ଋଣରେ ବୁଡିବ ଇସ୍ରାଏଲ! ହମାସ ସହ ଯୁଦ୍ଧର ପଡିଲା ପ୍ରଭାବ, ଏବେ କ’ଣ କରିବେ ନେତନ୍ୟାହୁ?

Published By : Prameya-News7 Bureau | November 15, 2023 IST

ଜେରୁଜେଲମ ୧୫।୧୧: ଗତ ୧ ମାସରୁ ଅଧିକ କାଳ ହେଲା ଇସ୍ରାଏଲର ହମାସ ସହ ଜାରି ଯୁଦ୍ଧରେ ବିପୁଳ ଅର୍ଥ ବ୍ୟୟ ହେଉଛି। ଫଳରେ ହମାସ ବିରୋଧରେ ଅସମୟ ଯୁଦ୍ଧଘୋଷଣା କରି ଇସ୍ରାଏଲ ଋଣରେ ବୁଡି ଯାଇଛି। ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧ ପାଇଁ ଇସ୍ରାଏଲ ବିପୁଳ ଋଣ କଲାଣି । ଅର୍ଥମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଯୁଦ୍ଧ ଲାଗି ଏହି ଅବଧିରେ ଇସ୍ରାଏଲ ୩୦ବିଲିୟନ ସେକେଲ ଅର୍ଥାତ ୭.୮ ବିଲିୟନ ଡଲାର ଋଣ ଉଠାଇଛି।

ଇସ୍ରାଏଲ ଅର୍ଥମନ୍ତ୍ରାଳୟ ଅନୁସାରେ ଏହି ରାଶିରେ ୪.୧ବିଲିୟନ ଡଲାର ମୂଲ୍ୟବର୍ଗର ଯେଉଁ ଋଣ ଥିଲା ଏହାକୁ ଅନ୍ତର୍ଜାତୀୟ ବଜାରରେ ଇସ୍ୟୁ ମାଧ୍ୟମରେ ସଂଗ୍ରହ କରାଯାଇଥିଲା। ସେହିପରି ମନ୍ତ୍ରାଳୟ କଥିତ ରୂପେ ନିଜର ସାପ୍ତାହିକ ବଣ୍ଡ ନିଲାମ କରି ସ୍ଥାନୀୟ ବଜାରରୁ ୯୫୭ନିୟୁତ ଡଲାର ସଂଗ୍ରହ କରିଛି। ତେବେ ଇସ୍ରାଏଲୀ ଅଧିକାରୀଙ୍କ ଦାବି ତାଙ୍କ ସରକାର ନିଜର ସମସ୍ତ ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଓ ଉନ୍ନତ ଉପାୟରେ ପ୍ରବନ୍ଧନ କରିପାରିବେ।

{"id":870035,"sizeSlug":"full","linkDestination":"none"}

ଇସ୍ରାଏଲର ଦାବି ନିଜର ଧନ ସରକାର ସେନା ଓ ହମାସ ଦ୍ୱାରା ବନ୍ଧକ ପରିବାରଙ୍କ କ୍ଷତିପୂରଣ ପ୍ରଦାନରେ ଖର୍ଚ୍ଚ କରୁଛନ୍ତି। ଏହି ସବୁ କାରଣରୁ ଗତମାସର ବଜେଟ ବୃଦ୍ଧି ହୋଇ ୬ ବିଲିୟନ ଡଲାର ହୋଇଯାଇଥିଲା। ଯାହା ବର୍ଷକ ପୂର୍ବର ଏହି ସମୟ ଅନୁସାରେ ୭ ଗୁଣାରୁ ବି ଅଧିକ। ଇସ୍ରାଏଲ ଅର୍ଥମନ୍ତ୍ରାଳୟ ନଭେମ୍ବରରେ ଗତମାସ ତୁଳନାରେ ଅଧିକ ୭୫ ପ୍ରତିଶତ ଉଧାର ସଂଗ୍ରହ କରିବା ପାଇଁ ଘୋଷଣା କରିଛି। ଏଥିରେ ବ୍ୟାଙ୍କ ଅଫ ଇସ୍ରାଏଲର ଗଭର୍ଣ୍ଣର ଅମୀର ୟାରୋନ ସରକାର ଓ ଅର୍ଥ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ମଜଭୁତ ରାକୋଷୀୟ ସ୍ଥିତି କାୟମ ରଖିବା ପାଇଁ ଅହ୍ୱାନ କରିଛନ୍ତି।

ତେବେ ଅର୍ଥଶାସ୍ତ୍ରୀଙ୍କ କହିବା କଥା ହେଲା ହମାସ ସହିତ ସଂଘର୍ଷରେ ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ପ୍ରୟାଶ ୨୦୨୪ ସୁଦ୍ଧା ଜିଡିପି ଅନୁପାତକୁ ତୀବ୍ର ବୃଦ୍ଧି କରିବ। ଗତମାସରେ ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ଏଜେନ୍ସୀ ‘ଏସ ଆଣ୍ଡ ପି’ ଇସ୍ରାଏଲର ରେଟିଂକୁ ‘ସ୍ଥିର’ରୁ ହଟାଇ ଋଣାତ୍ମକ କରିଦେଇଥିଲେ। ଏହା ପରେ ଏବେ ‘ଫିଚ୍’ ଦେଶକୁ ନକରାତ୍ମକ ରେଟିଂ ନଜରରେ ରଖିବା ସହ ଦୀର୍ଘ ସମୟ ଧରି ଯୁଦ୍ଧ ଲାଗି ରହିଲେ ଇସ୍ରାଏଲର କ୍ରେଡିଟ ସ୍କୋରରେ ତୀବ୍ର ହ୍ରାସ ହୋଇପାରେ ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ଏଥିରେ ମୁଡିଜ୍ ଇସ୍ରାଏଲର ରେଟିଂରେ ସମ୍ଭାବିତ ହ୍ରାସର ବିଚାର କରୁଥିବା କହିଛି।

ଫିନିସ୍ ହମାସ୍ ଟାର୍ଗେଟରେ ଇସ୍ରାଏଲ୍; ଗାଜା ଅଲ୍-ଶଫା ହସ୍ପିଟାଲରେ ପଶିଲା ଆଇଡିଏଫ୍…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.