ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣ ପରେ ଇରାନ କେମିତି ନିଜର ଶକ୍ତି ଦେଖାଇବ ସେନେଇ ଇରାନ ସେନା ଚିନ୍ତା କରିବା ଦରକାର। ଇସ୍ରାଏଲ୍ ଆକ୍ରମଣକୁ କମ୍ କରି ଦେଖିବା କଥା ନୁହେଁ କି ବଢ଼ାଇ ଚଢ଼ାଇ ଦେଖିବା ଉଚିତ୍ ନୁହେଁ ବୋଲି ରବିବାର ଇରାନର ଶ୍ରେଷ୍ଠ ନେତା ଅୟତୋଲ୍ଲ ଖାମିନେଇ କହିଛନ୍ତି। ଏନେଇ ଇରାନ ସରକାରୀ ଗଣମାଧ୍ୟମ ଆଇଆରଏନ୍ଏ ଖବର ପ୍ରକାଶ କରିଛି।
ଖାଇନେଇଙ୍କ କଥାକୁ କୋଟ କରି ଆଇଆରଏନ୍ଏ କହିଛି “ ଆଜଠୁ ଦୁଇଦିନ ପୂର୍ବରୁ ଇହୁଦୀଙ୍କ ଦ୍ୱାରା କରାଯାଇଥିବା କୁକର୍ମକୁ ନା କମ କରି ଦେଖିବା ଉଚିତ ନା ଅତିରଞ୍ଜିତ କରି ଦେଖିବା ଉଚିତ।” ଇସ୍ରାଏଲ୍ର ଆକ୍ରମଣ ପରେ ଇରାନ ଏହାକୁ ସେତେଟା ଗୁରୁତ୍ୱ ଦେଇ ନାହିଁ। ଏଥିରେ ସାମାନ୍ୟ କ୍ଷତି ହୋଇଛି ବୋଲି ଇରାନ କହିଥିଲା। ଅନ୍ୟପଟେ ମାମଲା ବଢ଼ାଇ ମଧ୍ୟପ୍ରାଚ୍ୟରେ ଆଉ ହିଂସା ନ କରିବାକୁ ଆମେରିକା ଦୁଇ ଦେଶକୁ ଆହ୍ୱାନ ଦେଇଛି।
ଆକ୍ରମଣ କରି ସାରିବା ପରେ ଇସ୍ରାଏଲ ସେନା ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଥିଲା। ଇସ୍ରାଏଲ ଫାଇଟର ଜେଟ୍ ଇରାନରର ରାଜଧାନୀ ତେହରାନ ନିକଟସ୍ଥ ଫେକ୍ଟୋରିଂ ଓ ପଶ୍ଚିମ ଇରାନର କିଛି ଅଞ୍ଚଳ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ କହିଥିଲା। ଅନ୍ୟପଟେ ଇରାନ ମଧ୍ୟ ଏହାକୁ ସ୍ୱୀକାର କରିଛି।
ଇସ୍ରାଏଲ ଆକ୍ରମଣକୁ ନେଇ ଖାମିନେଇ କହିଛନ୍ତି ଯେ ଇସ୍ରଏଲ ସମ୍ମୁଖରେ ଇରାନ କିଭଳି ନିଜର ଶକ୍ତି ଦେଖାଇବ ତା’ ସେନା ନିଷ୍ପତ୍ତି ନେବ। ଦଶର ଲୋକଙ୍କ ସ୍ୱାର୍ଥ ରକ୍ଷ ସହିତ ସେମାନଙ୍କ ହିତରେ ନିଷ୍ପତ୍ତି ନେବା ଉଚିତ ବୋଲି ଖାମିନେଇ କହିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।