ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠକୁ ମାନବ ପ୍ରେରଣ ପାଇଁ ନାସା କରିଥିବା ଯୋଜନାରେ ଆର୍ଟିମିସ ମିଶନରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି ଭାରତ। ୨୦୨୪ରେ ମହାକାଶ ଷ୍ଟେସନ୍ ପାଇଁ ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ମଧ୍ୟରେ ସହମତି ପ୍ରକାଶ ପାଇଛି ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ଘୋଷଣା କରାଯାଇଛି।
{"width":842,"height":473}![Image of a Space Mission](https://akm-img-a-in.tosshub.com/indiatoday/images/story/202306/artemis-sixteen_nine.jpg?VersionId=7iEmObhvagOT8Mck1iawRnzgoUIR9r0_&size=690:388)
ସ୍ପେଶ୍ ଷ୍ଟେସନ୍ ନିର୍ମାଣ ସହ ଚନ୍ଦ୍ର ପୃଷ୍ଠରେ ମାନବ ପ୍ରେରଣ ପାଇଁ ଏକ ହେବେ ଭାରତ- ଆମେରିକା
ଓଭାଲ୍ ଅଫିସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବୈଠକ ହେବା ପୂର୍ବରୁ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି “ମାନବ ଜାତିର ଉପକାର ପାଇଁ ମହାକାଶର ଗବେଷଣା କ୍ଷେତ୍ରରେ ଭାରତ ଆର୍ଟେମିସ୍ ଚୁକ୍ତିନାମା ସ୍ୱାକ୍ଷର କରୁଛି ବୋଲି ଆମେ ଘୋଷଣା କରୁଛୁ।”
ପଢ଼ନ୍ତୁ -ଭାରତରେ ହେବ ଲଢ଼ୁଆ ବିମାନ ଇଞ୍ଜିନ ଉତ୍ପାଦନ, HAL ସହ ବଡ଼ ଡିଲ୍ କଲା GE ଏରୋସ୍ପେସ
ସୂଚନା ଥାଉକି ୧୯୬୭ (OST)ରେ ହୋଇଥିବା ଏକ ସନ୍ଧି ଅନୁସାରେ ଆର୍ଟିମିସ୍ ବୁଝାମଣା କରାଯାଇଛି। ଏହା ଏକ ନିୟମ ସମୂହ। ଏଥିରେ ଯଦିଓ କୌଣସି ବାଧ୍ୟତାମୁଳକ ନୁହେଁ, ତେବେ ମହାକାଶ ଅନୁସନ୍ଧାନ ଓ ବ୍ୟବହାର ପାଇଁ ଦେଶଗୁଡ଼ିକ ଏହାର ଉପଯୋଗ କରନ୍ତି। ମଙ୍ଗଳ ଗ୍ରହ ତଥା ଏହାର ବାହାରେ ମହାକାଶ ଅନୁସନ୍ଧାନକୁ ବିସ୍ତାର କରିବା ଓ ୨୦୨୫ ସୁଦ୍ଧା ମଣିଷକୁ ଚନ୍ଦ୍ରକୁ ପୃଷ୍ଠରେ ପହଞ୍ଚାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି। ଆମେରିକାର ନେତୃତ୍ୱତରେ ଏହି ପ୍ରୟାସ ଜାରି ରହିଛି।
![NASA Mulls India's Participation in Artemis Accords To Boost Space Exploration](https://gumlet.assettype.com/pratidintime%2F2023-06%2F6d751bc6-1a32-421f-a2f8-6ea93a5db1f7%2FNew_Project.jpg?w=1200&auto=format%2Ccompress&ogImage=true&enlarge=true)
ହ୍ୱାଇଟ୍ ହାଉସ୍ ଅଧିକାରୀ କହିଛନ୍ତି ଯେ ନାସା ଏବଂ ଇସ୍ରୋ ଚଳିତ ବର୍ଷ ହ୍ୟୁମାନ ସ୍ପେସ୍ ଫ୍ଲାଇଟ୍ କୋପରେସନ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏଥିସହିତ ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପାଇଁ ଏକ ମିଳିତ ମିଶନରେ ନାସା ଓ ଇସ୍ରୋ ସହମତି ପ୍ରକାଶ କରିଥିବା ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ନାଁ ଗୋପନ ରଖି ସୂଚନା ଦେଇଛନ୍ତି। ସେହିପରି ସେମିକଣ୍ଡକ୍ଟର ପାଇଁ ଆମେରିକୀୟ କମ୍ପାନୀଗୁଡିକ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ କରିବାକୁ ପାଇଁ ଭାରତ ସହ ମିଶ କାମ କରୁଛନ୍ତି। ଯାହା ଯୋଗାଣ ଶୃଙ୍ଖଳା ବିବିଧତାକୁ ପ୍ରୋତ୍ସାହିତ କରିବ ବୋଲି ହ୍ୱାଇଟ୍ ହାଉସ୍ ଅଧିକାରୀ ସୂଚନା ଦେଇଛନ୍ତି।
ଇଲେକ୍ଟ୍ରିକ୍ କାର୍ ହୋଇପାରେ ଶସ୍ତା, ଭାରତରେ ସେମିକଣ୍ଡକ୍ଟର ଆସେମ୍ବଲି ଓ ପରୀକ୍ଷଣ ହେବ
ଭାରତରେ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟ ପାଇଁ ଭାରତୀୟ ଜାତୀୟ ସେମିକଣ୍ଡକ୍ଟର ମିଶନ୍ର ସହଯୋଗରେ ମାଇକ୍ରୋନ ଟେକ୍ନୋଲୋଜି ୮୦୦ ମିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ ଘୋଷଣା କରିଛି। ଭାରତୀୟ କର୍ତ୍ତୃପକ୍ଷଙ୍କ ଅତିରିକ୍ତ ଆର୍ଥିକ ସହାୟତା ସହ ଏହି ଡିଲ୍ ୨.୭୫ ବିଲିୟନ ଡଲାରର ହେବ।
![Commitment to Artemis Accords affirms Australia's rising star in space | The Strategist](https://www.aspistrategist.org.au/wp-content/uploads/2021/01/orion_earthrise_1.jpg)
ଏଥିସହିତ, ବାଣିଜ୍ୟକରଣ କରିବା ଓ ନୂଆ ନୂଆ ଉଦ୍ଭାବନ ପାଇଁ ଆମେରିକାର ଆପ୍ଲାଏଡ୍ ମେଟେରିଆଲ୍ସ କମ୍ପାନୀ ଭାରତରେ ନୂଆ ସେମିକଣ୍ଡକ୍ଟର ସେଣ୍ଟର ସ୍ଥାପନା କରିବାକୁ ଘୋଷଣା କରିଛି। ଅନ୍ୟ ଏକ ସେମିକଣ୍ଡକ୍ଟର ବିନିର୍ମାଣ କମ୍ପାନୀ ୬୦,୦୦୦ ଭାରତୀୟ ଇଞ୍ଜିନିୟରଙ୍କୁ ପ୍ରଶିକ୍ଷଣ ଦେବାକୁ ଘୋଷଣା କରିଛି।
ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଖଣିଜ ନିରାପତ୍ତା ପାଇଁ ଆମେରିକା ଖଣିଜ ସୁରକ୍ଷା ପାର୍ଟନର୍ସିପ୍ରେ ସଦସ୍ୟ ହେବାକୁ ଆମେରିକା ଭାରତକୁ ସମର୍ଥନ ଘୋଷଣା କରିବ। ଏହା ଗୁରୁତ୍ୱପୂର୍ଣ୍ଣ ଖଣିଜ ଯୋଗାଣ ଶୃଙ୍ଖଳାକୁ ଆହୁରି ମଜଭୁତ କରିବ। ଆମ ପରିବେଶ ଓ ଅର୍ଥନୀତି ଓ ପ୍ରଯୁକ୍ତିବିଦ୍ୟାର ଲକ୍ଷ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ ବଜାରରେ ଆବଶ୍ୟକ ଥିବା ଉତ୍ତମ ଖଣିଜ ଯୋଗାଣ ଶୃଙ୍ଖଳ ଠିକ୍ ଭାବରେ ହେଉଛି କି ନାହିଁ ତାହା ନିଶ୍ଚିତ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।
![NASA lays out 'Artemis Accords' for international moon missions](https://cdn.geekwire.com/wp-content/uploads/2020/05/200515-artemis1.jpg)
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଭାରତ-ଆମେରିକା ମିଶି କାମ କରିବେ
ଅଧିକାରୀ କହିଛନ୍ତି, “ଆଡ୍ଭାନ୍ସ କମ୍ପ୍ୟୁଟିଙ୍ଗ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କ୍ୱାଣ୍ଟମ୍ ଇନ୍ଫରମେସନ ସାଇନ୍ସ ଉପରେ ଭାରତ ଏବଂ ଆମେରିକା ପ୍ରଥମେ ଏକ ମିଳିତ ଇଣ୍ଡୋ-ଆମେରିକା କ୍ୱାଣ୍ଟମ୍ ସମନ୍ୱୟ ପ୍ରଣାଳୀ ପ୍ରତିଷ୍ଠା କରିଛନ୍ତି। ଯାହା ଆମ ଶିଳ୍ପ, ଏକାଡେମୀ ଏବଂ ସରକାର ମଧ୍ୟରେ ସହଯୋଗକୁ ବଢ଼ାଇବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଡ୍ଭାନ୍ସ ଓୟାରଲେସ୍ ଓ କ୍ୱାଣ୍ଟମ୍ ଟେକ୍ନୋଲୋଜି ଉପରେ ମଧ୍ୟ ଏକ ନୂତନ କାର୍ଯ୍ୟକାରିତା ବ୍ୟବସ୍ଥାରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି | ଆର୍ଥିକ ବିକାଶ କନ୍ସୋର୍ଟିୟମ୍ ଉପରେ ଆମେରିକା ଏବେ ଇଣ୍ଡିଆନ୍ କ୍ୱାଣ୍ଟମ୍ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାଗୁଡ଼ିକରେ ସ୍ୱାଗତ କରୁଛି।
![Semiconductor - Capgemini](https://prod.ucwe.capgemini.com/wp-content/uploads/2022/11/Capgemini_Semiconductors.jpg)
5G ଓ 6G କାମ କରୁଛନ୍ତି ଦୁଇ ଦେଶ
ସେହିପରି ଆଡ୍ଭାନ୍ସ ଟେଲିକମ୍ୟୁନିକସେନ ପାଇଁ ଦୁଇ ଦେଶ(ଆମେରିକା ଓ ଭାରତ) 5G ଓ 6G ସେବା ଉପରେ କାମ ଜାରି ରଖିଛନ୍ତି। ଓପନ ରେଡିଓ ଆକ୍ସେସ୍(ଆର୍ଏଏନ୍) ସିଷ୍ଟମ୍ ଉପରେ ମଧ୍ୟ କାମ ଜାରି ରହିଛି ବୋଲି ହ୍ୱାଇଟ୍ ହାଉସ୍ କହିଛି।