ମହାକାଶକୁ ଉତ୍‌କ୍ଷେପଣ ହେଲା ଦୁଇଟି ସାଟେଲାଇଟ୍

Published By : Prameya-News7 Bureau | January 25, 2019 IST

ଶ୍ରୀହରିକୋଟା ୨୫|୧: ଉତ୍‌କ୍ଷେପଣ ହେଲା କଲାମସାଟ୍ ପେଲୋଡ୍ ଏବଂ ମାଇକ୍ରୋସାଟ୍-ଆର ସାଟେଲାଇଟ୍ । ଆନ୍ଧ୍ରପ୍ରଦେଶର ସତୀଶଧାୱାନ ମହାକାଶ କେନ୍ଦ୍ରରୁ ଏହି ଦୁଇଟି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ପିଏସଏଲଭି-ସି୪୪ ରକେଟ୍ ମାଧ୍ୟମରେ ଉପଗ୍ରହ ଦୁଇଟିକୁ ମହାକାଶକୁ ପଠାଯାଇଛି । ତେବେ ଏହି ଦୁଇଟି ଉପ୍ରଗ୍ରହ ମଧ୍ୟରେ ଥିବା କଲାମସାଟ୍ ପେଲୋଡ୍ ଉପଗ୍ରହଟି ହେଉଛି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଭାରତର ପ୍ରଥମ ଉପଗ୍ରହ । ଯାହା ମହାକାଶରେ ଜୀବନର ସତ୍ତା ନେଇ ଅନୁସନ୍ଧାନ କରିବ । ଗତକାଲି ରାତି ୧୧ଟା ୪୦ରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ସ୍ପେସ କିଡ୍ସ ଇଣ୍ଡିଆ ସଂସ୍ଥାର ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନେ ଏହି ଉପଗ୍ରହକୁ ନିର୍ମାଣ କରିଛନ୍ତି । ଯାହାର ଜୀବନ ଅବଧି ରହିଛି ୨ ମାସ । ୧୨ ଲକ୍ଷ ଟଙ୍କା ବିନିମୟରେ ୧୦ ସେଣ୍ଟିମିଟର ଓ ୧.୨ କେଜି ଓଜର ଏହି ସାଟେଲାଇଟ୍ ନିର୍ମାଣ କରାଯାଇଛି । ଯାହା ତାହାର ଜୀବନକାଳ ମଧ୍ୟରେ ଉନ୍ନତ ମାନର ଥ୍ରୀ-ଡି ଚିତ୍ର ମହାକାଶରୁ ପଠାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.