀର ୫୦୦ କିଲୋମିଟର ଯାଏଁ ଘୁରି ସାଟେଲାଇଟ୍କୁ ଅବସ୍ଥାପିତ କରିପାରିବ । କମ୍ ସମୟ ମଧ୍ୟରେ ପୃଥିବୀର କକ୍ଷ ପକ୍ଷରେ ଏକାଧିକ ଉପଗ୍ରହଙ୍କୁ ଅବସ୍ଥାପିୀତ କରିବାର ସାମର୍ଥ୍ୟ ରେ ଏହି ଲଞ୍ଚର । ଏହାର ଲମ୍ବ ୩୪ ମିଟର, ୨ ମିଟର ବ୍ୟାସ ଯୁକ୍ତ । ଏହାର ଓଜନ ୧୨୦ ଟନ୍ ।