‘ଯୁଦ୍ଧ ପରେ ଗାଜାର ସୁରକ୍ଷା ସମ୍ଭାଳିବ ଇସ୍ରାଏଲ୍’, ପିଏମ୍ ନେତନ୍ୟାହୁଙ୍କ ବଡ଼ ବୟାନ

Published By : Prameya-News7 Bureau | November 07, 2023 IST

ନୂଆଦିଲ୍ଲୀ: ହମାସ୍ ସହ ଯୁଦ୍ଧ ଶେଷ ହେବା ପରେ ନିଜ ସୀମା ଓ ଦଖଲ ବଢାଇବା ପାଇଁ ଇସ୍ରାଏଲ ସଂକେତ ଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ୩୬୫ ବର୍ଗ କିଲୋମିଟର ଗାଜା ପଟ୍ଟିରେ ଯୁଦ୍ଧ ପରେ ସେଠାକାର ସୁରକ୍ଷା ଦାୟିତ୍ୱ ଇସ୍ରାଏଲ ସମ୍ଭାଳିବ । ଏହି ଦାୟିତ୍ୱ ଠିକ୍ ସେଭଳି ରହିବ, ଯାହା ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲ କରୁଛି । ସେଠାରେ ଗଠିତ ଫିଲିସ୍ତିନୀ ରାଷ୍ଟ୍ରପତି ମହମ୍ମୁଦ ଆବ୍ବାସ ଅଛନ୍ତି, କିନ୍ତୁ ସୁରକ୍ଷା ଓ ଅନ୍ୟ ପ୍ରଭାବଶାଳୀ ବ୍ୟବସ୍ଥା ଇସ୍ରାଏଲ ନିକଟରେ ରହିଛି । ଗାଜା ପଟ୍ଟିରେ ଏବେ ହମାସର ରାଜନୀତିକ ଶାଖାର ସରକାର ଅଛି ।

ପଢନ୍ତୁ: ଭାରତକୁ ୧ ଲକ୍ଷ ଶ୍ରମିକ ମାଗିଲା ଇସ୍ରାଏଲ, ଯୁଦ୍ଧ ପରଠୁ ବନ୍ଦ ରହିଛି ନିର୍ମାଣ କାର୍ଯ୍ୟ

ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ୍ ଏବିସି ସହ ସାକ୍ଷାତକାରରେ ନେତନ୍ୟାହୁ ଗାଜାରେ ଜରୁରୀ ସାମଗ୍ରୀ ବିତରଣ ପାଇଁ କିଛି ସମୟ ଲାଗି ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିବା ନେଇ ସଂକେତ ଦେଇଛନ୍ତି । କିନ୍ତୁ ବନ୍ଦୀଙ୍କୁ ନ ଛାଡ଼ିବା ଯାଏ କୌଣସି ପ୍ରକାର ଯୁଦ୍ଧ ବିରାମକୁ ସେ ମନା କରିଛନ୍ତି । ଗାଜାରେ ପର୍ଯ୍ୟାପ୍ତ ଜରୁରୀ ସାମଗ୍ରୀ ପହଞ୍ଚାଇବା ଓ ଏହାର ବଣ୍ଟନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଲଗାତାର ପ୍ରାୟସ କରୁଛନ୍ତି । ଏହି କାରଣରୁ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକେନ୍ ନିକଟରେ ଇସ୍ରାଏଲ୍ ଓ ଆରବ ଦେଶ ଗସ୍ତ କରିଥିଲେ । କିନ୍ତୁ ଆବର ଦେଶ ଗାଜାରେ ଯୁଦ୍ଧବିରାମ ପାଇଁ ଦାବି କରୁଛନ୍ତି ।

ଅକ୍ଟୋବର ୭ରୁ ଗାଜା ପଟ୍ଟି ଉପରେ ଜାରି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅଧିକାଂଶ ପିଲା ଓ ମହିଳା ଅଛନ୍ତି । ଏହି କାରଣରୁ ସେଠାରେ ଯୁଦ୍ଧ ବିରାମ ପାଇଁ ଅଧିକ ଜୋର ଦିଆଯାଉଛି । ଇସ୍ରାଏଲର ସମର୍ଥନ କରୁଥିବା ଆମେରିକା ମଧ୍ୟ ଏହି ଚାପକୁ ଅନୁଭବ କରୁଛି । ଇସ୍ରାଏଲ୍ ସେନା ସୋମବାର ଗାଜା ପଟ୍ଟିକୁ ଦୁଇ ଭାଗ କରି ଦେଇଥିଲା । ଏବେ ସେ ପଟ୍ଟିର ସବୁଠୁ ବଡ଼ ସହର ଗାଜା ସିଟିକୁ ଘେରି ସେଠାରେ ସ୍ଥଳ ଭାଗରୁ ଆକ୍ରମଣ କରିବା ପାଇଁ ସୁଯୋଗ ଖୋଜୁଛି ।

Also Read: ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକରେ ଆତଙ୍କୀ ଜମାଲ ମୁସା ନିପାତ, ୨୪ ଘଣ୍ଟାରେ ହମାସ୍‌ର ୪୫୦ ଠିକଣା ଧ୍ୱଂସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.