ଝିଅ ଜୈନବ ସହ ହେଜବୁଲ୍ଲା ମୁଖ୍ୟ ନସରଲ୍ଲା ମୃତ, ସ୍ପଷ୍ଟ କଲା ଇସ୍ରାଏଲୀ ସେନା, କହିଲା-ଏବେ ଦୁନିଆକୁ ଡରାଇ ପାରିବ ନାହିଁ

Published By : Prameya-News7 Bureau | September 28, 2024 IST

ବେରୁଟ: ହେଜବୁଲ୍ଲା ମୁଖ୍ୟାଳୟ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ନସରଲ୍ଲା ନିହତ ହୋଇଥିବା ଇସ୍ରାଏଲୀ ସେନା ଘୋଷଣା କରିଛି । ଆଇଡିଏଫ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରିଛି ଯେ ହସନ ନସରଲ୍ଲାହ ଏବେ ଦୁନିଆରେ ଆତଙ୍କ ଖେଳାଇ ପାରିବ ନାହିଁ । ହେଜବୁଲ୍ଲା ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ ପଠରୁ ହିଁ ନସରୁଲ୍ଲାର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିଲା । ଇସ୍ରାଏଲ୍ ଆକ୍ରମଣରେ ହେଜବୁଲ୍ଲାର ଦକ୍ଷିଣ ମୋର୍ଚ୍ଚାର କମାଣ୍ଡର ଅଲି କାର୍କି ନିହତ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଶୁକ୍ରାବର ଇସ୍ରାଏଲୀ ବାୟୁସେନା ବେରୁଟରେ ହେଜବୁଲ୍ଲା ମୁଖ୍ୟାଳୟକୁ ଟାର୍ଗେଟ୍ କରିଥିଲା ।

ସୋସିଆଲ୍ ମିଡିଆରେ ଇସ୍ରାଏଲୀ ସେନା ମୁଖପାତ୍ର ଡାନିୟଲ ହଗାରୀ ଏକ ବୟାନରେ କହିଛନ୍ତି, 'ଆମେ ଆତଙ୍କୀ ସଂଗଠନ ହେଜବୁଲ୍ଲା ନେତା ହସନ ନସରଲ୍ଲା ଏବଂ ଦକ୍ଷିଣ ମୋର୍ଚ୍ଚାର କମାଣ୍ଡର ଅଲି କରାକି ସମେତ ଅନ୍ୟ କମାଣ୍ଡର ସମେତ ଅନ୍ୟ କମାଣ୍ଡର ନିହତ ହୋଇଛନ୍ତି । ରିପୋର୍ଟରେ ଦାବି କରାଯାଉଛି ଯେ ଦକ୍ଷିଣ ବେରୁଟରେ ହେଜବୁଲ୍ଲା ମୁଖ୍ୟାଳୟ ଉପରେ ଇସ୍ରାଏଲୀ ଏୟାର ଷ୍ଟ୍ରାଇକରେ ନସରଲ୍ଲା ଏବଂ ତାଙ୍କ ଝିଅ ଜୈନବ ନିହତ ହୋଇଛନ୍ତି ।


ଡାନିୟଲ ହଗାରୀ କହିଛନ୍ତି, 'ଇସ୍ରାଏଲୀ ଇଣ୍ଟେଲିଜେନ୍ସି ଏଜେନ୍ସିକୁ ମିଳିଥିବା ସଠିକ୍ ସୂଚନା ପରେ, ଆମ ଏୟାରଫୋର୍ସର ଯୁଦ୍ଧ ବିମାନ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ସେଣ୍ଟ୍ରାଲ୍ ହେଡ୍‌କ୍ୱାର୍ଟର ଉପରେ ଟାର୍ଗେଟେଟ୍ ହମାଲ୍ କରିଥିଲା । ଏହି ମୁଖ୍ୟାଳୟ ଦହୀହର ଏକ ଆବାସିକ ବିଲ୍ଡିଂର ବେସମେଣ୍ଟରେ ରହିଥିଲା । ହେଜବୁଲ୍ଲାର ଶୀର୍ଷ ନେତୃତ୍ୱ ମୁଖ୍ୟାଳୟରେ ଇସ୍ରାଏଲୀ ନାଗରିକଙ୍କ ବିରୋଧରେ ଆତଙ୍କବାଦୀ ଗତିବିଧିକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରୁଥିବା ବେଳେ ଏହି ଏୟାରଷ୍ଟ୍ରାଇକ୍ ହୋଇଥିଲା ।' 

ଡାନିୟଲ ହଗାରୀ କହିଛନ୍ତି, 'ହେଜବୁଲ୍ଲା ମୁଖ୍ୟ ଭାବେ ହସନ ନସରହ୍ଲାର ୩୨ ବର୍ଷର କାର୍ଯ୍ୟକାଳରେ ଅନେକ ଇସ୍ରାଏଲୀ ନାଗରିକ ଏବଂ ସୈନିକଙ୍କ ହତ୍ୟା ଏବଂ ହଜାର ହଜାର ଆତଙ୍କୀ ଗତିବିଧିରେ ସାମିଲ ଥିଲା ।' ଆଇଡିଏଫ୍ ମୁଖପାତ୍ର କହିଛନ୍ତି ଯେ ହସନ ନସରଲ୍ଲା ସାରା ଦୁନିଆରେ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଥିଲା, ଯେଉଁଥିରେ ଅନେକ ନିରୀହ ନାଗରିକଙ୍କ ଜୀବନ ଯାଇଥିଲା । ହେଜବୁଲ୍ଲାରେ ନସରଲ୍ଲା ହିଁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ରଣନୀତି ପ୍ରସ୍ତୁତ କରୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.