oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଇସ୍ରୋର ମିଶନକୁ ଝଟ୍‌କା : ଅଧାରେ ଅଟକିଲା EOS-03, ବିଫଳ ହେଲା GSAT-1 ମିଶନ୍‌

12/08/2021 at 9:49 AM

ନୂଆଦିଲ୍ଲୀ ୧୨।୦୮: ଭାରତର ଆଇ ଇନ୍‌ ସ୍କାଏ ମିଶନ ବାଧାପ୍ରାପ୍ତ । ଇସ୍ରୋର ମିଶନକୁ ଝଟକା । ଅଧାରେ ଅଟକିଲା EOS-03, ବିଫଳ ହେଲା GSAT-1 । ଅତ୍ୟାଧୁନିକ ସାଟେଲାଇଟ୍ ଜିସାଟ୍ -୧ର ଉତକ୍ଷେପଣ ବିଫଳ ହୋଇଛି । ଜିସାଟ୍ -୧କୁ ସଫଳ ଉତକ୍ଷେପଣ କରି ଇତିହାସ ରଚିବାକୁ ଇସ୍ରୋ ଯେଉଁ ଳକ୍ଷ୍ୟରେ ରଖିଥିଲା, ସେଥିରେ ବିଫଳ ହୋଇଛି ।

isro

ଶ୍ରୀହରିକୋଟ୍ଟାରୁ ସକାଳ ୫ଟା ୪୩ ସମୟରେ ଏହାର ଉତକ୍ଷେପଣ କରାଯାଇଥିଲା । କିନ୍ତୁ ମିସନ୍ ସମୟର ୧୦ ସେକେଣ୍ଡ ପୂର୍ବରୁ ଏହା ଖରାପ ହୋଇଯାଇଥିଲା । ଇସ୍ରୋ ଏହି ଉପଗ୍ରହକୁ ୫ଟା ୪୩ରେ ସଫଳତା ପୂର୍ବକ ଉତକ୍ଷେପଣ କରିଥିଲା । ସବୁ କାମ ନିଜର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇଥିଲା । ପୂରା ଯାତ୍ରା ୧୮.୩୯ ମିନିଟର ଥିଲା । କିନ୍ତୁ ଶେଷ ସମୟରେ ଅଲଗା ହେବା ପୂର୍ବରୁ କ୍ରାୟୋଜେନିକ ଇଂଜିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହି କାରଣରୁ ଇସ୍ରୋକୁ ତଥ୍ୟ ମିଳିବା ବନ୍ଦ ହୋଇଯାଇଥିଲା ।

ଲାଇଫ ପ୍ରସାରଣ ଦେଖିବାରେ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ପରେ ଘୋଷଣା କରାଗଲା ଯେ, EOS-03 ମିଶନ ଆଂଶିକ ଭାବେ ବିଫଳ ହୋଇଛି । ଇଓଏସ-୦୩ ଏକ ଅତ୍ୟାଧୁନିକ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ । ଏହାକୁ ଜିଏସଏଲଭି-୧୦ ଦ୍ୱାରା ଜିଓସିଙ୍କ୍ରୋନସ ଟ୍ରାନ୍ସଫର କକ୍ଷ ପଥରେ ଅବସ୍ଥାପିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହି କୃତ୍ରିମ ଉପଗ୍ରହ ଏହା ଦେହରେ ଖଞ୍ଜାଯାଇଥିବା ପ୍ରପଲସନ ବ୍ୟବସ୍ଥାକୁ ଉପଯୋଗ କରି ଚୂଡାନ୍ତ ଭୂସ୍ଥିର କକ୍ଷ ପଥରେ ପହଞ୍ଚିଥାନ୍ତା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଫେଲ୍ ମାରିଛି ।

   Related Posts