scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉତ୍ତର ପରେ ଇସ୍ରାଏଲ୍ ଟାର୍ଗେଟରେ ଦକ୍ଷିଣ ଗାଜା; କୁଆଡ଼େ ଯିବେ ୨୦ ଲକ୍ଷ ଲୋକ ?

17/11/2023 at 11:41 AM

ନୂଆଦିଲ୍ଲୀ,୧୬/୧୧: ଉତ୍ତର ଗାଜା ପରେ ଏବେ ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ନଜର । ଦକ୍ଷିଣ ଗାଜାରେ ସୈନ୍ୟ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି ଇସ୍ରାଏଲ୍ । ଆଇଡିଏଫ ଦକ୍ଷିଣ ଗାଜା ଉପରେ ଆଖି ପକାଇଛି । ସମ୍ପୂର୍ଣ୍ଣ ଗାଜାପଟ୍ଟିକୁ ନିଜ  ନିୟନ୍ତ୍ରଣକୁ ନେଇ ହମାସ୍‌ର ଫିନିସ୍ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ୍ । ଇସ୍ରାଏଲୀ ବାୟୁସେନା ବିମାନରୁ ଚିଠି ପକାଇ ଲୋକଙ୍କୁ ଦକ୍ଷିଣ ଗାଜା  ଛାଡ଼ିବାକୁ ଚେତାବନୀ ଦେଇଛି । ଦକ୍ଷିଣରେ ଥିବା ଖାନ୍‌  ୟୁନିସ୍‌ ସହରର ଛାଡ଼ି ଅନ୍ୟତ୍ର ପଳାଇବାକୁ ଲୋକଙ୍କୁ ତାଗିଦ୍‌ କରିଛି ।

ଖବର ମୁତାବକ, ଖାନ୍‌ ୟୁନିସ୍‌ର ପୂର୍ବାଞ୍ଚଳରେ ଲିଫ୍‌ଲେଟ୍‌ ପକାଯାଇ ଲୋକଙ୍କୁ ଘର ଖାଲି କରିବାକୁ ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି । ହମାସ୍‌ ଆତଙ୍କବାଦୀଙ୍କୁ  କୌଣସି ପ୍ରକାର ସହଯୋଗ ନ କରିବାକୁ  ଚେତାବନୀ ଦିଆଯାଇଛି । ଯଦି ଲୋକମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖାନ୍‌ ୟୁନିସ୍‌ ନ ଛାଡ଼ନ୍ତି, ତେବେ  ସେମାନେ ଆତଙ୍କୀଙ୍କୁ ସହଯୋଗ କରୁଥିବା ବିବେଚନା  କରାଯିବ । ସେହି ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହା ପୂର୍ବରୁ ଉତ୍ତର ଗାଜାରେ  ସ୍ଥଳସେନା ପୂରାଇବା ପାଇଁ ଇସ୍ରାଏଲ୍‌ ସେନା ବିମାନରୁ ଆରବୀୟ ଭାଷାରେ ଲେଖାଯାଇଥିବା ଚିଠି ପକାଇ ଲୋକଙ୍କୁ ଚେତାବନୀ ଦେଇଥିଲା । ୧୧ ଲକ୍ଷ ଲୋକଙ୍କୁ  ଘର ଛାଡ଼ି ଦକ୍ଷିଣ ପଟକୁ ଚାଲିଯିବା ପାଇଁ କହିଥିଲା ।  ଫଳରେ ଲୋକମାନେ ପ୍ରାଣ ବିକଳରେ ଖାନ୍‌ ୟୁନିସ୍‌  ସହର ଆଡ଼କୁ ଚାଲିଯାଇଥିଲେ । ଏବେ ପୁଣି ସମାନ  ଚେତାବନୀ ଦେଇଛି ଇଲ୍ରାଏଲ ।

ଗାଜାର ୨୦  ଲକ୍ଷ ଲୋକ ଏବେ କେଉଁଠାକୁ ଯିବେ, ତାହାକୁ ନେଇ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇସ୍ରାଏଲ୍‌ ସ୍ଥଳସେନା ଏବେ ଟ୍ୟାଙ୍କ୍‌ ସହ ଦକ୍ଷିଣ ଗାଜା ଉପରେ ଚଢ଼ଉ  କରିବା ଲାଗି ପ୍ରସ୍ତୁତି ହେଉଛି । ଖାନ୍‌ ୟୁନିସ୍‌ରେ ଇସ୍ରାଏଲ୍‌ ଡିଫେନ୍ସ  ଫୋର୍ସ ପକାଇଥିବା ଚିଠିରେ ଲେଖାଯାଇଛି ଯେ ଲୋକମାନେ ତୁରନ୍ତ ସ୍ଥାନ ଛାଡ଼ି ନ ଗଲେ  ନିଜ ଜୀବନକୁ ସେମାନେ ବିପଦରେ ପକାଇବେ ।  ଆତଙ୍କୀମାନେ ଯେଉଁଠାରେ ଥିବା ନେଇ ଜଣାପଡ଼ିବ,  ତୁରନ୍ତ ଆକ୍ରମଣ କରାଯିବ । ସେଥିଲାଗି ଲୋକମାନେ  ସେମାନଙ୍କ ନିକଟରୁ ଦୂରକୁ ପଳାଇବା ଉଚିତ ବୋଲି କୁହାଯାଇଛି ।

ସେପଟେ ପାଲେଷ୍ଟାଇନ୍‌ର ଆତଙ୍କୀ ସଙ୍ଗଠନ ହମାସ୍‌ର ମୁଖିଆ ବୋଲାଉଥିବା ଇସ୍‌ମାଇଲ୍‌ ହାନିଏଙ୍କ  ଗାଜାସ୍ଥିତ ବାସଭବନ ଉପରେ ଇସ୍ରାଏଲ୍‌ ସେନା ଏୟାର ଷ୍ଟ୍ରାଇକ୍‌ କରିଛି । ଏହି ଘରକୁ ହମାସ୍‌ର ବୈଠକ ଗୃହ ଭାବେ ବ୍ୟବହାର କରାଯାଉଥିଲା ।  ତେବେ ଇସ୍ରାଏଲୀ ବାୟୁସେନାର ହମ୍‌ଲା ବେଳେ  ଉକ୍ତ ଘରେ କେହି ରହୁ ନ ଥିଲେ । ଅନ୍ୟପକ୍ଷରେ  କେନ୍ଦ୍ରୀୟ ଗାଜାରେ ଏୟାର ଷ୍ଟ୍ରାଇକ୍‌ ଯୋଗୁ ପ୍ରାୟ  ୫୦ ଲୋକ ପ୍ରାଣ ହରାଇଛନ୍ତି ।

ଗାଜାରେ ମୃତ୍ୟୁ ସଂଖ୍ୟା ୧୧,୫୦୦ ପାର୍‌ କରିଛି । କାତାର ୟୁନିଭର୍ସିଟି ପ୍ରଫେସର ମହଜୁବ ଜୁଏରି  କହିଛନ୍ତି, ଗାଜା ସ୍ଥିତି ଅତି ସାଙ୍ଘାତିକ ପାଲଟିଛି । ଯୁଦ୍ଧ  ଉପରେ ଜାତିସଂଘ କୌଣସି ପ୍ରଭାବ ପକାଇ ପାରିନାହିଁ ।  ଆମେ ଜାଣୁ ଯେ କିଛି ନିର୍ଦ୍ଦିଷ୍ଟ ଦେଶ ଦ୍ୱାରା ଜାତିସଂଘ  ପରିଚାଳିତ ହେଉଛି । ଉକ୍ତ ଦେଶଗୁଡ଼ିକ ଇସ୍ରାଏଲ୍‌କୁ  ସମର୍ଥନ କରୁଛନ୍ତି । ଅଲ୍‌-ସିଫା ହସ୍ପିଟାଲରେ ଘଟିଥିବା  ଘଟଣା ତାହାର ପ୍ରତିଫଳନ ବୋଲି କୁହାଯାଉଛି ।

   Related Posts