ଅଲ୍-ଶିଫା ହସ୍ପିଟାଲରେ ଇସ୍ରାଏଲୀ ଟ୍ୟାଙ୍କ୍; ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ
16/11/2023 at 3:20 PM

ନୂଆଦିଲ୍ଲୀ:ଗାଜା ଅଲ୍-ଶିଫା ହସ୍ପିଟାଲରେ ପଶିଲା ଇସ୍ରାଏଲୀ ଟ୍ୟାଙ୍କ୍ । ମେଡିକାଲ ବିଲ୍ଡିଂ ଭିତରେ ଆତଙ୍କୀ ସୁଡ଼ଙ୍ଗ ଥିବା ସୂଚନା ମିଳିବା ପରେ ଆଇଡିଏଫ୍ ଆଭିଯାନ ଆରମ୍ଭ କରିଥିଲା । ଏହାଛଡ଼ା ହସ୍ପିଟାଲ ମଧ୍ୟରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଓ ଗୋଳାବରୁଦ ଜବତ କରିଛି ଇସ୍ରାଏଲ ସେନା । ଯାହାର ଭିଡିଓ ମଧ୍ୟ ଆଇଡିଏଫ୍ ସୋସିଆଲ୍ ମିଡିଆରେ ଜାରି କରିଛି ।
ସୁଡ଼ଙ୍ଗ ଭିତରରୁ ହମାସ୍ ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ର ମିଳିବା ପରେ ସେନା ଅପରେସନକୁ ଆହୁରି ଜୋରଦାର କରିଛି ଇସ୍ରାଏଲ୍ । ଅଲ୍-ଶିଫା ହସ୍ପିଟାଲ ମାଟି ତଳେ ସୁଡ଼ଙ୍ଗ ରେ ହମାସ୍ ଆତଙ୍କୀ ସେଣ୍ଟର ଚାଲୁଥିବା ଆଇଡିଏଫ ଦାବି କରିଆସୁଛି । ଏନେଇ ହସ୍ପିଟାଲ ଭିତରେ ସେନା କାର୍ଯ୍ୟାନୁଷ୍ଠାନ କରିବା ସହିତ ଇସ୍ରାଏଲୀ ଟ୍ୟାଙ୍କକୁ ପ୍ରବେଶ କରାଇଛି । ତେବେ ଇସ୍ରାଏଲର ଏଭଳି ସୈନ୍ୟ ଅପରେସନକୁ ସଂଯୁକ୍ତ ରାଷ୍ଟ୍ର ଓ ମଧ୍ୟପୂର୍ବ ଦେଶମାନେ ନିନ୍ଦା କରିଛନ୍ତି ।
ଇସ୍ରାଏଲ ସୈନିକ ବୁଧବାର ହସ୍ପିଟାଲ ଭିତରେ ପଶି ଛାନଭିନ୍ କରିଥିଲା । ଏହି ସମୟରେ ଆଇଡିଏଫ ଦ୍ବାରା ଏକ ଭିଡିଓ ବୟାନ ମଧ୍ୟ ଜାରି କରିଛି । ଏଥିରେ ଆଲ୍-ଶିଫା ହସ୍ପିଟାଲ ପରିସରରୁ ସ୍ବଂୟଚାଳିତ ଅସ୍ତ୍ରଶସ୍ତ୍ର, ଗ୍ରେନେଡ୍, ବିସ୍ଫୋରଣ ସାମଗ୍ରୀ ଜବତ କରାଯାଇଛି । ଗାଜାପଟ୍ଟୀ ସୈନ୍ୟ ଅଭିଯାନକୁ ପ୍ରମୁଖ ମେଜର ଜେନେରାଲ୍ ୟାରୋନ ଫେଙ୍କଲମୈନ କହିଛନ୍ତି, ଆଇଡିଏଫ ଅଲ-ଶିଫା ହସ୍ପିଟାଲରେ ଆଭିଯାନ ସୈନ୍ୟ ଅଭିଯାନ ଚାଲିଛି ।
Watch as LTC (res.) Jonathan Conricus exposes the countless Hamas weapons IDF troops have uncovered in the Shifa Hospital's MRI building: pic.twitter.com/5qssP8z1XQ
— Israel Defense Forces (@IDF) November 15, 2023
ସେପଟେ ପାଲେଷ୍ଟାଇନ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଅଲ୍-ଶିଫା ହସ୍ପିଟାଲ ଭିତରେ ୪ଟି ବୁଲଡୋଜର ମୁତୟନ କରାଯାଇଛି । ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଇସ୍ରାଏଲ୍ ସୈନ୍ୟ ମେଡିକାଲ ଭିତରେ ପ୍ରବେଶ କରିବା ପରେ ସମସ୍ତ ବିଭାଗରେ ପାଣି, ବିଜୁଳି ଓ ଅମ୍ଳଜାନ ସପ୍ଲାଏ ଠପ୍ ହୋଇଯାଇଛି । ଆଇଡିଏଫ ପକ୍ଷରୁ ଏହାକୁ ବନ୍ଦ କରିଦିଆଯାଇଛି ।