ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସବୁଠୁ ଓଜନିଆ ରକେଟ୍ ଇଞ୍ଜିନ ପରୀକ୍ଷଣ କଲା ଇସ୍ରୋ, କକ୍ଷକୁ ପଠାଇବ ଚାରି ଟନ୍‌ର ଉପଗ୍ରହ

29/10/2022 at 8:11 PM

ନୂଆଦିଲ୍ଲୀ: ତାମିଲନାଡୁର ମହେନ୍ଦ୍ରଗିରିରେ ଇସ୍ରୋର ପ୍ରୋପଲଶନ କମପ୍ଲେକ୍ସର ହାଇ ଅଲ୍ଟିଟ୍ୟୁଡ୍ ଟେଷ୍ଟ କେନ୍ଦ୍ରରେ ସିଇ-୨୦ ଇଞ୍ଜିନର ଉଡାଣ ସମ୍ପର୍କିତ ପରୀକ୍ଷଣ କରାଯାଇଛି । ଏହା ଇସ୍ରୋର ସବୁଠୁ ଓଜନିଆ ରକେଟର ଇଞ୍ଜିନ ଅଟେ ।

ଇସ୍ରୋ ଅନୁସାରେ, ଏହି ଇଞ୍ଜିନକୁ ଏଲଭିଏମ ୩-ଏମ ୩ ମିଶନ ପାଇଁ ନିର୍ଦ୍ଧାରିତ କରାଯାଇଛି । ଏହା ଜରିଆରେ ୱାନୱେଭ ଇଣ୍ଡିଆ-୧ର ଆଗାମୀ ୩୬ ଉପଗ୍ରହକୁ ଉତକ୍ଷେପଣ କରାଯିବ । ସୂଚନା ଅନୁସାରେ ଲଣ୍ଡନ ସ୍ଥିତ ଉପଗ୍ରହ ସଂଚାର କମ୍ପାନି ୱାନୱେବର ଏହି ଉପଗ୍ରହକୁ ଇସ୍ରୋର ବ୍ୟବସାୟୀକ ଶାଖା ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଆସନ୍ତା ବର୍ଷ ଆରମ୍ଭରେ ମହାକାଶକୁ ପଠାଇବ ।

ଏନଏସଆଇଏଲ ଅକ୍ଟୋବର ୨୩ରେ ଶ୍ରୀହରିକୋଟାର ସତିଶ ଧୱନ ମହାକାଶ କେନ୍ଦ୍ରରୁ ୱାନୱେବରୁ ପ୍ରଥମ ଉପଗ୍ରହ ପଠାଇଥିଲା । ଏହାର କିଛି ଦିନ ପରେ ଶୁକ୍ରବାର ସିଇ-୨୦ ଇଞ୍ଜିନର ଉଡାଣ ସମ୍ପର୍କିତ ପରୀକ୍ଷଣ କରିଛି । ଏଲଭିଏମ ୩ ଇସ୍ରୋର ସବୁଠୁ ଓଜନିଆ ରେକର୍ଡ ଏବଂ ଏହା ଚାରି ଟନ ଶ୍ରେଣୀର ଉପଗ୍ରହକୁ ଭୂସମକାଳିକ କକ୍ଷରେ ପଠାଇବାକୁ ସକ୍ଷମ ଅଟେ।

   Related Posts