krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଜା ଅଲ-ଶିଫା ହସ୍ପିଟାଲରେ ସୁଡ଼ଙ୍ଗ ଠାବ; ପଣବନ୍ଦୀଙ୍କୁ ଲୁଚାଇ ରଖିଥିବା ଆଇଡିଏଫର ଅଭିଯୋଗ

20/11/2023 at 10:01 AM

ଜେରୁଜେଲମ୍, ୨୦/୧୧: ହମାସ ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗାଜାର ଅଲ୍-ଶିଫା ହସ୍ପିଟାଲ୍ । ହସ୍ପିଟାଲ ତଳେ ଥିବା ସୁଡ଼ଙ୍ଗ ଭିତରେ ଆତଙ୍କବାଦୀ ସେଣ୍ଟର ଚାଲୁଛି । ଏହା ପ୍ରମାଣ ପୁଣି ଥରେ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଅଲ-ଶିଫା ହସ୍ପିଟାଲ ପରିସରରେ ୫୫ ମିଟର ଲମ୍ବର ସୁଡ଼ଙ୍ଗ ଠାବ କରିଛି ଆଇଡିଏଫ । ଏହି ସୁଡ଼ଙ୍ଗ ୧୦ମିଟର ଗଭୀର ବିଶଷ୍ଟ । ଏଠାରେ ହମାସ ଆତଙ୍କୀ, ଇସ୍ରାଏଲ ପଣବନ୍ଦୀଙ୍କ ସହ ରୋଗୀଙ୍କୁ ଲୁଚାଇ ରଖିଥିବା ଇସ୍ରାଏଲ କହିଛନ୍ତି । ଏହି ସୁଡ଼ଙ୍ଗର ଏକ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି ।

ଇସ୍ରାଏଲ୍ ଡିଫେନ୍ସ ଫୋର୍ସର ଦାବି ଅନୁସାରେ, ପଣବନ୍ଦୀଙ୍କ ମଧ୍ୟରେ ଜଣେ ନେପାଳୀ ଓ ଅନ୍ୟ ଜଣେ ଥାଇଲାଣ୍ଡ ନାଗରିକ ରହିଛନ୍ତି । ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ୍ ଅତର୍କିତ ଆକ୍ରମଣ ପରେ ଏମାନଙ୍କୁ ଅପହରଣ କରି ଗାଜାର ଅଲ୍-ଶିଫା ହସ୍ପିଟାଲରେ ରିଖିଛି । ଅଲ୍-ଶିଫା ହସ୍ପିଟାଲରେ ଥିବା ଜଣେ ବିଦେଶୀ ପଣବନ୍ଦୀ ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଚଲାବୁଲା କରି ପାରୁଥିବା ଇସ୍ରାଏଲ୍ ସେନା କହିଛି । ହସ୍ପିଟାଲକୁ ହମାସ୍ ଆତଙ୍କବାଦୀ ଭିତ୍ତିଭୂମି ଭାବେ ବ୍ୟବହାର କରୁଥିବାର ପ୍ରମାଣ ଭିଡିଓ ଫୁଟେଜରୁ ମିଳିଥିବା ଇସ୍ରାଏଲ୍ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ରବିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୩୦ଜଣ ପ୍ରି-ମ୍ୟାଚୁର ଛୁଆଙ୍କୁ ଅଲ୍-ଶିଫା ହସ୍ପିଟାଲରୁ ଇଜିପ୍ଟକୁ ସ୍ଥାନାନ୍ତର କରିଛି । ଏବେ ବି ହସ୍ପିଟାଲ୍ କମ୍ପ୍ଲେକ୍ସରେ ୨୫୦ରୁ ଅଧିକ ରୋଗୀ ଥିବା କହିଛି ଗାଜା । ସେପଟେ ହସ୍ପିଟାଲ୍ ପରିସରରୁ ସୁଡ଼ଙ୍ଗ ଠାବକୁ ହମାସ୍ ଅଗ୍ରାହ୍ୟ କରିଛି ।

   Related Posts