ଆମେରିକା ଜେଲ୍‌ରେ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କ ପୁଅଙ୍କୁ ନିର୍ଦ୍ଧୁମ ମାଡ଼; ଖାଇବା ସସ୍‌କୁ ନେଇ ତର୍କ ହେବା ପରେ ମାର୍‌ପିଟ୍

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡା ଜେଲ୍‌ରେ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କ ପୁଅକୁ ନିର୍ଦ୍ଧୁମ ମାଡ଼ ମରାଯାଇଥିବା ଖବର ସାମ୍ନାକୁ ଆସିଛି। ଖାଦ୍ୟରେ ବ୍ୟବହୃତ ହେଉଥିବା ସସ୍‌କୁ ନେଇ ଯୁକ୍ତିତର୍କ କଲାବେଳେ ଜେଲ୍‌ର ଜଣେ ଅନ୍ତେବାସୀ ତାଙ୍କୁ ମାଡ଼ ମାରିଥିବା ଖବର ସାମ୍ନାକୁ ଆସିଛି। ଆମେରିକା ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶ ପାଇଛି।  

ଖବର ଅନୁସାରେ, ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ପୁଅ ୧୯ ବର୍ଷୀୟ ଅଭରାମ ଗିଲ୍‌ ନିକଟରେ ଆମେରିକାର ଜଣେ ପୁଲିସ କର୍ମୀଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏହି ଅଭିଯୋଗରେ ପୁଲିସ ତାକୁ ଗିରଫ କରି ଥାନାକୁ ଆଣିଥିଲା ପୁଲିସ୍।

ପଢନ୍ତୁ-ଗାଜା ଗଣହତ୍ୟା ମାମଲାରେ ଦୁଃଖ ପ୍ରକାଶ କଲା ଭାରତ: ହେଲେ ଇସ୍ରାଏଲ୍ ନାଁ ଉଠାଇଲା ନାହିଁ

ଥାନାରେ ଆଉ ଜଣେ ଅନ୍ତେବାସୀ ୩୨ ବର୍ଷୀୟ ବ୍ଲାକ ଏଲ୍‌ବିସ ଇରସମସ୍‌ଙ୍କ ସହ ଖାଇବା ସସ୍‌କୁ ନେଇ ଅଭରାମଙ୍କର ତର୍କ ହୋଇଥିଲା। ସସ୍‌ରେ କଣ ସବୁ ସାମଗ୍ରୀ ମିଶି ରହିଥାଏ ଏହାକୁ ନେଇ ତର୍କ ଆରମ୍ଭ ହୋଇଥିଲା। ଏହାପରେ ଇରାସମସ ଅଭରାମଙ୍କୁ ମାଡ଼ ମାରିଥିଲେ। ବୁଧବାର ମିଆମି-ଡାଡେ କାଉଣ୍ଟି ଜେଲ୍‌ରେ ଏହି ମାଡ଼ିପିଟ ଘଟଣା ଘଟିଥିଲା। ପୂର୍ବରୁ ଏକ ମାମଲାରେ ଜେଲ୍‌ରେ ଥିବା ଇରାସମସ୍ ବିରୋଧରେ ଏବେ ମାର୍‌ପିଟ ଅଭିଯୋଗ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.