ପିଲା ଆଉ ପରିବାରଙ୍କ ଠାରୁ ଦୂରେଇଲେ, ବୋମା-ଗୁଳିର ଶବ୍ଦ ଭିତରେ ବି କରୁଛନ୍ତି ରିପୋର୍ଟିଙ୍ଗ୍

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ ୧୮।୧୧: ଜୀବନ ଲାଗିଛି ବାଜିରେ । ଖବର ସଂଗ୍ରହ ଆଉ ଖବର ଦେବା ବେଳେ ମୃତ୍ୟୁ ସାମ୍ନାରେ । ତଥାପି ଜାରି ରଖିଛନ୍ତି କାମ   । ସବୁଠୁ ବେଶୀ ବିପଦଜନକ କ୍ଷେତ୍ରର ସେ ସାମ୍ବାଦିକା । ସେ ଦିଅନ୍ତି ଆକ୍ରମଣ ଆଉ ପ୍ରତିଆକ୍ରମଣର ଖବର ।  ଯୁଦ୍ଧ ବିପନ୍ନଙ୍କ ଖବର । ସାରା ବିଶ୍ବକୁ ବ୍ୟତିବ୍ୟସ୍ତ କରିପକାଇଥିବା ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧର ଖବର ।

{"id":871353,"width":841,"height":560,"sizeSlug":"full","linkDestination":"none"}

ତେବେ ଅନେକ ଖବର ଦାତା ଯୁଦ୍ଧ ଖବର ଦେଉଥିବା ବେଳେ ଜଣେ ମହିଳା ସାମ୍ବାଦିକଙ୍କ ପାଇଁ କାହିଁକି ଏତେ ଆଲୋଚନା ?  କାରଣ ହେଲା ତାଙ୍କ ସାହସ, କର୍ତ୍ତବ୍ୟ ନିଷ୍ଠା, ଧୈର୍ଯ୍ୟ ଆଉ କାମ କରିବାର ଝୁଙ୍କ । ସେହି ସାହସିନୀ ସମ୍ବାଦିକା ଜଣକ ହେଉଛନ୍ତି ଖାବଲା ଅଲ୍‌-ଖାଲିଦି । ଯିଏ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌-ହମାସ ଯୁଦ୍ଧ ଆରମ୍ଭରୁ ବିନା ବ୍ରେକ୍‌ରେ ଦେଇଚାଲିଛନ୍ତି ଖବର ।  

{"id":871348,"width":842,"height":561,"sizeSlug":"full","linkDestination":"none"}

ଅକ୍ଟୋବର ୮ ରୁ ଲଗାତର ରିପୋର୍ଟିଙ୍ଗ୍ ଜାରି ରଖିଛନ୍ତି ଖାବଲା ଅଲ୍‌-ଖାଲିଦି । ଏ ଭିତରେ ସେ ଥରେ ବି ଯାଇ ନାହାନ୍ତି ନିଜ ଘରକୁ ।  ବିଶେଷ କଥାଟି ହେଲା  ଏହି ଯୁଦ୍ଧରେ ଅନେକ କିଛି ହରାଇଛନ୍ତି ସେ । ନିଜ ଲୋକଙ୍କ ଠାରୁ ଅଛନ୍ତି ଦୂରରେ । ଦୁଃଖ ଆଉ ଯନ୍ତ୍ରଣା ପାଇଛନ୍ତି, ପାଉଛନ୍ତି । କିନ୍ତୁ ନିଜ କର୍ମପଥରୁ ହଟିନାହାନ୍ତି । ପାଲେଷ୍ଟିନୀୟ ଟିଭି ପାଇଁ କାମକରନ୍ତି ଖାବଲ । ହମାସର ଆକ୍ରମଣ, ଆଇଡିଏଫ୍‌ର ଜବରଦସ୍ତ କାଉଣ୍ଟର ଆଉ ଆଟାକ୍‌ । ପୁଣି ଇସ୍ରାଏଲି  ସେନାର ଆଡଭାନ୍ସ ତ ହମାସର କାଉଣ୍ଟର । ସବୁର ଟିକ୍‌ନିଖ ସୂଚନା ସହ ଯୁଦ୍ଧ କ୍ଷତିଗ୍ରସ୍ତଙ୍କ ଖବର ଦେବା ବେଳେ ନିଜ ଘର ହରାଇଛନ୍ତି ଖାବଲା ଅଲ୍‌-ଖାଲିଦି । ନିଜ ପରିବାର ସହ ପିଲାମାନଙ୍କ ଠାରୁ ଦୂରେଇବାକୁ ବାଧ୍ୟ ହୋଇଛନ୍ତି ।

{"id":871350,"sizeSlug":"full","linkDestination":"none"}

ଯୁଦ୍ଧ ବେଳେ କାମ କରିବା ବି ହୋଇଛି କାଠିକର। କାରଣ ଗାଜାରେ ଇଣ୍ଟରନେଟ ସେବା ଉପରେ ରୋକ୍‌ ଲଗାଇଛି ଇସ୍ରାଏଲ୍‌ । ଏଭଳି ପରିସ୍ଥିତିରେ ସାମ୍ବାଦିକମାନଙ୍କୁ ଅଲ-ଆକସା ଶହୀଦ ଡାକ୍ତରଖାନା ନିକଟରେ ରହିବାକୁ ପଡୁଛି । କାରଣ ସେଠାରେ ଚାର୍ଜିଂ ସୁବିଧା ଅଛି ଏବଂ ଇଣ୍ଟରନେଟ୍ ସଂଯୋଗର ସୁବିଧା ମଧ୍ୟ ମିଳୁଛି । ଖାବଲା ଅଲ୍‌-ଅକ୍ସା ଶହିଦ ହସ୍ପିଟାଲ୍‌ରୁ ଲାଇଭ୍‌ ରିପୋର୍ଟିଙ୍ଗ୍‌ କରୁଛନ୍ତି ।

{"id":871351,"width":839,"height":471,"sizeSlug":"full","linkDestination":"none"}

ଖାବଲାଙ୍କର ସମ୍ବାଦିକତା ୧୧ ବର୍ଷର । ସ୍ବାମୀ ଏବଂ ୪ ପିଲା ଅଛନ୍ତି । ତାଙ୍କ ସ୍ବପ୍ନର ଘର ମଧ୍ୟ ଇସ୍ରାଏଲ୍‌ ସେନା ଧ୍ବଂସ କରିଦେଇଛନ୍ତି । ଆଉ ଯୁଦ୍ଧର ଭୟାବହତା ଯୋଗୁଁ ତାଙ୍କ ପିଲାମାନେ ଜେଜେ ବାପା ଓ ମାଙ୍କ ସହ ରହୁଛନ୍ତି । ଗାଜାରେ କାମ କରିବା ବି ଆହୁରି କଷ୍ଟକର ହୋଇଛି । ପର୍ଯ୍ୟାପ୍ତ ପାଣି ନାହିଁ ଓ ଖାଦ୍ୟ ବି ଠିକ୍‌ ପରିମାଣରେ ମିଳୁନି । ପରିବହନ ସମସ୍ଯା ସାଂଘାତିକ ।ତଥାପି  ନିଜ କାମ କରିଚାଲିଛନ୍ତି ଖାବଲା।

{"id":871352,"width":839,"height":559,"sizeSlug":"full","linkDestination":"none"}

ସେ ଏବଂ ତାଙ୍କ ସ୍ୱାମୀ ସକାଳୁ ଶୀଘ୍ର ଉଠି ଏକାଠି ପ୍ରାର୍ଥନା କରନ୍ତି ଏବଂ ପରେ ଡାକ୍ତରଖାନାକୁ ଯାଆନ୍ତି ଯେଉଁଠାରେ ସେ ଦିନସାରା ଲାଇଭ୍ ରିପୋର୍ଟିଙ୍ଗ୍ କରନ୍ତି । ଖାସ୍ କଥା ହେଉଛି ଖାବଲାଙ୍କ  ସ୍ୱାମୀ ଏହି କଷ୍ଟ ସମୟରେ ତାଙ୍କ ସହ ଅଛନ୍ତି। ଯେଉଁଥି ପାଇଁ ସେ ଗର୍ବ ଅନୁଭବ କରୁଛନ୍ତି । ତେବେ ଖାବଲାଙ୍କ କାମ ଓ ସାହସ ପାଇଁ ଗର୍ବ କରନ୍ତି ସାରା ଗଣମାଧ୍ୟମ, ନାରୀ ସମାଜ । ସାବାସ ଖାବଲା ଅଲ୍‌-ଖାଲିଦି ।

You Can Read:

wp:embed {"url":"https://www.prameyanews7.com/largest-displacement-of-palestinians-since-1948-says-united-nation/","type":"wp-embed","providerNameSlug":"prameya-news-7"}
https://www.prameyanews7.com/largest-displacement-of-palestinians-since-1948-says-united-nation/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.