ନୁସରତ ଜହାଁଙ୍କ ସିନ୍ଦୁର,ମଙ୍ଗଳ ସୂତ୍ର ଓ ଚୁଡି ଉପରେ ମୌଲବୀଙ୍କ ଫତୱା, ଭଡକିଲେ ସାଧ୍ୱୀ ପ୍ରାଚୀ

Published By : Prameya-News7 Bureau | June 29, 2019 IST

ନୂଆଦିଲ୍ଲୀ:  ତୃଣମୂଳ ସାଂସଦ ନୁସରତ ଜହାଁ ରୁହିଙ୍କୁ ନେଇ ଏବେ ଦେଖା ଦେଇଛି ବିବାଦ। ଗତ ସାଧାରଣ ନିର୍ବାଚନରେ ସାଂସଦ ନିର୍ବାଚିତ ହେବା ପରେ ନୁସରତ ବିବାହ କରିଛନ୍ତି। ଏଣୁ ସେ ଏବେ ଚୁଡି, ମଙ୍ଗଳସୂତ୍ର ସହ ମୁଣ୍ଡରେ ସିନ୍ଦୁର ମଧ୍ୟ ପିନ୍ଧୁଛନ୍ତି। ତେବେ ନୁସରତ ଜଣେ ମୁସଲମାନ ମହିଳା ହୋଇଥିବା ଯୋଗୁ ଏଭଳି ପ୍ରସାଧାନରେ ସଂସଦକୁ ଯିବାକୁ ବିରୋଧ କରିଛନ୍ତି ଇସ୍ଲାମ ମୌଲବୀ ମୁଫ୍ତି ଅସାଦ ୱାସମୀ। ଏ ନେଇ ସେ ତାଙ୍କ ବିରୋଧରେ ଫତୱା ଜାରି କରିଥିବା ବେଳେ  ତାଙ୍କ ସପକ୍ଷରେ ବାହାରିଛନ୍ତି ବିଜେପି ନେତ୍ରୀ ତଥା ସାଧ୍ୱୀ ପ୍ରାଚୀ।

{"id":128610}

ନୁସରତ ହିନ୍ଦୁ ବେଶ,ଭୂଷାରେ ସଂସଦକୁ ଯିବା ପରେ ଏଭଳି ବିବାଦ ଦେଖା ଦେଇଛି। ସେ ନିକଟରେ ଜୈନ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ତେବେ ତାଙ୍କର ଏଭଳି ବିବାହ ଧର୍ମାନୁମୋଦିତ ନୁହେଁ ବୋଲି ଇସ୍ଲାମ ମୌଲବୀ  କହିଥିବା ବେଳେ ତାଙ୍କର ଆଚରଣକୁ ସରିୟାତ ବିରୋଧୀ  କହିଛନ୍ତି। ନୁସରତ ରାଜନୀତିକୁ ଆସିବା ପୂର୍ବରୁ ଅଭିନେତ୍ରୀ ଥିଲେ। ଏଣୁ କଳାକାରମାନେ ସାଧାରଣତଃ ଧର୍ମକୁ ଏତେଟା ମାନ୍ୟତା ଦେଇନଥାନ୍ତି। ଏଣୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ନେଇ କୌଣସି ମତ ବା ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ମୌଲବୀ କହିଛନ୍ତି। ହେଲେ ସରିଆ ଆଇନ ବିରୋଧ କରୁଥିବାରୁ କେବଳ ଗଣମାଧ୍ୟମ ଜରିଆରେ ତାଙ୍କୁ ଚେତାଇଦେବାକୁ  ଚାହୁଁଛୁ ବୋଲି କହିଛନ୍ତି।

{"id":128611}

ତେବେ ବିଜେପି ନେତ୍ରୀ ସାଧ୍ୱୀ ପ୍ରାଚୀ  ମୌଲବୀଙ୍କ ଏଭଳି ଯୁକ୍ତି ଆଜିର ସମୟରେ କୌଣସି ପ୍ରାସଙ୍ଗିକତା ରଖେ ନାହିଁ ବୋଲି କହିଛନ୍ତି। ଲଭ ଜିହାଦରେ ମୁସଲମାନ ଯୁବକମାନେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ବେଳେ ତାଙ୍କର ଧର୍ମ କିପରି ଅନୁମୋଦନ କରୁଛି ବୋଲି ପ୍ରାଚୀ ପ୍ରଶ୍ନ କରିଛନ୍ତି। ଯଦି ସେମାନେ ହିନ୍ଦୁ ଯୁବତୀଙ୍କୁ ବିବାହ କରି ବୁର୍ଖାରେ ଆବୃତ୍ତ କରି ରଖିପାରନ୍ତି ତେବେ ଇସ୍ଲାମ ଯୁବତୀ ହିନ୍ଦୁଙ୍କୁ ବିବାହକରି କଣ ପାଇଁ ଶୃଙ୍ଗାର କରିପାରିବେ ନାହିଁ ବୋଲି ପ୍ରାଚୀ ପ୍ରଶ୍ନ କରିଛନ୍ତି।

{"id":128612}

ସାଧ୍ବୀ ପ୍ରାଚୀଙ୍କୁ ଉଲେମା ସମ୍ବଦ୍ଧରେ  ଜ୍ଞାନ ନାହିଁ ବୋଲି ଏଭଳି କହୁଥିବା ମୌଲାନା କ୍ବିରେସୀ କହିଛନ୍ତି । ଇସ୍ଲାମ ମହିଳାଙ୍କ ଏଭଳି ଅଧାର୍ମିକ କୃତ୍ୟ କେବଳ ବ୍ୟକ୍ତିଗତ ନୁହେଁ ଦେଶ ପାଇଁ ମଧ୍ୟ ମଙ୍ଗଳକର ନୁହେଁ ବୋଲି କହିଛନ୍ତି କ୍ୟୁରେସୀ । ପଶ୍ଚିମବଙ୍ଗ ବସିର ହାଟ ସାଂସଦ ନୁସରତ ନିର୍ବାଚିତ ହେବା ପରେ ବ୍ୟବସାୟୀ ନିଖିଲ ଜୈନଙ୍କୁ ତୁର୍କୀରେ ବିବାହ କରିଛନ୍ତି। ଏଣୁ ଜୈନ ସମ୍ପ୍ରଦାୟ ରିତିନୀତି ଅନୁସାରେ ପୋଷାକ ପିନ୍ଧି ସେ ସଂସାଦକୁଯିବା ଇସ୍ଲାମ ଧର୍ମାବଲମ୍ବୀ ଆପତି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.