ଗାଜା ସିଟି,୩୧/୦୮: ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ଗାଜାରେ ପୋଲିଓ ଟିକାକରଣ । ୩ ଦିନ ପାଇଁ କିଛି ଅଞ୍ଚଳରେ ଲାଗିଛି ଯୁଦ୍ଧ ବିରତି । ଶିଶୁଙ୍କୁ ପୋଲିଓ ଟିକାକରଣ ବେଳେ ଆକ୍ରମଣ ବନ୍ଦ ରଖିବାକୁ ରାଜି ହୋଇଛି ଇସ୍ରାଏଲ । ଗାଜାରେ ୨୫ ବର୍ଷ ପରେ ଗତ ୨୩ ତାରିଖରେ ପ୍ରଥମ ପୋଲିଓ ଭୂତାଣୁ ଚିହ୍ନଟ ହୋଇଛି । ଜଣେ ୧୦ ମାସର ଶିଶୁଠାରେ ଏହି ଭୂତାଣୁ ମିଳିଛି । ତେଣୁ ସେଠାରେ ପ୍ରାୟ ୬ ଲକ୍ଷ ୪୦ ହଜାର ଶିଶୁଙ୍କ ପୋଲିଓ ଟିକାକରଣ କରାଯିବ । ଏନେଇ ଯୁଦ୍ଧ ବିରତି ସହମତି ପ୍ରକାଶ ପାଇବା ପରେ କାର୍ଯ୍ୟକ୍ରମ ଆଗେଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଅଧିକାରୀ ରିକ୍ ପିପରକର୍ନ କହିଛନ୍ତି, ପାଲେଷ୍ଟାଇନର କେତେକ ସ୍ଥାନରେ ସେପ୍ଟେମ୍ବର ୧ରୁ ପୋଲିସ ଟିକାକରଣ ଅଭିଯାନ ଆରମ୍ଭ ହେବ । ସ୍ଥାନୀୟ ସମୟ ଅନସୁାରେ ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ । ଏହି ସମୟରେ ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ରାଜିନାମା ହୋଇଛି । ୩ ଦିନ ମଧ୍ୟରେ ଗାଜାର ପ୍ରାୟ ୬ଲକ୍ଷ ୪୦ ହଜାର ଶିଶୁଙ୍କ ପୋଲିଓ ଦିଆଯିବ ।...