ଇତିହାସ ରଚିଲା ଇସ୍ରୋ, ସବୁଠୁ ଓଜନିଆ ରକେଟ୍ LVM3-M2ର ସଫଳ ଉତକ୍ଷେପଣ, ପଠାଗଲା ୩୬ ସାଟେଲାଇଟ୍

Published By : Prameya-News7 Bureau | October 23, 2022 IST

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ରବିବାର ଇତିହାସ ରଚିଛି। ଇସ୍ରୋ ସବୁଠୁ ଭାରି ଓଜନ LVM-3-M2/ଓ୍ଵାନଓ୍ଵେବ ଇଣ୍ଡିଆ-୧ର ମିଶନ ସଫଳତା ସହ ପୂରା କରିଛି। ଶନିବାର ଏବଂ ରବିବାର ମଧ୍ୟରାତ୍ରି ୧୨ଟା୭ରେ ଆନ୍ଧ୍ରର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଏଲଭିଏମ୩-ଏମ୨କୁ ରକେଟ୍ ସହ ଏକକାଳୀନ ୩୬ ଉପଗ୍ରହର ଉତକ୍ଷେପଣ କରାଯାଇଛି। ବ୍ରିଟେନ୍ ସ୍ଥିତ ଗ୍ରାହକର ସମସ୍ତ ଏହି ୩୬ ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହ ସ୍ଥାପିତ କରାଯାଇଛି।

ପ୍ରାୟ ୪୩.୫ ମିଟର ଲମ୍ବ ରକେଟ୍‌ ୩୬ ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନେଇ ଉଡାଣ ଭରିଥିଲା। ଏହାର ଓଜନ ୬୪୪ ଟନ୍। ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ରକେଟ୍ ଉତକ୍ଷେପଣ ସଫଳତା ପାଇଁ ଶନିବାର ସକାଳେ ତିରୁପତି  ଜିଲ୍ଲାର ସୁଲ୍ଲୁରପେଟାରେ ଶ୍ରୀ ଚେଙ୍ଗଲମ୍ମା ପରମେଶ୍ଵରୀ ଦେବୀ ମନ୍ଦିରରେ ଏକ ସ୍ଵତନ୍ତ୍ର ପୂଜା କରିଥିଲେ।

wp:html /wp:html

ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ରକେଟ୍‌ର ସଫଳପୂର୍ବକ ଉତକ୍ଷେପଣ ପରେ କହିଛନ୍ତି ଯେ, ଆମେ ଆଗରୁ ହିଁ ଦୀପାବଳି ଉତ୍ସବ ଆରମ୍ଭ କରି ଦେଲୁ। ୩୬ ଉପଗ୍ରହ ମଧ୍ୟରୁ ୧୬ ଉପଗ୍ରହ ପ୍ରଥମେ ସଫଳତାପୂର୍ବକ ନିଜ କକ୍ଷ ପଥରେ ସ୍ଥାପିତ ହୋଇଥିଲା। ପରେ ଅବଶିଷ୍ଟ ୨୦ ଉପଗ୍ରହ ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି।

ରକେଟ୍ ଏଲଭିଏମ୩ର ଏହା ପ୍ରଥମ ବ୍ୟବସାୟିକ ଉପଗ୍ରହ ପ୍ରକ୍ଷେପଣ। ଏଥିସହିତ ଏଲଭିଏମ୩-ଏମ୨ ୩୬ ଉପଗ୍ରହ, ୫୭୯୬ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ ସହିତ ମହାକାଶକୁ ଉତକ୍ଷେପଣ ହେବାରେ ପ୍ରଥମ ଭାରତୀୟ ରକେଟ୍ ହୋଇ ପାରିଛି। ଭାରତର ଭାରତୀ ଏଣ୍ଟରପ୍ରାଇଜେସ୍ ଓ୍ଵାନଓ୍ଵେବ ଏହାର ପ୍ରମୁଖ ନିବେଶକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.