ଫିନିସ୍ ହମାସ୍ ଟାର୍ଗେଟରେ ଇସ୍ରାଏଲ୍; ଗାଜା ଅଲ୍-ଶଫା ହସ୍ପିଟାଲରେ ପଶିଲା ଆଇଡିଏଫ୍...

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ପ୍ରତିଶୋଧ ନେଉଛି ଇସ୍ରାଏଲ୍ । ହମାସକୁ ସମ୍ପୂର୍ଣ୍ଣ ନିପାତ୍ ଆଇଡିଏଫର ଲକ୍ଷ୍ୟ । ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛନ୍ତି ଇସ୍ରାଏଲ ସେନା । ଏବେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଟାର୍ଗେଟରେ ରହିଛି ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ-ଶିଫା । ହସ୍ପିଟାଲ୍ ତଳେ ଏକ ସୁଗଡ଼ରେ ହମାସ୍ ଆତଙ୍କୀ ଆଡ୍ଡା ଚାଲୁଥିବା ଇସ୍ରାଏଲ ଅଭିଯୋଗ କରିଛି । ଏନେଇ ସେନା ପକ୍ଷରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ମେଡିକାଲର ଭିତରେ ପ୍ରବେଶ କରିଛି। ଅଲ-ଶିଫା ହସ୍ପିଟାଲ ପରିସର ଏକ ଅଂଶରେ ଆତଙ୍କୀବାଦୀଙ୍କ ସହ ଆଇଡିଏଫର ଲଢେଇ ହୋଇଛି ବୋଲି ସେନା ପକ୍ଷରୁ କୁହାଯାଇଛି ।

ଆଇଡିଏଫର ବୟାନ ଅନୁଯାୟୀ, ଅଲ-ଶିଫା ହସ୍ପିଟାଲରେ ଆତଙ୍କୀ ଆଡ୍ଡା ଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଅପରେସନ ଆରମ୍ଭ କରିଥିଲା । ତେବେ ଏହି ଅପରେସନରେ କୌଣସି ସାଧାରଣ ନାଗରିକଙ୍କ ଜୀବନ ହାନୀ ହୋଇନାହିଁ । ସେନାର କହିବା ଅନୁଯାୟୀ, ସାଧାରଣ ନାଗରିକ ଓ ରୋଗୀଙ୍କ ହାସ୍ପିଟାଲରୁ ବାହାରିବାକୁ ସ୍ବତନ୍ତ୍ର ରାସ୍ତା ଖୋଲାଯାଇଛି । ଅପରେସନ ପୂର୍ବରୁ ହସ୍ପିଟାଲ ପ୍ରଶାସନକୁ ମଧ୍ୟ ଏହାର ସୂଚନା ଦିଆଯାଇଛି । ଏହା ସହିତ ଅପରେସନ ଅଭିଯାନ ଆରମ୍ଭ କରିଥିଲା ସେନା ମେଡିକାଲ ଟିମକୁ ପ୍ରଥମେ ଟ୍ରେନିଂ ଦେଇଥିଲା । ଯେଭଳି କି ରୋଗୀ ସେବାରେ ଯେପରି ସମସ୍ୟା ସୃଷ୍ଟି ନହୁଏ । ଆଇଡିଏଫ ହସ୍ପିଟାଲରେ ଥିବା ଆତଙ୍କୀବାଦୀ ସେଣ୍ଟରକୁ ଟାର୍ଗେଟ୍ କରିଥିଲା । ଏଥିରେ ବହୁ ସଂଖ୍ୟାରେ ଆତଙ୍କୀ ନିହତ ହୋଇଥିବା ବୟାନରେ କୁହାଯାଇଛି ।

wp:embed {"url":"https://www.prameyanews7.com/road-accident-in-doda-33-died/","type":"wp-embed","providerNameSlug":"prameya-news-7"}
https://www.prameyanews7.com/road-accident-in-doda-33-died/
/wp:embed

କିଛି ଦିନ ପୂର୍ବରୁ ଅଲ-ଶିଫା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଏଥିରେ ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣକୁ ନେଇ ହମାସ୍ ଆଇଡିଏଫ ଉପରେ ଦୋଷ ଲଦିଥିଲା । ହେଲେ ଏହାକୁ ଇସ୍ରାଏଲ୍ ଖଣ୍ଡନ କରିଥିଲା । ହମାସ୍ ଆତଙ୍କବାଦୀଙ୍କ ମାସାଇଲ୍ ଲକ୍ଷ୍ୟ ଭ୍ରଷ୍ଟ ହୋଇ ଅଲ୍-ଶଫା ହସ୍ପିଟାଲରେ ପଡ଼ିଥିଲା । ଫଳରେ ଏତେ ସଂଖ୍ୟାରେ ଲୋକ ପ୍ରାଣ ହରାଇଥିଲେ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.