suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇସ୍ରୋକୁ ଆଉ ଏକ ସଫଳତା, ଓ୍ବାନଓ୍ବେବର ୩୬ ଉପଗ୍ରହ ସହ ଲଞ୍ଚ କଲା ଦେଶର ସବୁଠୁ ବଡ଼ ରକେଟ୍‌

26/03/2023 at 10:06 AM

ନୂଆଦିଲ୍ଲୀ, ୨୬/୦୩: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ISRO ରବିବାର ଏହାର ସବୁଠୁ ଭାରି ଏଲଭିଏମ-୩ ରକେଟ୍‌ ଲଞ୍ଚ କରିଛି। ଏହି ରକେଟ୍‌ ୩୬ ବ୍ରଡବ୍ୟାଣ୍ଡ ସାଟେଲାଇଟ୍‌ ସହ ପୃଥିବୀର ଲୋ ଅର୍ଥ ଅର୍ବିଟ୍‌ ପାଇଁ ଲଞ୍ଚ ହୋଇଛି। ଇସ୍ରୋ ଅନୁଯାୟୀ ବ୍ରିଟେନ୍‌ର ଓ୍ବାନଓ୍ବେବ୍‌ କମ୍ପାନୀ ପୃଥିବୀର ନିମ୍ନ କକ୍ଷରେ ଏହି ୩୬ ସାଟେଲାଇଟ୍‌ ପହଞ୍ଚାଇବ। ଏହି ସାଟେଲାଇଟ୍‌କୁ ସତୀଶ ଧଓ୍ବନ ସ୍ପେଶ୍‌ ସେଣ୍ଟରରୁ ୪୩.୫ ମିଟର ଲମ୍ବ ରକେଟ୍‌ରୁ ପ୍ରୋଜେକ୍ଟ କରାଯାଇଛି।

ଇଣ୍ଟରନେଟ୍‌ ସେବାକୁ ମିଳିବ ଫାଇଦା

ଏଲଭିଏମ-୩ ଓ୍ବାନଓ୍ବେବ୍‌ ଇଣ୍ଡିଆ-୨ ମିଶନ ୩୬ ସାଟେଲାଇଟ୍‌ ସହ ଶ୍ରୀହରିକୋଟାରୁ ଉଡ଼ାଣ ଭରିଛି। ବ୍ରିଟେନ୍ କମ୍ପାନୀ ଓ୍ବାନଓ୍ବେବ୍‌ ଇସ୍ରୋର ବାଣିଜ୍ୟିକ ଶାଖା ନ୍ୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି କରିଥିଲା। ଯାହା ଅନୁଯାୟୀ ପୃଥିବୀର ନିମ୍ନ କକ୍ଷରେ ୭୨ ସାଟେଲାଇଟ୍‌ ପ୍ରୋଜେକ୍ଟ ହୋଇଛି। ଏହାଦ୍ବାରା ଇଣ୍ଟରନେଟ୍‌ ସେବାକୁ ଫାଇଦା ମିଳିବ।

ସୂଚନାଥାଉ, ଇସ୍ରୋ ତରଫରୁ ୩୬ ସାଟେଲାଇଟ୍‌ ପ୍ରକ୍ଷେପଣ ପରେ ପୃଥିବୀ କକ୍ଷରେ ସ୍ଥାପିତ ସାଟେଲାଇଟ୍‌ ସଂଖ୍ୟା ୬୧୬ ହୋଇଯିବ। ଏହି ସାଟେଲାଇଟ୍‌ ବୈଶ୍ବିକ ସେବା ଆରମ୍ଭ କରିବା ପାଇଁ ଯଥେଷ୍ଟ।

   Related Posts