oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

PSLV-C53 mission ଲଞ୍ଚ; ଯେତେ ପାଗ ଖରାପ ହେଲେ ବି ରାତି-ଦିନ ଫଟୋ ସଂଗ୍ରହ କରି ପଠାଇବ ଏହି ସାଟେଲାଇଟ୍

30/06/2022 at 6:52 PM

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋ (ISRO) ଆଜି ସନ୍ଧ୍ୟା ୬.୨ରେ PSLV-C53/DS-EO ମିସନ ଲଞ୍ଚ କରିଛି। ଶ୍ରୀହରିକୋଟାର ସତୀସ ଧୱନ ସ୍ପେସ୍‌ ସେଣ୍ଟରର ଦ୍ୱିତୀୟ ଲଞ୍ଚପେଡ୍‌ରୁ PSLV-C53/DS-EOକୁ ମହାଆକାଶକୁ ନିକ୍ଷେପ କରାଯାଇଛି।  ଲୋ ଆର୍ଥ ଅର୍ବିଟ୍‌(LEO)ରେ ୩ଟି ସାଟେଲାଇଟ୍‌ ମୁତୟନ କରିବା ପାଇଁ PSLV-C53କୁ ଛଡ଼ାଯାଇଛି।

ଏହି ରକେଟ୍‌ରେ ୩ଟି କମର୍ସିଆଲ୍ ସାଟେଲାଇଟ୍ ଯାଇଛି। ଏହା ବାଦ୍ POEM ବିକୁ ବି ଏହି ରକେଟ୍‌ରୁ ପଠାଯାଇଛି। ।ଯେଉଁଥିରେ ଷ୍ଟାଟ୍‌ ଅପ କମ୍ପାନୀର ଦୁଇଟି ଡେମେନ୍ସଷ୍ଟ୍ରେଟର ସାଟେଲାଇଟ୍ ରହିଛି।

ମିସାଇଲ୍ ଲଞ୍ଚ କରିବା ପାଇଁ ୨୪ ଘଣ୍ଟା ପୂର୍ବରୁ ଅର୍ଥାତ ଗତକାଲି ସନ୍ଧ୍ୟା ୫ରେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିଲା। ଆଜି ଠିକ୍ ୬.୨ରେ ଏହା ଲଞ୍ଚ କରିଥିଲା। ନ୍ୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍(NSIL)ର ଏହା ଦ୍ୱିତୀୟ କମର୍ସିଆଲ୍ ଲଞ୍ଚ। ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଶ୍ରୀହରିକୋଟାରୁ PSLV-C52/EOS-4 ମିସନକୁ ଲଞ୍ଚ କରାଯାଇଥିଲା।

ଦ୍ୱିତୀୟ ଲଞ୍ଚପ୍ୟାଡ୍‌ରୁ PSLV ରକେଟ୍‌ର ଏହା ୧୬ ତମ ଉଡ଼ାଣ। ଏହି ରକେଟ୍‌ରେ ବେଙ୍ଗାଲୁର ସ୍ଥିତ ଦିଗାନ୍ତାରା ରୋବଷ୍ଟ ଇଞ୍ଜିନୟରିଂ ପ୍ଟୋଟୋନ ଫ୍ଲୁଏନ୍ସ ମିଟର(ROBI) ପ୍ରଟୋନ ଡୋସୀମୀର ପେଲୋଡ ଓ ଧ୍ରୁବ ସ୍ପେସ୍ ସାଟେଲାଇଟ୍ ଆର୍ବିଟଲ ଡେପ୍ଲାୟର(DSOD 1U) ପଠାଇଛି। ଏହି ଦୁଇଟି ଷ୍ଟାଟ୍‌ଅପ କମ୍ପାନୀର ସାଟେଲାଇଟ୍। ୪୪.୪ ମିଟର ଉଚ୍ଚା ବିଶିଷ୍ଟ PSLV- C53 ରକେଟ୍‌ରେ ଏହି ଦୁଇ ସାଟେଲାଇଟ୍ ସହ ଆଉ ୩ ସାଟେଲାଇଟ୍ ରହିଛି। ଏହି ରକେଟ୍ ସାଟେଲାଇଟଗୁଡ଼ିକୁ ପୃଥିବୀର ଭୂମଧ୍ୟ ରେଖା(Equator Line)ରୁ ୫୭୦ କିମି ଉପର କକ୍ଷରେ ମୁତୟନ କରିବ।

ଏହି ରକେଟ୍‌ରେ ଯେଉଁ ତିନିଟି ସାଟେଲାଇଟ୍ସ ପଠାଯାଇଛି ଯେଉଁଥିରେ DS-EO ସାଟେଲାଇଟ୍ସ ଓ NeuSAR(ନ୍ୟୁସାର) ସାଟେଲାଇଟ୍ସ ଏହି ଦୁଇଟି ସିଙ୍ଗାପୁରର। NeuSAR ସିଙ୍ଗାପୁରର ପ୍ରଥମ କମର୍ଶିଆଲ୍ ସାଟେଲାଇଟ୍ ଯେଉଁଥଇରେ ଏସ୍‌ଏଆର୍ ପେଲୋଡ୍ ଲଗାଯାଇଛି। ଏହା ଦିନ ହେଉ କମ୍ବା ରାତି ଯେ କୌଣସି ଜଳବାୟୁରେ ଫଟୋ ନେଇପାରିବ। DS-EO ସଟେଲାଇଟ ୩୬୫ କେଜିର ହୋଇଥିବା ବେଳେ ଏହା DS-EO ବିପର୍ଯ୍ୟୟ ପରିଚାଳନାରେ ସହଯୋଗ କରିବ।। ସେହିପରି NeuSAR ୧୫୫ କେଜିର। ତୃତୀୟ ସାଟେଲାଇଟ୍‌ର ନାଁ Scoob-1 ହୋଇଥିବା ବେଳେ ଏହାର ଓଜନ ୨.୮ କେଜିର ରହିଛି। ଯାହାକୁ ସିଙ୍ଗାପୁର ନନ୍ୟାଙ୍ଗ ଟେକ୍ନୋଲୋଜୀ ୟୁନିଭର୍ସିଟି ନିର୍ମାଣ କରିଛି।

୧୯୯୩ରୁ ଏପର୍ଯ୍ୟନ୍ତ ହେଲାଣି ୫୫ଟି PSLV ପରୀକ୍ଷଣ

୧୯୯୩ ମସିହାରୁ ଏପର୍ଯ୍ୟନ୍ତ ୫୪ ଟି ସାଟେଇଲାଟ୍ ପରୀକ୍ଷଣ କରାଯାଇଥିଲା। ଆଜିର ପରୀକ୍ଷଣକୁ ମିଶାଇଲେ ୫୫ ପରୀକ୍ଷଣ ହୋଇଛି। ମୋଟ ପରୀକ୍ଷଣ ମଧ୍ୟରୁ ମାତ୍ର ଦୁଇଟି ଫେଲ୍ ହୋଇଥିବା ବେଳେ ୫୩ଟିର ସଫଳ ପରୀକ୍ଷଣ ହୋଇଛି। ୧୯୯୩ରେ ପ୍ରଥମ ପିଏସ୍‌ଏଲ୍‌ଭି-ଜୀ ପରୀକ୍ଷଣ କରାଯାଇଥିବା ବେଳେ ୨୦୧୭ରେ ପିଏସ୍‌ଏଲ୍‌ଭି-ଏକ୍ସଏଲ୍ ରକେଟ୍ ପରୀକ୍ଷଣ କରାଯାଇଥିଲା।

PSLVକୁ ଇସ୍ରୋ ସବୁଠାରୁ ଭରସାଯୋଗ୍ୟ ରକେଟ୍ ବୋଲି ମାନିଥାଏ। ମଙ୍ଗଳାୟନ(Mars Orbiter Mission – MOM) ଓ ଚନ୍ଦ୍ରାୟନ-୧(Chandrayaan-1) ମିଶନରେ ଏହି ରକେଟ୍ ବ୍ୟବହାର କରାଯାଇଥିଲା।

   Related Posts