ଇସ୍ରାଏଲ୍ କି ହିଜବୁଲ୍ଲା, କିଏ ଅଧିକ ଶକ୍ତିଶାଳୀ ? ଜାଣନ୍ତୁ କାହା ପାଖରେ ରହିଛି ଅଧିକ ଅସ୍ତ୍ରଶସ୍ତ୍ର...

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ ୨୬।୦୯: ହିଜବୁଲ୍ଲା ଉପରେ ୧୬୦୦ ଆକ୍ରମଣ କରିଛି ଇସ୍ରାଏଲ । ଏଥିରେ ଲେବାନନର ୪୯୨ ଲୋକଙ୍କର ମୃତ୍ୟୁ ହୋଇଛି । ଏପରି ସ୍ଥିତିରେ ପ୍ରଶ୍ନ ଆସୁଛି ଏହି ଦୁଇଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ । ଆସନ୍ତୁ ଜାଣିବା… 

ହିଜବୁଲ୍ଲା ପାଖରେ ୧ ଲକ୍ଷ ତାଲିମପ୍ରାପ୍ତ ଏବଂ ୨୦ ହଜାର ରିଜର୍ଭ ଫାଇଟର ରହିଛନ୍ତି । ଯେଉଁଠାରେ ଇସ୍ରାଏଲର ୧ ଲକ୍ଷ ୬୯ ହଜାର ୫୦୦ ସକ୍ରିୟ ସାମରିକ କର୍ମଚାରୀ ଏବଂ ୪ ଲକ୍ଷ ୬୫ ହଜାର ରିଜର୍ଭ ଫୋର୍ସରେ ଫାଇଟର ରହିଛନ୍ତି । ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ରରେ  ୧ ଲକ୍ଷ ୨୦ ହଜାରୁ ୨ ଲକ୍ଷ ରକେଟ୍ ଏବଂ କ୍ଷେପଣାସ୍ତ୍ର ରହିଛି । ଏଥିରେ ମିଡିଅମ୍ ଦୂର ଯାଏଁ ଆକ୍ରମଣ କରିପାରୁଥିବା କ୍ଷେପଣାସ୍ତ୍ର ମଧ୍ୟ ଅନ୍ତର୍ଭୁକ୍ତ ରହିଛି । 

ହିଜବୁଲ୍ଲା ପାଖରେ ଆଧୁନିକ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଅଛି, ଯାହାକି ଉଚ୍ଚ-ବୈଷୟିକ । ଏଥିରେ ରୁଷୀୟ କୋର୍ଣ୍ଣେଟ୍ ଏବଂ ଇରାନର ଅଲ୍ ମାସ୍ ସିଷ୍ଟମ୍ ସହିତ ସଜ୍ଜିତ । ରକେଟ୍ ଏବଂ କ୍ଷେପଣାସ୍ତ୍ର ପ୍ରସଙ୍ଗରେ ଇସ୍ରାଏଲ୍ ମଧ୍ୟ ପଛରେ ନାହିଁ। ଇସ୍ରାଏଲର ଜେରିକୋ ଏବଂ କ୍ରୁଜ୍ ସହିତ ଅନେକ ପ୍ରକାରର ଆଧୁନିକ କ୍ଷେପଣାସ୍ତ୍ର ଅଛି । 

ହିଜ୍ଜବୁଲ୍ଲା ପାଖରେ ନିଜକୁ ଲୁଚାଇବା ଏବଂ ରକ୍ଷା କରିବା ପାଇଁ ଅନେକ ଗୁପ୍ତ ସୁଡଙ୍ଗ ରହିଛି । ଇସ୍ରାଏଲ ଏଗୁଡିକୁ ଟାର୍ଗେଟ କରି ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ଇସ୍ରାଏଲ ପାଖରେ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଆଇରନ୍ ଡୋମ୍, ଡେଭିଡ ସ୍ଲିଙ୍ଗ୍ ଏବଂ ଏରୋ ସିଷ୍ଟମ ପରି ହାଇଟେକ୍ ଆଣ୍ଟି-ମିସାଇଲ୍ ସିଷ୍ଟମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.