scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟକୁ ଗଲେ ମୁସ୍ଲିମ ସଙ୍ଗଠନ, ଜାଣନ୍ତୁ କାହିଁକି ?

31/12/2021 at 6:38 PM

ନୂଆଦିଲ୍ଲୀ ୩୧।୧୨: ଦେଶରେ ସଂଖ୍ୟାଲଘୁଙ୍କ ସନ୍ଦର୍ଭରେ ଉତ୍ତେଜକ ଭାଷଣ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଛି। ଏହି ପିଟିସନ ଜମିୟତ ଉଲେମା-ଏ-ହୀନ୍ଦ ଓ ମୌଲାନା ସୟଦ ମହମୁଦ ଅସଦ ମଦନୀ ଦାୟର କରିଛନ୍ତି। ଏଥିରେ ନିକଟରେ ସଂଖ୍ୟାଲଘୁଙ୍କ ବିରୋଧରେ ଦିଆଯାଇଥିବା ଉତ୍ତେଜକ ଭାଷଣର ଉଲ୍ଲେଖ ରହିଛି। ଯାହାର ଯାଞ୍ଚ ଲାଗି ନିରପେକ୍ଷ କମିଟି ନିମନ୍ତେ ଦାବି କରାଯାଇଛି। ହେଟ୍ ସ୍ପିଚ୍‌କୁ ନେଇ ଦାୟର ମୋକଦ୍ଦମାରେ ଏଭଳି ଭାଷଣ ଲାଗି ଏପର୍ଯ୍ୟନ୍ତ ଦେଶର କୌଣସି ଠାରେ ଅପରାଧିକ ଆଇନରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇ ନଥିବାର କୁହାଯାଇଛି।

ପିଟିସନରେ ପୈଗମ୍ବର ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ଘୃଣ୍ୟ ମନ୍ତବ୍ୟର ମଧ୍ୟ ଉଲ୍ଲେଖ ରହିଛି। ଏଥିରେ ଆବେଦନକାରୀମାନେ ୨୦୧୮ରୁ ଏପର୍ଯ୍ୟନ୍ତ ସାରା ଦେଶରେ ହିଂସା ଉଦ୍ରେକ ଲାଗି ମୁସଲମାନ ସମୂଦାୟ ବିରୋଧରେ ଲୋକେ ନାନା ମତ ଓ ମନ୍ତବ୍ୟ ମଧ୍ୟ ଦେଇଥିବାର ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟରେ ଦାୟର ଏହି ପିଟିସନରେ ୟତି ନରସିଂହ ରାଓଙ୍କ ଟିପ୍ପଣୀକୁ ନେଇ ୟୁପି ପୋଲିସ ୧୦୦ରୁ ଅଧିକ ମୁସଲମାନଙ୍କୁ ଗିରଫ କରିଥିବାର କୁହାଯାଇଛି। ଉଲ୍ଲେଖ ଯୋଗ୍ୟଯେ ସୁପ୍ରିମକୋର୍ଟଙ୍କ ୭୬ ଜଣ ଓକିଲ ସିଜେଆଇଙ୍କୁ ପତ୍ର ଲେଖି ହରିଦ୍ୱାର ସମ୍ମିଳନୀ ବିରୋଧରେ ସ୍ୱତନ୍ତ୍ର ସଜ୍ଞାନ ନେବା ସହ କାର୍ଯ୍ୟାନୁଷ୍ଠାନ କରିବାକୁ ନିବେଦନ କରିଥିଲେ। ଏହି ଧର୍ମ ସଂସଦରେ କଥିତ ଭାବେ ଏକ ନିର୍ଦ୍ଧିଷ୍ଟ ଧାର୍ମିକ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଥିଲା।

ମୁସଲମାନ ବିରୋଧୀ ଭାଷଣ ପ୍ରସଙ୍ଗରେ କୌଣସି ସ୍ଥାନରେ ପୋଲିସ ଅଧିକାରୀମାନେ ଗୋଟିଏ ବି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ଏଣୁ ଆବେଦନରେ ଦେଶର ଅଳ୍ପସଂଖ୍ୟକଙ୍କ ଅଧିକାର ସୁରକ୍ଷାରେ  ସରକାର ବିଫଳ ହୋଇଥିବାରୁ ଉଦବେଗ ପ୍ରକାଶ କରାଯାଇଛି। ପିଟିସନ ମାଧ୍ୟମରେ ଆବେଦନକାରୀମାନେ ମୁସଲମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଯୋଗୁ ପରବର୍ତ୍ତି କାଳରେ ହିଂସା ଉପୁଜିଥିବା ଓ ଏଥିରେ ଅନେକ ହତାହତା ହୋଇଥିବାର କୁହାଯାଇଛି। ଉପରୋକ୍ତ ତଥ୍ୟରୁ ଉତ୍ତେଜକ ଓ ଅପମାନଜନକ ଭାଷଣ ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ଧାର୍ମିକ ସମୂଦାୟଙ୍କୁ ସେମାନଙ୍କ ନିଜର ଧାର୍ମିକ ପ୍ରଥା ଛାଡିବାକୁ ବିବେଶ କରାଯାଉଥିବାର ସ୍ପଷ୍ଟ ପ୍ରମାଣ ମିଳୁଥିବା କୁହାଯାଇଛି।  ଏଣୁ ଏହାକୁ ଦେଶର ପ୍ରଶାସନିକ ପ୍ରକ୍ରିୟା ଉପରେ ନ ଛାଡି ସେମାନଙ୍କୁ ଏଥିଲାଗି ଉତ୍ତରଦାୟୀ କରାଯାଉ ବୋଲି ଆବେଦନକାରୀମାନେ ପିଟିସନରେ ନିବେଦନ କରିଛନ୍ତି।

   Related Posts