scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଏବାକୁ ବ୍ୟାନ୍‌ କଲା ଇସ୍ରାଏଲ, ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା LeT

21/11/2023 at 7:03 PM

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାକୁ ଆତଙ୍କୀ ସଙ୍ଗଠନ ଘୋଷଣା କଲା ଇସ୍ରାଏଲ। ଆସନ୍ତା କିଛି ଦିନ ମଧ୍ୟରେ 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ବର୍ଷ ପୂର୍ତ୍ତି ଅବସରରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ଦୂତାବାସ କହିଛି।

ଇସ୍ରାଏଲ୍ ଦୂତାବାସ କହିଛି, ଆମେ ଏହି ନିଷ୍ପତ୍ତି ଭାରତର କହିବା ପରେ ନିଷ୍ପତ୍ତି ନେଇନାହୁଁ କିନ୍ତୁ ତଥାପି ଆମେ ସମସ୍ତ ଔପଚାରିକତା ସମାପ୍ତ କରିଛୁ। ବର୍ତ୍ତମାନ ଇସ୍ରାଏଲର ଆତଙ୍କବାଦୀ ସଂଗଠନ ତାଲିକାରେ ଲସ୍କର-ଏ-ତୋଏବା ସାମିଲ କରାଯିବ।

୨୦୦୮ରେ ୧୦ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଆରବ ସାଗର ଦେଇ ମୁମ୍ବାଇ ପଠାଇଥିଲା ଲଶ୍କର-ଏ-ତୋଇବା। ୨୦୦୮ରେ ନଭେମ୍ବର ୨୬ରେ ଏହି ଆତଙ୍କବାଦୀମାନେ ରେଳ ଷ୍ଟେସନ ଏବଂ ତାଜ ହୋଟେଲ ସମେତ ଅନେକ ସର୍ବସାଧାରଣ ସ୍ଥାନରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ଆତଙ୍କ ମୁମ୍ବାଇରେ ଚାରି ଦିନ ଧରି ଚାଲିଥିଲା। ଏହି ଆକ୍ରମଣରେ ସମଗ୍ର ଦେଶ ଚକିତ ହୋଇଯାଇଥିଲା।

ଲଶ୍କର-ଏ-ତୋଏବା ଆତଙ୍କବାଦୀମାନେ ପ୍ରାୟ ୧୬୦ ଜଣଙ୍କୁ ହତ୍ୟା କରିଥିଲେ। ନିହତମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ଥିଲେ। ସେହି ସମୟ ମଧ୍ୟରେ, ଆକ୍ରମଣ ମଧ୍ୟରେ ମୁମ୍ବାଇର ନରିମାନ ହାଉସରେ କାନ୍ଦୁଥିବା ଇସ୍ରାଏଲ ଶିଶୁର ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଶିଶୁର ନାମ ମୋଶେ ହୋଲଟବର୍ଗ, ଯାହାର ପିତାମାତା ଗୁଳିରେ ନିହତ ହୋଇଥିଲେ।

ଇସ୍ରାଏଲ ଯୁଦ୍ଧ ସମୟରେ ଭାରତ ସପକ୍ଷରେ ନିଆଯାଇଥିବା ଏହି ନିଷ୍ପତ୍ତି ସୂଚାଇ ଦେଉଛି ଯେ ଯୁଦ୍ଧରେ ଇସ୍ରାଏଲ ମଧ୍ୟ ଭାରତର ସମର୍ଥନ ଚାହୁଁଛି। ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଭାରତ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି। ମଙ୍ଗଳବାର ଦିନ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେଉଛି ଯେଉଁଥିରେ ହାମାସ-ଇସ୍ରାଏଲ ଯୁଦ୍ଧ ପ୍ରସଙ୍ଗରେ ସହମତି ପ୍ରକାଶ କରିବାକୁ ଉଦ୍ୟମ କରାଯିବ।

   Related Posts