‘ଇସ୍ରୋ’ଙ୍କ ସଫଳତା, ଏବେ ପାଗ ଖରାପରେ ବି ଅବତରଣ କରିପାରିବ ବିମାନ

Published By : Prameya-News7 Bureau | May 01, 2022 IST

ନୂଆଦିଲ୍ଲୀ ୧।୫: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ( ଇସ୍ରୋ) ଦେଶ ଲାଗି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ(ଏଏଆଇ)ଙ୍କ ସହଯୋଗରେ ଇସ୍ରୋ ବିମାନ ଅବତରଣରେ ନୂଆ ଜ୍ଞାନ କୌଶଳର ସଫଳ ପରୀକ୍ଷଣ କରିଛନ୍ତି। ଏହି ପରୀକ୍ଷଣର ଫଳାଫଳ ଏବେ ଦୂର ଦୂରାନ୍ତର ଛୋଟଛୋଟ ବିମାନ ବନ୍ଦରରେ ଖରାପ ପାଗ ସତ୍ତ୍ୱେ ବିମାନର ସୁରକ୍ଷିତ ଅବତରଣ ସୁନିଶ୍ଚିତ କରାଯାଇପାରିବ।  ଏପରି ଜ୍ଞାନ କୌଶଳ ବିକଶିତ କରିବାରେ ବିଶ୍ୱରେ ଭାରତ ଚତୁର୍ଥ ଦେଶ ପାଲଟିଛି।

ଏପର୍ଯ୍ୟନ୍ତ କେବଳ ଆମେରିକା, ଇୟୁରୋପ ଓ ଜାପାନ ଭଳି ଦେଶମାନେ ଏହି ଟେକ୍‌ନିକ୍‌ରେ ଖରାପ ପାଗରେ ବିମାନ ଅବତରଣ କରାଉଛନ୍ତି। ଏଥିରେ ଏବେ ଭାରତ ମଧ୍ୟ ସାମିଲ ହୋଇଯିବ ଓ ଯେ କୌଣସି ପାଗରେ ବିମାନ ଅବତରଣ କରାଇ ପାରିବ। ଇଣ୍ଡିଗୋ ଏୟାରଲାଇନ ବିମାନ ରାଜସ୍ଥାନର କିଶନଗଡ଼ସ୍ଥିତ ବିମାନ ବନ୍ଦରରେ ଗଗନ ଆଧାରିତ ଏଲପିଭି ଟେକନିକ୍‌ ମାଧ୍ୟମରେ ବିମାନ ଅବତରଣ କରାଇଛି।

{"id":622407,"sizeSlug":"large","linkDestination":"none"}

ଏପର୍ଯ୍ୟନ୍ତ ଦେଶରେ ପାଗ ଖରାପ ହେଲେ ବିମାନର ଉଡାଣ ବାତିଲ କରାଯାଉଛି ଅଥବା ଡାଇଭର୍ଟ କରାଯାଉଛି।  ହେଲେ ନୂଆ ଜ୍ଞାନ କୌଶଳ ଆସିବା ପରେ ଏବେ ବିମାନ ଯେମିତିବି ପାଗ ହେଉ ବେଶ୍ ସୁଗମ ଅବତରଣ କରିପାରିବ।  ଗଗନ ଆଧାରିତ ଏଲପିଭି (ଲୋକାଲାଇଜର ପରଫର୍ମାନ୍ସ ୱିଥ ଭର୍ଟିକାଲ ଗାଇଡାନ୍ସ) ଟେକନିକ ଦ୍ୱାରା ସମସ୍ୟା ଦୂର କରାଯାଇପାରିବ। ଏଥିରେ ବିମାନର ଲ୍ୟାଣ୍ଡିଂ ସୁରକ୍ଷିତ ମଧ୍ୟ ହେବ।

ଏପର୍ଯ୍ୟନ୍ତ ଉପଲବ୍ଧ ଟେକନିକ ତୁଳନାରେ  ନୂଆ ଟେକନିକରେ ବିମାନ ଲ୍ୟାଣ୍ଡିଂ ଶସ୍ତା ହେବ। ମହଙ୍ଗା ଟେକନିକ ଯୋଗୁ ବହୁତ କମ କ୍ଷେତ୍ରରେ ଟେକନିକ୍‌ର ଉପଯୋଗ ହେଉଥିଲା। ଉପଲବ୍ଧ ଟେକନିକ୍ କେବଳ ବଡବଡ ବିମାନ ବନ୍ଦରର ସ୍ୱତନ୍ତ୍ର ରନୱେରେ କାମ କରୁଛି। ମହଙ୍ଗା ଟେକ୍ନୋଲଜି ଯୋଗୁ ଏପରି ହେଉଛି। ଉପଲବ୍ଧ ଆଇଏଲଏସ ଟେକ୍ନୋଲଜି ବିମାନରେ ପାଇଲଟକୁ  ରନୱେର ପରିସ୍ଥିତି ସୂଚିତ କରୁଛି। ଦୃଶ୍ୟତା କମ ହେଲେ ଏହି ଟେକ୍ନୋଲଜିରେ ପାଇଲଟ ରନୱେର ବିସ୍ତୃତ ସୂଚନା ପାଇପାରୁଛନ୍ତି ଓ ସେହି ହିସାବରେ ଲ୍ୟାଣ୍ଡିଂର ନିଷ୍ପତ୍ତି ନେଉଛନ୍ତି। ଯେଉଁଥିରେ ଭୁଲ ହେବାର ମଧ୍ୟ ଅନେକ ଆଶଙ୍କା ରହୁଛି।

{"id":622409,"width":839,"height":378,"sizeSlug":"full","linkDestination":"none"}

ହେଲେ ନୂଆ ଏଲପିଭି ଟେକ୍ନୋଲଜିରେ ବିମାନରେ ପାଇଲଟକୁ ସାଟେଲାଇଟ୍ ମାଧ୍ୟମରେ ସମସ୍ତ ସୂଚନା ମିଳିଯାଉଛି। ଫଳରେ ପାଇଲଟ ନିର୍ଦ୍ୱନ୍ଦ୍ୱରେ ବିମାନ ଅବତରଣ କରାଇପାରୁଛନ୍ତି। ଏଣୁ ବିମାନର ଲ୍ୟାଣ୍ଡିଂ ମଧ୍ୟ ସୁରକ୍ଷିତ ହୋଇପାରୁଛି। ଏଥିରେ ଭୁଲ ହେବାର ସମ୍ଭାବନା ମଧ୍ୟ ରହୁ ନାହିଁ ଯେଉଁଥି ଯୋଗୁ ଅବତରଣ ପରେ ଦୁର୍ଘଟଣାର ଭୟ ମଧ୍ୟ ଶତପ୍ରତିଶତ ଟଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.