ନ୍ୟୁଜ୍ ସେଭେନ୍‌ର ପ୍ରଭାବ// ବାଟକୁ ଆସିଲା ଇସ୍କନ : ବିଶ୍ବର କୌଣସି ସ୍ଥାନରେ କରିବନି ଅଦିନିଆ ରଥଯାତ୍ରା, ମାନିବ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତି ଓ ପରମ୍ପରା

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର ୧୦।୯: ନ୍ୟୁଜ୍ ସେଭେନର ତନାଘନା ପରେ ବାଟକୁ ଆସିଲା ଇସ୍କନ୍ । ପ୍ରଥମେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ରାଜି ହେବା ପରେ, ଲୁଧିଆନା ଇସ୍କନ ପରିଚାଳନାମଣ୍ଡଳୀର ସଦସ୍ୟ ଅମିତ ଗର୍ଗଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ଏଡ଼ାଇବାକୁ ଚେଷ୍ଟା କରିଛି । ନ୍ୟୁଜ୍ ସେଭେନକୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ଅମିତ ଗର୍ଗ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।

{"id":155563}

ବାଟକୁ ଆସିଲା ଇସ୍କନ୍ । ନ୍ୟୁଜ୍ ସେଭେନର ତନାଘନା ପରେ ବଦଳିଛି ଇସକନ୍ର ଆଭିମୁଖ୍ୟ । ନଭେମ୍ବର ମାସରେ ଲୁଧିଆନାରେ  ଅଦିନିଆ ରଥଯାତ୍ରା କରୁଥିବା ଇସ୍କନ ଆଗକୁ ଏଭଳି କାର୍ଯ୍ୟକ୍ରମରୁ ବିରତ ରହିବ । ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ହିଁ ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରାଯିବ ବୋଲି କହିଛନ୍ତି ଇସ୍କନର ରିଜିଓନାଲ ସେକ୍ରେଟାରୀ ।

{"id":155564}

ଏଥିସହ ନ୍ୟୁଜ୍ ସେଭେନକୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଲୁଧିଆନା ଇସ୍କନ ପରିଚାଳନାମଣ୍ଡଳୀର ସଦସ୍ୟ ଅମିତ୍ ଗର୍ଗଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ଏଡ଼ାଇବାକୁ ଚେଷ୍ଟା କରିଛନ୍ତି ସଂସ୍ଥାର ରିଜିଓନାଲ ସେକ୍ରେଟାରୀ । ସେପଟେ ବିବାଦ ବଢ଼ୁଥିବା ଦେଖି ନିଜ ମନ୍ତବ୍ୟ ପାଇଁ କ୍ଷମତା ପ୍ରାର୍ଥନା କରିଛନ୍ତି ଅମିତ୍ ଗର୍ଗ ।

{"id":155565}

ଏମିତିକି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜଙ୍କ ଚିଠିକୁ ବି ଅଣଦେଖା କରିଥିଲା ଇସ୍କନ୍ ।  ହେଲେ ଏବେ ଯେତେବେଳେ ନ୍ୟୁଜ୍ ସେଭେନ୍ ଏହି ପ୍ରସଙ୍ଗକୁ ଉଠାଇଥିଲା ସେତେବେଳେ ନିଜ ଭୁଲ୍ ସୁଧାରିବାକୁ ଆଗକୁ ଆସିଥିଲେ ଇସ୍କନ କର୍ତ୍ତୃପକ୍ଷ ।

{"id":155566}

ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ବିଭିନ୍ନ ସ୍ଥାନରେ ହେଉଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍ ଲଗାଇବାକୁ ନିଷ୍ପତି ନିଆଯାଇଥିଲେ ମଧ୍ୟ ନିଜ ଜିଦ୍ରେ ଅଟଳ ଥିଲା ଇସ୍କନ୍ । ହେଲେ ନ୍ୟୁଜ୍ ସେଭେନ୍ର ପ୍ରୟାସ ପରେ ଏବେ ବାଟକୁ ଆସିଛି ଇସ୍କନ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.