‘ଭାରତକୁ ପାଲେଷ୍ଟାଇନ୍‌ ବିରୋଧରେ ହତିଆର ଭାବରେ ବ୍ୟବହାର କରୁଛି ଇସ୍ରାଏଲ’: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଯୁଦ୍ଧକୁ ନେଇ ବିଭିନ୍ନ ଦେଶଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ ରହିଛି। କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କିଛି ଏହାକୁ ବିରୋଧ ମଧ୍ୟ କରିଛନ୍ତି। ଅବଶ୍ୟ ଭାରତ ଇସ୍ରାଏଲକୁ ସମର୍ଥନ ଦେଇଛି। ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ସେ କହିଛନ୍ତି ଇସ୍ରାଏଲକୁ ସମର୍ଥନକୁ ପୂରା ଭାରତର ଆଭିମୁଖ୍ୟ ବୋଲି କହିପାରିବା ନାହିଁ ଏହା ବିଜେପିର ସମର୍ଥନ।

ଶନିବାର ମୁଖ୍ୟମନ୍ତ୍ରୀ କୋଝିକୋଡୋରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ‘‘ଆମର ସମର୍ଥନ ପାଲେଷ୍ଟାଇନ ପ୍ରତି ରହିଛି। ଦୟାକରି ବିଜେପିର ଇସ୍ରାଏଲକୁ ସମର୍ଥନକୁ ଭାରତର ଆଭିମୁଖ୍ୟ ବୋଲି ନଧରାଯାଉ । ଭାରତକୁ ଇସ୍ରାଏଲ ସହ ସୈନ୍ୟ ଏବଂ ପ୍ରତିରକ୍ଷା ଯୁକ୍ତି ବନ୍ଦ କରିଦେବା ଦରକାର । ଇସ୍ରାଏଲ ତରଫରୁ ଭାରତକୁ ପାଲେଷ୍ଟାଇନ ବିରୋଧରେ ହତିଆର ଭାବରେ ବ୍ୟବହାର କରାଯାଉଛି।’’

ଆହୁରି ପଢ଼ନ୍ତୁ: ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ରିଆଦରେ ଇସ୍ଲାମୀ ଦେଶଙ୍କ ଅସାଧାରଣ ବୈଠକ, ଯୋଗ ଦେଇଛନ୍ତି ସଲମାନ,ଆର୍ଦୋଆନ ଓ ରଇସୀ

ସୂଚନାଥାଉକି, କିଛି ଦିନ ପୂର୍ବରୁ ପିନାରାଇ ବିଜୟନ ପାଲେଷ୍ଟାଇନ ଲୋକଙ୍କ ପ୍ରତି ସମର୍ଥନ ଜାହିର କରିଥିଲେ। ସେ କହିଥିଲେ ‘ଲୋକଙ୍କ ଗୋଟିଏ ବର୍ଗ ନରସଂହାର ଭଳି ସ୍ଥିତିର ସାମ୍ନା କରୁଥିବାବେଳେ ଆମେ କେବଳ ତଟସ୍ଥ ହୋଇ ଦେଖିପାରିବାନାହିଁ। ଆମକୁ ପାଲେଷ୍ଟାଇନ ଲୋକଙ୍କୁ ସମର୍ଥନ ଦେବାର ଆବଶ୍ୟକ ରହିଛି ।’ ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ଇସ୍ରାଏଲ ଆମେରିକାର ସମର୍ଥନରେ ପାଲେଷ୍ଟାଇନକୁ ଟାର୍ଗେଟ କରୁଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହସାସର ଆକ୍ରମଣରେ ୧୨୦୦ ଜଣକ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧକୁ ଓହ୍ଲାଇଥିଲା। ଆଉ ଏହି ଯୁଦ୍ଧ ଏବେ ଦୁଇ ମାସରେ ପ୍ରବେଶ କରିଛି। ଏମିତିକି ଧୀରେ ଧୀରେ ଯୁଦ୍ଧ ଆହୁରି ବଢ଼ିବାରେ ଲାଗିଛି। ଆମେରିକା ଯୁଦ୍ଧକୁ ଅସ୍ଥାୟୀ ଭାବରେ ରୋକିବାକୁ ଚେଷ୍ଟା କରୁଛି। ଯାହାଦ୍ବାରା ନାଗରିକଙ୍କୁ ସହାୟତା ଯୋଗାଇ ଦିଆଯାଇପାରିବ।  ଅବଶ୍ୟ ଏବେ ଇସ୍ରାଏଲ ଏବେ ପ୍ରତି ଦିନ କିଛି ସମୟ ପାଇଁ ଯୁଦ୍ଧ ବିରତୀ ପାଇଁ ସହମତ ହୋଇଛି।

ଆହୁରି ପଢ଼ନ୍ତୁ: ଗାଜାରେ ଧ୍ୱଂସ ଦେଖି ପାଶ୍ଚ୍ୟାତ ଦେଶ ବି ଦାବି କଲେ ଯୁଦ୍ଧବିରାମ, ଫ୍ରାନ୍ସ କହିଲା-ଇସ୍ରାଏଲ୍ ବନ୍ଦ କରୁ ବୋମା ମାଡ଼

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.