ଇସ୍ପାତ ଇରାଦା- ବିଶ୍ୱସ୍ତରରେ ବୃଦ୍ଧି ହେବ ଭାରତୀୟ ଷ୍ଟିଲର ଗୁରୁତ୍ୱ

Published By : Prameya-News7 Bureau | September 23, 2019 IST

ନୂଆଦିଲ୍ଲୀ ୨୩।୦୯ - ବିଶ୍ଵସ୍ତରରେ ଭାରତୀୟ ଷ୍ଟିଲର ଗୁରୁତ୍ଵ ବୃଦ୍ଧି ପାଇଁ ଷ୍ଟିଲ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ଚିନ୍ତନ ଶିବିର ଆୟୋଜିତ ହୋଇଛି । ଭାରତୀୟ ଷ୍ଟିଲର କିପରି ଅଧିକ ବ୍ୟବସାୟୀକରଣ କରାଯିବ ସେନେଇ ଶିବିରରେ ଆଲୋଚନା ହୋଇଥିଲା । କେନ୍ଦ୍ର ଷ୍ଟିଲ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି, ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରମୁଖଙ୍କ ଉପସ୍ଥିତିରେ ଏସଂପର୍କିତ ଲୋଗୋ ଯାହାର ନାଁ ଇସ୍ପାତ୍‌ ଇରାଦା ଉନ୍ମୋଚନ ହୋଇଥିଲା ।

 ଏହି ଲୋଗୋ ମାଧ୍ୟମରେ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରାଯିବ । ଏବେ ଭାରତର ଷ୍ଟିଲ ଉତ୍ପାଦନ ୬ ପ୍ରତିଶତ ବଢିଛି। ଇସ୍ପାତ ଅଭିବୃଦ୍ଧିକୁ ଆହୁରି ଅଧିକ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ଇସ୍ପାତ କମ୍ପାନୀଙ୍କୁ ଏକତ୍ରିତ କରି ଏକ ମହତକାଂକ୍ଷୀ ଯୋଜନାର ପରିକଳ୍ପନା କରାଯାଇଛି।

 ୨୦୩୦ସୁଦ୍ଧା ଭାରତ ଯେପରି ୩ଶହ ମିଲିୟନ ମେଟ୍ରିକ ଟନ ଷ୍ଟିଲ ଉତ୍ପାଦନ କରି ପାରିବ ତାହା ଲକ୍ଷ୍ୟ ରଖାଯାଇଛି । ସେହିପରି ଓଡିଶାରେ ଏବେ ୩୦ ମିଲିୟନ୍‌ ଟନ୍‌ ଷ୍ଟିଲ୍ ଉତ୍ପାଦନ ହେଉଛି । ଏହାକୁ ଶହେ ମିଲିୟନ୍‌ ଟନ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି । ପିପିପି ମୋଡରେ  ଏହି ଲକ୍ଷ୍ୟ ପୂରା ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.