ଇସ୍ରୋ ଲଞ୍ଚ କଲା ପ୍ରଥମ ୩-ଡି ଭର୍ଚୁଆଲ୍‌ ସ୍ପେସ୍‌ ମ୍ୟୁଜିୟମ, ପ୍ରଦର୍ଶିତ ହେବ ଇସ୍ରୋର ଇତିହାସ ଓ ସଫଳତା

Published By : Prameya-News7 Bureau | August 12, 2022 IST

ନୂଆଦିଲ୍ଳୀ ୧୨।୦୮: ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଆଜାଦି କି ଅମୃତ ମହୋତ୍ସବ। ଏହି କ୍ରମରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନିଜର ଭର୍ଚୁଆଲ ସ୍ପେସ୍‌ ମ୍ୟୁଜିୟମ୍‌ ସ୍ପାର୍କ ଲଞ୍ଚ୍‌ କରିଛି । ଏହା ଏକ ଡିଜିଟାଲ୍‌ କଣ୍ଟେଣ୍ଟ । ଏଥିରେ ଇସ୍ରୋର ଇତିହାସ ଓ ସଫଳତା ପ୍ରଦର୍ଶିତ ହୋଇଛି। ଇସ୍ରୋ ଏଥିପାଇଁ ସ୍ପେସ୍‌ପାର୍କ ଡଟ୍‌ ଇସ୍ରୋ ଡଟ୍‌ ଜିଓଭି ଡଟ୍‌ ଇନ୍‌ ନାମକ ୱେବ୍‌ସାଇଟ୍‌ ଲଞ୍ଚ୍‌ କରିଛି । ଏଥିରେ ବିଭିନ୍ନ ପ୍ରକାର ଦସ୍ତାବିଜ, ଫଟୋ, ଭିଡିଓ ଆପଣ ଦେଖିପାରିବେ। ଏ ସବୁ ଇସ୍ରୋର ଇତିହାସ ସହ ସଂଶ୍ଳିଷ୍ଟ ।

ଇସ୍ରୋର ମିଶନ୍‌ ଗୁଡ଼ିକର କାହାଣୀ, ରକେଟ୍‌, ସାଟେଲାଇଟ୍‌ ଓ ଅନ୍ୟ ବୈଜ୍ଞାନିକ ମିଶନ୍‌ର ତଥ୍ୟ ଏଥିରେ ରହିଛି । ସ୍ପାର୍କ ଇସ୍ରୋର ପ୍ରଥମ ୩-ଡି ଭର୍ଚୁଆଲ୍‌ ସ୍ପେସ୍‌ ଟେକ୍‌ ପାର୍କ । ଏଥିରେ ମ୍ୟୁଜିୟମ୍‌ ଓ ଥିଏଟର ରହିଛି । ଅବ୍‌ଜର୍ଭେଟୋରି ଓ ବଗିଚା ବି ଅଛି । ପିଲାଙ୍କ ଖେଳିବା ସ୍ଥାନ ସମେତ ଅସଲି ଆକାରଯୁକ୍ତ ରକେଟ୍‌ ମଧ୍ୟ ପ୍ରଦର୍ଶିତ ହୋଇଛି । ହ୍ରଦ ନିକଟରେ କଫି କେନ୍ଦ୍ର ରହିଛି । ସମୁଦ୍ର କୂଳରେ ପାର୍କ ଏହା ନିର୍ମିତ।

ସଂଗ୍ରହାଳୟ ହିଁ ଏହାର ମୁଖ୍ୟ ବିଶେଷତ୍ୱ । ଏଥିରେ ଇସ୍ରୋର ସମସ୍ତ ମିଶନ୍‌ ସମେତ ଇସ୍ରୋକୁ ନିର୍ମାଣ କରିବାଠୁ ସଫଳ କରିଥିବା ବୈଜ୍ଞାନିକଙ୍କ କାହାଣୀ ମଧ୍ୟ ଅଛି । ପାର୍କରେ ଏକ ବସ୍‌ ପ୍ରଦର୍ଶିତ ହୋଇଛି, ଯାହାର ନାମ ସ୍ପେସ୍‌ ଅନ୍‌ ହ୍ୱିଲ୍‌ । ପିଲାମାନେ ଏଥିରେ ଯାଇ ମହାକାଶ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିପାରିବେ । ଏହା ନିକଟରେ ଏକ ଅବ୍‌ଜର୍ଭେଟୋରି ରହିଛି, ଯାହା ଭିତରେ ଏକ ବଡ଼ ଟେଲିସ୍କୋପ୍‌ ଲଗାଯାଇଛି । ଏଠାରେ ଲୋକେ ବ୍ରହ୍ମାଣ୍ଡର ରହସ୍ୟ ଜାଣିପାରିବେ । ଏହା ବ୍ୟତୀତ ସମସ୍ତ ଗ୍ରହର ତଥ୍ୟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.