ଗଗନଯାନ ମିଶନ: ଇସ୍ରୋକୁ ମିଳିଲା ବଡ଼ ସଫଳତା, କ୍ରୁ ଏସକେପ ସିଷ୍ଟମର ସଫଳ ପରୀକ୍ଷଣ

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ: ଗଗନଯାନ ପରିଯୋଜନାରେ ଭାରତୀୟ ଆହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ବଡ଼ ସଫଳତା ମିଳିଛି । ବୁଧବାର ଶ୍ରୀହରିକୋଟାରୁ କ୍ରୁ ଏସକେପ୍ ସିଷ୍ଟମ(ସିଇଏସ)ର ଲୋ ଅଲ୍ଟିଟ୍ୟୁଡ୍ ଏସକେପ୍ ମୋଟର (Low Altitude Escape Motor of Crew Escape System)ର ସଫଳ ପରୀକ୍ଷଣ କରାଯାଇଛି । ସିଇଏସ ମହାକାଶ ଯାତ୍ରୀଙ୍କୁ ରକ୍ଷା କରିବାରେ ବଡ଼ ଭମିକା ଗ୍ରହଣ କରିବ । ଏହା କୌଣସି ଅପ୍ରତିକର ପରିସ୍ଥିତିରେ କ୍ରୁ ମଡ୍ୟୁଲକୁ ହଟାଇ ନେଇଥାଏ।

wp:html /wp:html

ଇସ୍ରୋ ପକ୍ଷରୁ କୁହାଯାଇଛି, କ୍ରୁ ଏସକେପ୍ ସିଷ୍ଟମ କୌଣସି ଅପ୍ରିତିକର ଘଟଣା ସମୟରେ ଗଗନୟାନ ମିଶନର କ୍ରୁ ମଡ୍ୟୁଲକୁ ଛଡାଇ ନେଇଥାଏ ଏବଂ ମହାକାଶଚାରୀଙ୍କୁ ସୁରକ୍ଷିତ ରଖିଥାଏ । ଭାରତର ପ୍ରଥମ ମାନବରହିତ ମହାକଶ ମିଶନ ଗଗନଯାନ ୨୦୨୩ରେ ଆରମ୍ଭ କରାଯିବ । ଏହା ପୂର୍ବରୁ ଇସ୍ରୋ ଗଗନଯାନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଭାବେ ଶ୍ରୀହରିକୋଟାରେ ଏଚଏସ ୨୦୦ ରକେଟ ବୁଷ୍ଟର ପରୀକ୍ଷଣ କରିଥିଲା । HS200 ୩.୨ ମିଟର ଓସାର ସହ ୨୦ ମିଟର ଲମ୍ୱା ଥିଲା। ଏଥିରେ ପ୍ରାୟ ୨୦୩ ଟନ ଓଜନ ରଖାଯାଇଥିଲା ଏବଂ ୧୩୫ ସେକେଣ୍ଡ ଅବଧି ପାଇଁ ଏହା ପରୀକ୍ଷଣ କରାଯାଇଥିଲା।

ଇସ୍ରୋର କହିବା ଅନୁସାରେ, ଯେତେବେଳେ ମଣିଷଙ୍କୁ ମହାକାଶକୁ ପଠାଯିବା ସେତେବେଳେ ସେମାନଙ୍କ ସୁରକ୍ଷା କଥା ମଧ୍ୟ ନଜରରେ ରଖାଯିବ । ଏହା ଦେଶ ପାଇଁ ଏକ ମହତ୍ୱପୂର୍ଣ୍ଣ ମିଶନ । ସୁରକ୍ଷାକୁ ନେଇ ଲଗାତାର ପରୀକ୍ଷଣ କରାଯାଉଛି, ଏହାସହ ଆହରୁ ଅଧିକ ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.