ହସ୍ପିଟାଲରେ ଲୁଚି ରହିଥିଲେ ହମାସ୍ ଆତଙ୍କୀ, ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ୨୨ ମୃତ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ୍-ହମାସ୍ ଯୁଦ୍ଧ ମଧ୍ୟରେ ଗାଜା ପଟ୍ଟିର ଏକ ହସ୍ପିଟାଲରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରମଣ ପାଇଁ ଇସ୍ରାଏଲୀକୁ ଦାୟୀ କରିଛି ଫିଲିସ୍ତିନୀ । ତେବେ ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ) ଅଭିଯୋଗକୁ ଖଣ୍ଡନ କରିଛି । ମିଡିଆ ରିପୋର୍ଟ ଅନୁସାରେ ଗାଜାର ଅଲ-ଶିଫା ହସ୍ପିଟାଲକୁ ଦୁଇ ଧରି ଇସ୍ରାଏଲ୍ ସେନା ଘେରି ରହିଥିଲା । ଏଠାରେ ଆତଙ୍କୀ ଲୁଚି ରହିଥିବା ଇସ୍ରାଏଲ୍ ଦାବି କରୁଥିଲା ।

ପଢନ୍ତୁ: କାମ କରିବାକୁ ଇସ୍ରାଏଲ୍ ଯିବେ ଏକ ଲକ୍ଷ ଭାରତୀୟ ? ଜବାବ ରଖିଲା ବିଦେଶ ମନ୍ତ୍ରାଳୟ

ଗାଜାର ଉତ୍ତର ଯୁଦ୍ଧ କ୍ଷେତ୍ରରୁ ଜୀବନ ବଞ୍ଚାଇ ପଳାୟନ କରୁଥିବା ଫିଲିସ୍ତିନୀ ନାଗରିକ କହିଛନ୍ତି ଯେ ଗାଜା ସହରର ମଧ୍ୟରେ ସ୍ଥିତ ଶିଫା ହସ୍ପିଟାଲରେ ଶରଣ ନେଇଥିବା ହଜାର ହଜାର ଲୋକ ବିସ୍ଫୋରଣ ପରେ ରାତିରେ ପଚାଲନ କରିଥିଲେ । ଇସ୍ରାଏଲ- ହମାସ ମଧ୍ୟରେ ଜାରି ଯୁଦ୍ଧ ଭିତରେ ୮୦,୦୦୦ ଲୋକ ଶରଣ ନେଇଥିଲେ ।

ହମାସ ଶାସିତ ଗାଜା ପଟ୍ଟିର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଇସ୍ରାଏଲ-ହମାସ ଯୁଦ୍ଧରେ ମୃତ ଫିଲିସ୍ତିନୀ ନାଗରିକଙ୍କ ସଂଖ୍ୟା ୧୧ ହଜାର ଟପିଛି । ଇସ୍ରାଏଲ୍ ଆକ୍ରମଣରେ ଗାଜାର ପ୍ରତଶିତ ବିଲ୍ଡିଂ ନଷ୍ଟ ହୋଇଛି । ପାଖାପାଖି ୪୦ ହଜାରରୁ ଅଧିକ ଆବାସ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।

Also Read: ‘ଯୁଦ୍ଧ ପରେ ଗାଜାର ସୁରକ୍ଷା ସମ୍ଭାଳିବ ଇସ୍ରାଏଲ୍’, ପିଏମ୍ ନେତନ୍ୟାହୁଙ୍କ ବଡ଼ ବୟାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.