ସେପ୍ଟେମ୍ବର ୨ରେ ମିଶନ୍ ଆଦିତ୍ୟ L1 ଲଞ୍ଚ, ଗଗନଯାନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ

Published By : Prameya-News7 Bureau | August 27, 2023 IST

ବେଙ୍ଗାଳୁରୁ: ମିଶନ୍ ମୁନ୍‌ର ସଫଳତା ପରେ ଏବେ ଇସ୍ରୋ ଫୋକସରେ ମିଶନ୍ ସୂର୍ଯ୍ୟ । ଖୁବଶୀଘ୍ର ସୂର୍ଯ୍ୟ ମିଶନକୁ ଲଞ୍ଚ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ-L1 ପ୍ରକ୍ଷେପଣ ହେବ । ସୂର୍ଯ୍ୟଙ୍କ ଉପରେ ପରୀକ୍ଷା ନୀରିକ୍ଷା ନେଇ ଲକ୍ଷ୍ୟ ରଖିଛନ୍ତି ଇସ୍ରୋ ବୈଜ୍ଞାନିକ । ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନରେ ଏହା ହେଉଛି ଇସ୍ରୋର ପ୍ରଥମ ପ୍ରୋଜେକ୍ଟ । ମୁନ୍ ମିଶନ୍ ଭଳି ସନ୍ ମିଶନ୍ ମଧ୍ୟ ସଫଳ ହେବ ବୋଲି ଇସ୍ରୋ ବୈଜ୍ଞାନିକ ଆଶାବାଦୀ ରହିଛନ୍ତି ।

wp:embed {"url":"https://www.prameyanews7.com/two-of-3-objectives-achieved-experiments-underway-says-isro/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-of-3-objectives-achieved-experiments-underway-says-isro/
/wp:embed

ସେହିପରି ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଏବେ ଗଗନଯାନ ପ୍ରକଳ୍ପ ପାଇଁ ଆରମ୍ଭ କରିଦେଇଛି ପ୍ରସ୍ତୁତି । ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଏକ ମହାକାଶ ଯାନ ଅନ୍ତରୀକ୍ଷକୁ ପଠାଯିବ । ଦ୍ବିତୀୟ ପର୍ଯ୍ୟାୟରେ ମହିଳା ରୋବୋ ବ୍ୟୋମମିତ୍ର ମହାକାଶକୁ ଯାତ୍ରା କରିବ । କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଜି-୨୦-କନକ୍ଲେଭ୍ କୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି । ଦ୍ବିତୀୟ ମିଶନ୍‌ରେ ମହିଳା ରୋବୋ ପଠାଯିବ ଏବଂ ଏହି ରୋବୋ ମାନବ ଭଳି ସମସ୍ତ କାର୍ଯ୍ୟ ସମ୍ପାଦନ କରିବ। ସବୁକିଛି ଠିକଠାକ୍ ରହିଲେ ଏହି ମିଶନ୍ ଆମେ ବଢ଼ିବୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଏହାପରେ ଦୁଇ ମହାକାଶଚାରୀଙ୍କୁ ପଠାଯିବ । ଏମାନେ ମହାକାଶରେ ୭ଦିନ ରହି ପରୀକ୍ଷା ନୀରିକ୍ଷା କରିବେ । ଏହି ମହାକାଶଚାରୀଙ୍କୁ ଗଗନଟ୍‌ସ କୁହାଯିବ । ଏହି ମିଶନ ଲାଗି ଭାରତୀୟ ବାୟୁସେନାର ୪ଜଣଙ୍କୁ ରୁଷ ପଠାଯାଇ ସ୍ପେସ୍ ଟ୍ରେନିଂ ସେଣ୍ଟରରେ ତାଲିମ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.