ନୂଆଦିଲ୍ଲୀ: ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ନିଜ ଶତ୍ରୁଙ୍କୁ ମାତ୍ ଦେବା ପାଇଁ ଯେକୌଣସି ସ୍ଥିତିକୁ ଯାଇପାରେ । ଏଥିପାଇଁ ଏହି ଏଜେନ୍ସି ବେଶ ପରିଚିତ । ମୋସାଦ ଅନେକ ଏପରି ଅପରେସନ କରିଛି, ଯାହାକୁ ନେଇ ସାରା ଦୁନିଆରେ ବେଶ ଚର୍ଚ୍ଚା ହୋଇଥାଏ । ଏବେ ମୋସାଦ ଏପରି ହିଁ କିଛି କରି ଦେଖାଇଛି । କିଛି ମିଡିଆ ରିପୋର୍ଟ ଅନୁସାରେ, ସାଇପ୍ରସ ଦେଶରେ ୟହୁଦୀଙ୍କ ଉପରେ ଆତଙ୍କୀ ଆକ୍ରମଣ କରିବା ନେଇ ଇରାନର ଯୋଜନାକୁ ବିଫଳ କରିଛି । ଅନ୍ୟପଟେ ଏବେ ଏହି ଷଡଯନ୍ତ୍ରରେ ପାକିସ୍ତାନର ଏଜେନ୍ସି ଆଇଏସଆଇ ଲିପ୍ତ ଥିବା ସଂକେତ ମିଳୁଛି ।
ଷଡଯନ୍ତ୍ର ମାଷ୍ଟରମାଇଣ୍ଡ ଧରାପଡିବା ପରେ ସାଇପ୍ରସରେ ଆତଙ୍କୀ ଘଟଣାର ପର୍ଦ୍ଦାଫାସ ହୋଇଛି ଏବଂ ଏହି ଆତଙ୍କୀ ସେଲରୁ ପରଦା ଉଠିଛି । ମୋସାଦ କହିଛି ଯେ ଆମେ ସେହି ସବୁ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବୁ ଯେଉଁମାନେ ଦୁନିଆରେ ୟହୁଦୀ ଏବଂ ଇସ୍ରାଏଲିଙ୍କ ବିରୋଧରେ ଆତଙ୍କକୁ ବଢାଉଛନ୍ତି ।
ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା, ୱାଗନେର ବିଦ୍ରୋହ ଏବଂ ୟୁକ୍ରେନ ସଂଘର୍ଷ ଉପରେ କଲେ ଚର୍ଚ୍ଚା
ମୋସାଦ ଦ୍ୱାରା ଜାରି ଭିଡିଓ ପୁଟେଜରେ ଇରାନରେ ୟହୁଦୀ ଏବଂ ଇସ୍ରାଏଲିଙ୍କ ହତ୍ୟା ଷଡଯନ୍ତ୍ରରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଲପ୍ତ ନେଇ ମଧ୍ୟ ଖୁଲାସା ହୋଇଛି । ଇସ୍ରାଏଲିଙ୍କୁ ଟାର୍ଗେଟ୍ କରିବା ଅନ୍ୟ ମାମଲାରେ ପାକିସ୍ତାନ ନାଗରିକଙ୍କୁ ନିକଟରେ ଗିରଫ କରାଯାଇଛି ।
ସାଇପ୍ରସ, ତୁର୍କୀ, ଜର୍ଜିଆ ଏବଂ ଗ୍ରୀସରେ ଇସ୍ରାଏଲିଙ୍କ ଉପରେ ଆକ୍ରମଣ ନେଇ ଇରାନର ଯୋଜନାକୁ ନିକଟରେ ବିଫଳ କରାଯାଇଛି । ମୋସାଦ ନିଜ ବୟାନରେ କହିଛି ଯେ ସାରା ଦୁନିଆରେ ୟହୁଦୀ ଏବଂ ଇସ୍ରାଏଲିଙ୍କୁ କ୍ଷତି ପହଞ୍ଚାଉଥିବା ଲୋକଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟ କରିବା ଜାରି ରଖିବ ।
Also Read: ଭାରତରେ ହେବାକୁ ଥିବା SCO ବୈଠକରେ ଯୋଗ ଦେବେ ସି ଜିନପିଙ୍ଗ, ଶେହବାଜ ସରିଫ୍