ଇସ୍ରାଏଲ-ହମାସ୍ ଯୁଦ୍ଧରେ ଲାଗିବ ବିରାମ; ଆମେରିକାର ଶାନ୍ତି ବୁଝାମଣା ପ୍ରସ୍ତାବ ଜାତିସଂଘରେ ପାସ୍

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ: ବନ୍ଦ ହେବ ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧ । ଖୁବ୍‌ଶୀଘ୍ର ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । କାରଣ ଯୁଦ୍ଧ ଶେଷ ପାଇଁ ମଧ୍ୟସ୍ଥତା ଆରମ୍ଭ କରିଛି ଆମେରିକା । ହମାସ ସାମ୍ନାରେ ରାଷ୍ଟ୍ରପତି ଜୋ-ବାଇଡେନ ୩ ସ୍ତରୀୟ ସିଜ୍‌-ଫାୟାର ପ୍ରସ୍ତାବ ରଖିଛନ୍ତି । ଏହାକୁ ହମାସ ମଧ୍ୟ ସମର୍ଥନ କରିଛି । ଜୋ-ବାଇଡେନ, ପ୍ରସ୍ତାବ ରଖିବା ବେଳେ କହିଥିଲେ, ଏହା ଇସ୍ରାଏଲର ପ୍ରସ୍ତାବ । ଜାତିସଂଘର ସୁରକ୍ଷା ପରିଷଦ ମଧ୍ୟ ଆମେରିକାର ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।

ଆମେରିକାର ଏହି ପ୍ରସ୍ତାବରେ ଯୁଦ୍ଧ ଶେଷ ହେବା ଏବଂ ବୁଝାମଣା ପତ୍ର ସ୍ବୀକାର ବାବଦରେ ଉଲ୍ଲେଖ ରହିଛି । ପାଲେଷ୍ଟାୟୀନର ଆତଙ୍କୀ ସଂଗଠନ ହମାସ୍ ଏହି ଯୋଜନାକୁ ଲାଗୁ କରିବାକୁ  ସମର୍ଥନ ଜଣାଇଛି । ତାଙ୍କୁ ଦାବି ଅନୁଯାୟୀ, ବୁଝାମଣା ହେଉଛି ବୋଲି ସେମାନେ ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି ।    

ଅନ୍ୟପଟେ ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଋଷ୍ ଏହି ପ୍ରସ୍ତାବ ସପକ୍ଷ ଓ ବିପକ୍ଷରେ  ଭୋଟିଂ କରିନାହିଁ । ହେଲେ UNSCର ୧୪ଜଣ ସଦସ୍ୟ ଦେଶ   ଆମେରିକା ରଖିଥିବା ଯୁଦ୍ଧ ବନ୍ଦ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ । ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥାମସ୍ ଗ୍ରୀନଫିଲ୍ଡ ଭୋଟିଂ ପରେ କହିଛନ୍ତି, ବିଶ୍ବରେ ଶାନ୍ତି ପାଇଁ ଆମେରିକା ମତଦାନ କରିଛି । ଏହା ସହିତ ସେ କହିଛନ୍ତି, ଏହି ପ୍ରସ୍ତାବକୁ ଉଭୟ ପକ୍ଷରୁ ବିନା କୌଣସି ବିଳମ୍ବ କରି ଲାଗୁ କରିବାକୁ ଅନୁରୋଧ କରିଛନ୍ତି । 

ଆମେରିକାର ଶାନ୍ତି ପ୍ରସ୍ତାବକୁ ଜଣେ ମାତ୍ର ଆରବ ସଦସ୍ୟ ସମର୍ଥନ କରିଛନ୍ତି । ତାଙ୍କର କହିବା ଅନୁଯାୟୀ, ଇସ୍ରାଏଲ ଓ ହମାସ୍ ମଧ୍ୟରେ ତତ୍କାଳ ଯୁଦ୍ଧ ବିରାମ ପାଇଁ ଏହି ପ୍ରସ୍ତାବ ଆଗକୁ ଦିଗ ଦେଖାଇବ । ଆଲଜରିଆର ଜତାସଂଘ ରାଷ୍ଟ୍ରଦୂତ କହିଛନ୍ତି, ଏହା ପାଲେଷ୍ଟାୟୀନଙ୍କ ଆଶାର କିରଣ ଭଳି କାମ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.