ଗୁଜରାଟ ସକ୍ରିୟ ଆଇଏସ୍ଆଇଏସ୍, ୪ ଜଣଙ୍କୁ ପୋରବନ୍ଦରରୁ ଗିରଫ କଲା ଏଟିଏସ୍, ଆଫ୍ଗାନିସ୍ତାନକୁ ଖସିଯିବାକୁ ବସିଥିଲେ
10/06/2023 at 4:08 PM

ଗାନ୍ଧୀନଗର: ଗୁଜରାଟରେ ସକ୍ରିୟ ଥିବା ଆଇଏସ୍ଆଇଏସ୍ ଆତଙ୍କବାଦୀ ଗ୍ୟାଙ୍ଗ୍କୁ ଧରିଛି ଗୁଜରାଟ ପୁଲିସ। ଉପକୂଳ ସହର ପୋରବନ୍ଦର ଠାରେ ଜଣେ ମହିଳାଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରେ ସୁରଟର ଜଣେ ମହିଳା ଥିବା ବେଳେ ୩ ଯୁବଙ୍କ ଘର ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ବୋଲି ସୂଚନା ମିଳିଛି।
ଗୁଜରାଟ ଆତଙ୍କବାଦୀ ନିରୋଧକ ସ୍କ୍ୱାର୍ଡ(ଏଟିଏସ୍) ପକ୍ଷରୁ ଏହି ଟିମ୍ ଉପରେ ନଜର ରଖାଯାଉଥିଲା। ସେମାନଙ୍କ ଗତିବିଧି ଯାଞ୍ଚ କରାଯାଉଥିଲା। ଗୁଇନ୍ଦା ଖବର ପାଇବା ପରେ ଏମାନଙ୍କୁ ଗିରଫ କରାଯାଇଛି। ଜିଆଇଜି ଜୀପନ ଭଦ୍ରନ ଓ ଏସ୍ପି ସୁନୀଲ ଜୋଶୀଙ୍କ ନେୃତୃତ୍ୱରେ ଶୁକ୍ରବାର ପୁଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି।

ପଢ଼ନ୍ତୁ- ଅମରନାଥ ଯାତ୍ରାକୁ ଆତଙ୍କବାଦୀ ଆକ୍ରମଣ ଭୟ; ଏହି ଦୁଇ ଆତଙ୍କବାଦୀ କରୁଛନ୍ତି ଯୋଜନା
ପୁଲିସର ସୂଚନା ଅନୁସାରେ, ଗିରଫ ମହିଳା ହେଲେ ସୁମାଏରା ବୋନା। ସେ ତାମିଲ ନାଡୁରେ ବିବାର କରିଥିଲେ ସୁରତରେ ରହୁଥିଲେ। ସୁରତରେ ରହି ସେ ପାକିସ୍ତାନରେ ଥିବା ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ କାମ କରୁଥିଲେ। ୧୪-୧୬ ବର୍ଷର ପିଲାଙ୍କୁ ଫସାଇ ଆଇଏସ୍ଆଇଏସ୍ ସଂଗଠନରେ ଭର୍ତ୍ତି କରାଉଥିଲେ।
ସେମାନେ ପୋର୍ ବନ୍ଦର ଯାଇ ସେଠାରୁ ଏକ ବୋଟ୍ ନେଇ ଆଫଗାନିସ୍ତାନ ଯିବାର ଯୋଜନା କରିଥିଲେ। ସେଠାରେ ଆଇଏସ୍ଆଇଏସ୍ର ଏକ ଶାଖା ଇସ୍ଲାମିକ ଷ୍ଟେଟ୍ ଅଫ୍ ଖୁରାସାନ(ଆଇଏସ୍କେପି)ରେ ଯୋଗ ଦେଇ ଟ୍ରେନିଂ ନେବାକୁ ଚାହୁଁଥିଲେ। ହେଲେ ତା ପୂର୍ବରୁ ପୁଲିସ ତାଙ୍କୁ ଗିରଫ କରିଛି।
ପୁଲିସର ସୂଚନା ଅନୁସାରେ, ଗିରଫ ୩ କାଶ୍ମୀର ଯୁବକଙ୍କ ପାଖରୁ ଏକାଧିକ ଜିହାଦୀ ପୁସ୍ତକ,ଆଇଏସ୍କେପିର ବ୍ୟାନର ଓ ପତାକା, ଭିଡିଓ ଓ ଅଡିଓ କ୍ଲିପ୍ ଜବତ ହୋଇଛି। ସେମାନଙ୍କ ମୋବାଇଲ୍ରୁ ଆତଙ୍କୀ ନେତା ଅମୀର ଉଲ ମୋମିନୀନର ଭାଷଣର ଭିଡିଓ ବି ଜବତ ହୋଇଛି। ସେହିପରୁ ସୁରତ ସମାଏର ବାନୋଙ୍କ ଘରୁ ମଧ୍ୟ ଏହିସବୁ ସାମଗ୍ରୀ ଜବତ ହୋଇଛି।

ପଢ଼ନ୍ତୁ –ଆତଙ୍କବାଦୀ ଫଣ୍ଡିଂ ମାମଲା, ବିଭିନ୍ନ ସ୍ଥାନରେ NIA ପକ୍ଷରୁ ଚଢାଉ
ଗତ ବର୍ଷେରୁ ଅଧିକ ସମୟ ହେବ ଆତଙ୍କବାଦୀମାନେ ପରସ୍ପର ସହ ଯୋଗଯୋଗରେ ରହି ଆତଙ୍କୀ ସଂଗଠନ ସହ କଥା ବି ହେଉଛନ୍ତି। ପୁଲିସ ସେମାନଙ୍କ ଠାରୁ କିଛି ଅସ୍ତ୍ରଶସ୍ତ୍ର ବି ଜବତ କରିଛି। କାଶ୍ମୀରର ଜୁବେର ମହମ୍ମଦ ଆଫଗାନିସ୍ତାନ ଚାଲିଯିବାକୁ ପ୍ରସ୍ତୁତ ହୋଇଥିବା ଗୁଜରାଟ ପୁଲିସ କହିଛି। । ଜୁବେରକୁ ଧରିବାକୁ ପୁଲିସ ସର୍ଚ୍ଚ ଅପରେସ ଜାରି ରଖିଥିବା ବେଳେ ସେ ଫେରାର୍ ଅଛି।