scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହମାସ ସହ ଲଢେଇ ପାଇଁ ତେଲଆଭିଭ୍ ଉପରେ ବିରାଟ ଆର୍ଥିକ ବୋଝ: ଇସ୍ରାଏଲି ସେଣ୍ଟ୍ରାଲ ବ୍ୟାଙ୍କ ପାଣ୍ଠିରୁ ଗଣିବ ୫ ହଜାର କୋଟି ଡଲାର

28/11/2023 at 7:36 PM

ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧ ପାଇଁ ଇସ୍ରାଏଲ ଉପରେ ପଡ଼ିବ ବିରାଟ ଆର୍ଥିକ ବୋଝ। ୫୦ ବିଲିୟନ ଡଲାର ଋଣ ନେଇ ଇସ୍ରାଏଲର କେନ୍ଦ୍ରୀୟ ବ୍ୟାଙ୍କ କହିଛି। ହମାସ-ଇସ୍ରାଏଲ ଯୁଦ୍ଧରେ ଇହୁଦୀ ରାଷ୍ଟ୍ରର ପାଖାପାଖି ୫୩ ବିଲିୟନ ଡଲାର ଆର୍ଥିକ ବୋଝ ହେବା ଅନୁମାନ କରାଯାଉଛି। ବ୍ୟାଙ୍କ ଅଫ୍ ଇସ୍ରାଏଲ୍ ଅନୁଯାୟୀ, ଏହି ରାଶିରେ ପ୍ରାୟ ୧୦୭ ବିଲିୟନ ଶେକେଲ୍ ପ୍ରତିରକ୍ଷା ଖର୍ଚ୍ଚ, 22 ବିଲିୟନ ଶେକଲ୍ କ୍ଷତିପୂରଣ ଏବଂ ଅନ୍ୟାନ୍ୟ ନାଗରିକ ଖର୍ଚ୍ଚର 25 ବିଲିୟନ ଶେକଲ୍ ରହିଛି।

ଏହାସହ ସରକାରୀ ସୂତ୍ର ଅନୁସାରେ ଋଣ ଉପରେ ସୁଧ ସହ ୮ ବିଲିୟନ ଶେକଲରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଯୁଦ୍ଧ କାରଣରୁ ରାଜସ୍ୱ କ୍ଷତି 35 ବିଲିୟନ ଶେକେଲରେ ଫହଞ୍ଚିବ ବୋଲି ଆକଳନ କରାଯାଇଛି। ସବୁଠୁ ବଡ଼ କଥା ହେଲା ଯୁଦ୍ଧର ସିଧା ପ୍ରଭାବ ୨୦୨୪ ପର୍ଯ୍ୟନ୍ତ ଇସ୍ରାଏଲର ଅର୍ଥନୀତି ଉପରେ ରହିବ।

ପୂର୍ବାନୁମାନ ଅନୁଯାୟୀ, ୨୦୨୩ ଏବଂ ୨୦୨୪ରେ ଇସ୍ରାଏଲର ଜିଡିପି ୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହା 2023 ପାଇଁ 2.3 ପ୍ରତିଶତ ଏବଂ ଗତ ମାସର ପୂର୍ବାନୁମାନରେ ୨୦୨୪ ପାଇଁ ୨.୮ ପ୍ରତିଶତ ହ୍ରାସ ପାଇବ।

ଅପେକ୍ଷାକୃତ ଅଧିକ ଖର୍ଚ୍ଚ ଏବଂ ଟିକସ ସଂଗ୍ରହରେ ତୀବ୍ର ହ୍ରାସ ହେତୁ ବ୍ୟାଙ୍କ ପୂର୍ବାନୁମାନ କରିଛି ସରକାରଙ୍କ ଋଣ ୨୦୨୨ ମସିହାରେ ମୋଟ୍‌ ଜିଡିପିର ୬୦.୫ ପ୍ରତିଶତ, ୨୦୨୩ରେ ୬୩ ପ୍ରତିଶତ ଓ ୨୦୨୪ ଶେଷ ପର୍ଯ୍ୟନ୍ତ ୬୬ ପ୍ରତିଶତକୁ ବୃଦ୍ଧି ହେବ।

ଅକ୍ଟୋବର ୭ରେ ଇସ୍ରାଏଲ ଉପରକୁ ଆକ୍ରମଣ କରିଥିଲା ହମାସ। ଏହାର ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ। ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ଅତି କମରେ ୧୪୮୦୦ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଏଥିରେ ମୁଖ୍ୟତଃ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି।

   Related Posts