ନୂଆଦିଲ୍ଲୀ: ଇସ୍ରାଏଲୀ ସେନାକୁ ଗାଜାରେ ୩ ଇସ୍ରାଏଲୀ ବନ୍ଦୀଙ୍କ ମୃତ ଦେହ ମିଳିଛି । ଏଥିରେ ଜର୍ମାନୀରେ ଜନ୍ମିତ ଇସ୍ରାଏଲୀ ନାଗରିକ ସନି ଲୌକଙ୍କ ମୃତ ଦେହ ରହିଛି । ଏକ ପିକଅପ୍ ଟ୍ରକ୍ ପଛରେ ଶନିଙ୍କ ମୋଡ଼ି ହୋଇ ରହିଥିବା ଶରୀରର ଫଟୋ ସାରା ଦୁନିଆକୁ ଆନ୍ଦୋଳିତ କରୁଛି । ଗାଜାରେ ଏହାକୁ ଟ୍ରଫି ପରି ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲାଯାଇଥିଲା । ଶନି ଲୌକ ୨୩ ବର୍ଷୀୟ ଟାଟୁ ଆର୍ଟିଷ୍ଟ ଥିଲେ । ତାଙ୍କ ବାପା-ମାଆ ଆତଙ୍କବାଦୀଙ୍କ ଦ୍ୱାରା ଝିଅର ବର୍ବର ହତ୍ୟାର ୭ ମାସ ପରେ ନିଜ ଦୁଃଖ ବଖାଣିଛନ୍ତି ।
ବାପା-ମାଆ ଝିଅର ଶବକୁ ଚିହ୍ନଟ କରିଛନ୍ତି । ଦ ପୋଷ୍ଟ ଫ୍ରାଇଡେ ସହ କଥାବର୍ତ୍ତାରେ ଶନି ଲୌକଙ୍କ ବାପା-ମାଆ କହିଛନ୍ତି, ଆମକୁ ଆମ ଝିଅର ମୃତ ଦେହର ଯେଉଁ ଭାଗ ମିଳିଛି ତାହା ଆମ ଆମ ପୂର୍ଣ୍ଣ ଏବଂ ସୁନ୍ଦର । ଆମକୁ ଏପରି ଲାଗୁଛି ଯେ ସେ ଏବେବି ଜୀବିତ ଅଛି । ସେ କହିଛନ୍ତି ଯେ ତାର ଶରୀରର ସ୍ଥିତି ଆମ ପାଇଁ ଚମତ୍କାର ପରି ଅଟେ । ଆମେ ଭାବୁଛୁ ତାର ମୃତ ଶରୀର ଅଧିକ ଥଣ୍ଡା ଥିବା ସୁଡଙ୍ଗ ଭିତରେ ଥିବ, ତେଣୁ ଶରୀର ଏବେ ବି ସୁନ୍ଦର ଏବଂ ଚର୍ମର ରଙ୍ଗ ମଧ୍ୟ ପୂର୍ବପରି ଅଛି । ଏବେ ବି ତାର ଟାଟୁ ଦେଖାଯାଉଛି । ଏହି ସବୁ ଦେଖି ଆମେ ଆଶ୍ଚର୍ଯ୍ୟ ହେଉଛୁ ।
ଶନି ଲୌକଙ୍କ ବାପା-ମାଆ ଝିଅର ଅବଶେଷକୁ ଦେଖି ଟିଏକି ସନ୍ତ୍ୱନା ପାଇଛନ୍ତି । ଶନିଙ୍କ ମାଆ ରିକର୍ଡା ଲୌକ କହିଛନ୍ତି, 'ଇସ୍ରାଏଲୀ ସେନା ଆସି ଶନିର ମୃତ ଦେହ ମିଳିଥିବା ଆମକୁ ସୂଚନା ଦେଇଥିଲେ । ଏହାସହ ଇସ୍ରାଏଲ ଫେରାଇ ଅଣାଯାଇଥିବା କୁହାଯାଇଥିଲା । ଏହା ଆମ ଦୁଃଖକୁ କମ କରିଥିଲା । ଝିଅର ମୃତ ଦେହ ଏବେ ଦେଶକୁ ଫେରି ଆସିଛି ଏବଂ ଠିକ୍ ଭାବେ ଶେଷକୃତ୍ୟ କରାଯାଇପାରିବ ।'