ଇତିହାସ ରଚିଲା ଇସ୍ରୋ, ଉତକ୍ଷେପଣ ହେଲା ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ୍

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ ୦୭/୦୮:  ଇସ୍ରୋ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ ଏସଏସଏଲଭି-ଡି୧ ର ଉତକ୍ଷେପଣ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ୯ଟା ୧୮ ମିନିଟ୍ ସମୟରେ ଏସଏସଏଲଭିକୁ ଉତକ୍ଷେପଣ କରାଯାଇଛି । ଇସ୍ରୋର ସବୁଠୁ ଭରସାଯୋଗ୍ୟ ରକେଟ ହେଉଛି ଏସଏଲଭି ।

ଏହାର ସମ୍ପୂର୍ଣ୍ଣ ନାଁ ହେଉଛି ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ । ଯାହା ଏକ ଛୋଟ ଲିଫ୍ଟ ଲଞ୍ଚ ମହାକାଶଯାନ । ୫୦ ଗ୍ରାମ ଓଜନର ପ୍ରାୟ ୮୫ଟି ଏସଏସଏଲଭି-ଡି୧/ଇଓଏସ-୦୨କୁ ୭୫ଟି ସ୍କୁଲର ୭୫୦ ଜଣ ଛାତ୍ରଛତ୍ରୀ ମାନେ ତିଆରି କରିଛନ୍ତି । ଏସବୁ ସେଟେଲାଇଟ କୃଷି, ଜଙ୍ଗଲ ଓ ବିପର୍ଯ୍ୟୟ ପରିଚାଳନା ଦିଗରେ ତଥ୍ୟ ଦେବ ।

ତେବେ ଏହି ସାଟେଲାଇଟର ଲମ୍ବ ୩୪ ମିଟର ରହିଥିବାବେଳେ ବ୍ୟାସ ରହିଛି ୬ ଦଶମିକ ୭ ଫୁଟ ।  ମୋଟ ଓଜନ ୧୨୦ ଟନ୍ । ଏହା PSLV ରକେଟ୍ ଅପେକ୍ଷା ଆକାରରେ ବହୁତ ଛୋଟ । ଏଥିରେ ଚାରୋଟି ଅଂଶ ଅଛି । ତିନୋଟି ଅଂଶ କଠିନ ଇନ୍ଧନରେ ଚାଲିବ । ଚତୁର୍ଥ ଅଂଶ ତରଳ ଇନ୍ଧନ ଦ୍ବାରା ଗତି କରିବ । ବର୍ତ୍ତମାନ ଏହା ଛୋଟ ଉପଗ୍ରହ ଉତକ୍ଷେପଣ ପାଇଁ ବ୍ୟବହୃତ ହେବ । ଏହା ମାଧ୍ୟମରେ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ନିମ୍ନ କକ୍ଷପଥକୁ ପଠାଯିବ ବୋଲି କହିଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.