ଜାତିସଂଘ ମହାସଭା ଭିତରେ ଚାର୍ଟର ପୁସ୍ତିକା ଚିରିଲେ ଇସ୍ରାଏଲୀ ରାଷ୍ଟ୍ରଦୂତ, ଖୁବ ବର୍ଷିଲେ

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ: ଜାତିସଂଘରେ ଇସ୍ରାଏଲ ରାଷ୍ଟ୍ରଦୂତ ଗିଲାଦ ଏର୍ଦାନ ଫିଲିସ୍ତୀନକୁ ଅତିରିକ୍ତ ଅଧିକାରୀ ପ୍ରଦାନ ନେଇ ହୋଇଥିବା ମତଦାନ ବିରୋଧରେ ୟୁଏନ୍ ଚାର୍ଟର ପୁସ୍ତିକାକୁ ଚିରିଛନ୍ତି । ସେ ମହାସଭାରେ ୟୁଏନ ଚାର୍ଟରର ଏକ ପୁସ୍ତିକାକୁ ଚିରି ଦେଇଛନ୍ତି । ଏଥିପାଇଁ ସେ ନିଜ ସହ ଏକ ଛୋଟ ପେପର ଶ୍ରେଡର ଧରି ଆସିଥିଲେ । ଏହି ଘଟଣା ଭିଡିଓ ଏକ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । 

ଇସ୍ରାଏଲର ରାଷ୍ଟ୍ରଦୂତ ଏହି ପଦକ୍ଷେପ ଏପରି ସମୟରେ ନେଇଛନ୍ତି, ଯେତେବେଳେ ଫିଲିସ୍ତୀନକୁ ସୁରକ୍ଷା ପରିଷଦର ପୂର୍ଣ୍ଣ ସଦସ୍ୟ କରିବା ପାଇଁ ପ୍ରସ୍ତାବ ଉପରେ ମତଦାନ ଚାଲିଛି । ଫିଲିସ୍ତୀନକୁ ବର୍ତ୍ତମାନ ସମୟରେ ପର୍ଯ୍ୟବେକ୍ଷକର ମାନ୍ୟତା ମିଳିଛି । ତେବେ ତାଙ୍କ ବିରୋଧ ସତ୍ତ୍ୱେ ଫିଲିସ୍ତୀନ ସମର୍ଥନରେ ୧୪୩ ଭୋଟ ପଡ଼ିଛି ଏବଂ ପ୍ରସ୍ତାବର ବିରୋଧରେ ୯ ଭୋଟ୍ ପଡ଼ିଛି ।

ଏର୍ଦନ କହିଛନ୍ତି ଯେ ସେ ଚାର୍ଟର ପୁସ୍ତିକାକୁ ବିରୋଧ ପ୍ରଦର୍ଶନ ପାଇଁ ଚିରିଛନ୍ତି, କାରଣ ମହାସଭା ଏହାର ଉପେକ୍ଷା କରଛି । ସେ କହିଛନ୍ତି ଯେ ମହାସଭା ନିଜ ଚାର୍ଟରକୁ ମାନୁ ନାହିଁ । ଶ୍ରେଡରରେ ଟାର୍ଟରକୁ ରଖି ଇସ୍ରାଏଲ ରାଷ୍ଟ୍ରଦୂତ କହିଛନ୍ତି, ମୁଁ ନିଜ ହାତରେ ଜାତିସଂଘର ଚାର୍ଟରକୁ ଖଣ୍ଡ ଖଣ୍ଡ କରି ଚିରୁଛି । ଆପଣମାନଙ୍କୁ ଲାଜ ଲଗିବା ଦରକାର । ଯେପରି ହିଟଲର ଅତ୍ୟାଚାର କରିଛି ଠିକ୍ ସେହିପରି ଏବେ ଆମ ସମୟରେ ଫିଲିସ୍ତୀନୀ ଆତଙ୍କବାଦୀ ରାଜ୍ୟର ସ୍ଥାପନା ପାଇଁ ଆଗକୁ ବଢାଯାଉଛି । 

ଉଲ୍ଲେଖଯୋଗ୍ୟ ଯେ ଫିଲିସ୍ତୀନକୁ ଜାତିସଂଘରେ ପୂର୍ଣ୍ଣ ସଦସ୍ୟ କରିବା ଦାବିରେ ମହାସଭାରେ ଆଗତ ହୋଇଥିବା ପ୍ରସ୍ତାବ ସମର୍ଥନରେ ଭାରତ ମଧ୍ୟ ଭୋଟ ଦେଇଛି । ଅନ୍ୟପଟେ ୨୫ ଦେଶ ମତଦାନରେ ଭାଗ ନେଇନାହାନ୍ତି । ଆମେରିକା ଏବଂ ଇସ୍ରାଏଲ ସମେତ ମୋଟ ୯ ଦେଶ ଏହା ବିପକ୍ଷରେ ଭୋଟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.