ଏହି ଆଇଲ୍ୟାଣ୍ଡରେ ଚାଲେ ମହିଳାଙ୍କ ରାଜୁତି, ଘର ସମ୍ଭାଳିବା ଠାରୁ ତୁଲାନ୍ତି ସମସ୍ତ ଦାୟିତ୍ବ

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଳୀ ୧୩।୧୧ : ପୁରୁଷ ପ୍ରଧାନ ସମାଜରେ ମହିଳାମାନେ କେବଳ ଘର ଚଳାଇବା ପାଇଁ ଉପଯୁକ୍ତ ବୋଲି ମନାଯାଏ । କିଛି ଋଢ଼ିବାଦୀ ତଥା ରକ୍ଷଣୀଳ ଲୋକେ ତ ମହିଳାଙ୍କୁ ଘର ବାହାରକୁ ବି ଯିବାକୁ ଦିଅନ୍ତି ନାହିଁ । ସେମାନଙ୍କ ଦୃଷ୍ଟିରେ ମହିଳା ଚାକିରି କିମ୍ବା ଅନ୍ୟ କିଛି କାମ କରିପାରିବେ ନାହିଁ । ହେଲେ ଏମିତି ଏକ ଦ୍ୱୀପ ଅଛି ଯେଉଁଠି କେବଳ ମହିଳମାନେ ରୁହନ୍ତି । ଦେଶର ଏକ ଗାଁ ରହିଛି ଯେଉଁଠାରେ ଜନସଂଖ୍ୟାର ୯୦ ପ୍ରତିଶତରୁ ଅଧିକ ମହିଳା ରୁହନ୍ତି ସେମାନଙ୍କ ରାଜ୍‌ ଚାଲିଥାଏ । ଏହି ଦ୍ୱୀପର ନାମ ଇଷ୍ଟୋନିଆ ।

ସବୁଠୁ ବଡ଼ କଥା ଇଷ୍ଟୋନିଆର କିହୁନିଆ ନାମକ ଏହି ଦ୍ୱୀପରେ ରହୁଥିବା ମହିଳାମାନେ ସବୁ ଦାୟିତ୍ୱ ସମ୍ଭାଳନ୍ତି । ଏହି ସ୍ଥାନକୁ ମହିଳାଙ୍କ ଆଇଲାଣ୍ଡ ନାମରେ ନାମିତ କରାଯାଇଛି । ଏହି ଆଇଲାଣ୍ଡର ନାମ ୟୁନିସ୍କୋ ଲିଷ୍ଟରେ ମଧ୍ୟ ସାମିଲ ହୋଇଛି । ଏହି ଆଇଲାଣ୍ଡରେ ପ୍ରାୟ ୩୦୦ ଲୋକ ବାସ କରନ୍ତି। ଯେଉଁଠି ଅଧିକାଂଶ ଲୋକେ ହେଉଛନ୍ତି ମହିଳା । ଆପଣ ଭାବୁଥିବେ ଏଠାରେ ମହିଳାମାନେ କ’ଣ ପାଇ ଏଠାରେ ରହୁଛନ୍ତି । ଏମାନଙ୍କ ମଧ୍ୟରେ ପୁରୁଷ କୁଆଡେ ଗଲେ । ଏମାନେ କ’ଣ ଅବିବାହିତ । ଯଦି ବିବାହିତ ତେବେ ଏମାନଙ୍କ ପରିବାର କୁଆଡେ ଗଲେ । ଏପରି ଅନେକ ପ୍ରଶ୍ନ ହୁଏତ ଆପଣ ମନକୁ ଆସୁଥିବ ।

ତେବେ ଏହି ମହିଳାମାନଙ୍କ ସ୍ବାମୀ ଓ ପରିବାରର ପୁରୁଷ ଏଷ୍ଟୋନିଆରେ ଚାକିରି କରିବା ପାଇଁ ରୁହନ୍ତି । ଏଥିପାଇଁ ଦ୍ୱୀପରେ ଅଧିକାଂଶ ମହିଳାମାନେ ହିଁ ରହିଯାଆନ୍ତି । ହେଲେ ଏହି ମହିଳାମାନେ ଏହି ଦ୍ୱୀପକୁ ଏପରି ଚଳାନ୍ତି ଯେ ସବୁ କାମ ଏମାନେ ପୁରୁଷମାନେ କରିଥାନ୍ତି । ଫଳରେ ଏମାନଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥାଏ । ଏମାନେ ନିଜର ମାନ୍ୟତା ବଜାୟ ରଖିବା ସହ ପୂଜାପାର୍ବଣ ସବୁ ଧୂମଧାମରେ ପାଳନ କରିଥାନ୍ତି । ଏମାନେ ପୁରୁଷଙ୍କ ରୋଜଗାର ଅପେକ୍ଷା ନିଜେ ମଧ୍ୟ କିଛି ଶିଳ୍ପକାରୀ କାମ କରି ଅର୍ଥ ରୋଜଗାର କରିଥାନ୍ତି । ମହିଳାମାନେ ଏହି ଦ୍ୱୀପରେ ବିବାହ କାର୍ଯ୍ୟ ସହ ଅନ୍ତିମ ସଂସ୍କାର କାର୍ଯ୍ୟ ମଧ୍ୟ କରିଥାନ୍ତି । ଏପରିକି ସବୁ କାମରେ ମହିଳାମାନଙ୍କ କଥା ଚାଲେ । ଏଥିପାଇଁ ଏହି ଦ୍ୱୀପକୁ ମହିଳାଙ୍କ ଦ୍ୱୀପ କୁହାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.