ଗଗନୟାନ ପାଇଁ ପ୍ରସ୍ତୁତି ଆରମ୍ଭ: ଚାଲିଛି ଓ୍ୱିଣ୍ଡ୍ ଟେଷ୍ଟିଂ, ଋଷରେ ତାଲିମ ନେଉଛନ୍ତି ୪ ଭାରତୀୟ ପାଇଲଟ୍

Published By : Prameya-News7 Bureau | March 03, 2020 IST

ବେଙ୍ଗାଲୁରୁ ମାର୍ଚ୍ଚ ୦୩:    ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା ଇସ୍ରୋ ନିଜର ପ୍ରଥମ ମାନବ ମିଶନ ଗଗନୟାନକୁ ସଫଳ କରିବା ପାଇଁ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଟ୍ୟୁଟ୍ ଅଫ୍ ସାଇନସରେ ଓପନ ସର୍କିଟ୍ ଓ୍ୱିଣ୍ଡ୍ ଟନେଲରେ ଟେଷ୍ଟିଂ କରିଛି। ଯଦି ଗଗନୟାନ ମଡେଲ ଏହି ଟେଷ୍ଟରେ ସଫଳ ହୁଏ ତେବେ ଏହା ଆଧାରରେ ପ୍ରୋଟୋଟାଇପ୍ ପ୍ରସ୍ତୁତ କରାଯିବ। ତେବେ ଅସଫଳ ହେବା ପରେ ଏଥିରେ କିଛି ପରିବର୍ତ୍ତନ କରାଯିବ।

{"id":232428,"width":749,"height":436,"sizeSlug":"large"}

ଏହି ଓ୍ୱିଣ୍ଡ୍ ଟନେଲକୁ ୧.୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି। ଏହାର ଲମ୍ବ ୮୦ ଫୁଟ ହୋଇଥିବା ବେଳେ ପ୍ରସ୍ଥ ୨୦ ଫୁଟ ଅଟେ। ଏଥିରେ ୧୬ ମିଟରର ଦୁଇଟି ପଙ୍ଖା ରହିଛି। ଯେଉଁଥିରୁ ଘଂଟା ପ୍ରତି ୧୬୦ କିମି ବେଗରେ ପବନ ଆସିଥାଏ। ଏହି ଟନେଲରେ ପବନର ବେଗରେ ମଡେଲକୁ ପରୀକ୍ଷଣ କରାଯାଏ। ଏହାସହ ମଡେଲ ମଜବୁତ ନା ନାହିଁ ତାହା ଉପରେ ମଧ୍ୟ ନଜର ରଖାଯାଏ।

{"id":232429,"width":748,"height":498,"sizeSlug":"large"}

ଦେଶର ମହତ୍ତ୍ୱାକାକ୍ଷୀ ମାନବ ମିଶନ ଗଗନୟାନ ପାଇଁ ବାୟୁସେନାର ୪ ପାଇଲଟଙ୍କୁ ଋଷରେ ତାଲିମ ପ୍ରଦାନ କରାଯାଇଛି। ଏହି ତାଲିମ ଗୋଟିଏ ବର୍ଷ ଯାଏଁ ଚାଲିବ। ଗାଗାରିନ କସମୋନେଟ୍ ଟ୍ରେନିଂ ସେଣ୍ଟରରେ ଏହି ମିଶନ ପାଇଁ ପାଇଲଟଙ୍କୁ ପ୍ରସ୍ତୁତ କରାଯାଉଛି। ଏହି ସେଣ୍ଟରରେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ଓ ରବୀଶ ମଲହୋତ୍ରାଙ୍କୁ ତାଲିମ ଦିଆଯାଇଥିଲା। କିନ୍ତୁ ରବୀଣଙ୍କୁ ମହାକାଶ ପଠାଯାଇ ନଥିଲା। ଏଟାରେ ପାଇଲଟମାନେ ଚିକିତ୍ସା, ଶାରୀରିକ ଅଭ୍ୟାସ ଓ ମାନବ ଅନ୍ତରୀକ୍ଷ ଯାନର ମଡେଲ ବାବଦରେ ଅନେକ ତଥ୍ୟ ଶିଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.